ରାଜ୍ୟରେ ଆଜି ହୋଇଯାଇଛି ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ I ପଂଚାୟତ ନିର୍ବାଚନ ର ଐତିହାସିକ ବିଜୟ ପରେ ୩୦ଟି ଯାକ ଜିଲ୍ଲାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନ ହାସଲ କରିଛି ବିଜେଡି । ଏହି ଆସନ ହାସଲ କରି ପ୍ରଥମ ଥର ପାଇଁ ରାଜ୍ୟରେ ଶାସକ ଦଳ କୁ ମିଳିଛି ବଡ଼ ସଫଳତା I
ଗତଥର ନିର୍ବାଚନ ରେ ଯେଉଁ ସବୁ ଜିଲ୍ଲାରେ ବିଜେଡି ପରାଜୟ ହୋଇଥିଲେ ଏଥର ସେହି ସବୁ ଜିଲ୍ଲାରେ ବହୁ ବ୍ୟବଧାନରେ ବିଜୟୀ ହୋଇଛି ବିଜେଡି । ତେବେ ପଂଚାୟତ ନିର୍ବାଚନ ପରି ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ରେ ମଧ୍ୟ ବିଜେପି ପ୍ରତ୍ୟାଖ୍ୟାତ ହୋଇଛି I ଓଡ଼ିଶାର ଗାଁ ରାଜନୀତିରେ ବିଜେପି ନିଶ୍ଚିହ୍ନ ହୋଇଛି କହିଲେ ଚଳେ I ରବିବାର ଅନୁଷ୍ଠିତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନର ଫଳାଫଳରୁ ଏହା ସ୍ପଷ୍ଟ ହୋଇଛି ।
ଚଳିତ ପଞ୍ଚାୟତ ନିର୍ବାଚନରେ ରାଜ୍ୟର ୮୫୩ ଜିଲ୍ଲା ପରିଷଦ ଜୋନରୁ ୮୫୧ରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସେଥିରେ ବିଜେଡି ଏକତରଫା ଭାବେ ୭୬୬ ଜୋନରେ ବିଜୟ ଲାଭ କରିଥିଲା । ବିରୋଧୀ ବିଜେପି ୪୨ଟି, ଓ କଂଗ୍ରେସକୁ ୩୭ଟି ଆସନ ମିଳିଥିବା ବେଳେ ୭ଟି ଆସନ ଅନ୍ୟାନ୍ୟ ଖାତାକୁ ଯାଇଥିଲା । ସବୁ ଜିଲ୍ଲାରେ ବିରୋଧୀଙ୍କ ଠାରୁ ଢ଼େର ଅଧିକ ଆସନ ଜିତି ଥିବାରୁ ବିଜେଡି ସବୁ ଠାରେ ପରିଷଦ ଗଠନ କରିବା ନେଇ ସ୍ପଷ୍ଟ ହୋଇଥିଲା । କେବଳ କଂଗ୍ରେସ କୋରାପୁଟ ଜିଲ୍ଲାରେ ଆସନ ଜିତିବାରେ ୨ ଅଙ୍କ ଛୁଇଁଥିଲା । ତେବେ ନିର୍ବାଚନର ନିୟମ ଅନୁଯାୟୀ ଏଥର କ୍ରସ ଭୋଟିଂ ହେବାର ସମ୍ଭାବନା ମଧ୍ୟ କମ୍ ଥିଲା । ତେଣୁ ପ୍ରଥମ ଥର ପାଇଁ ବିଜେଡି ରାଜ୍ୟର ସମସ୍ତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ହାସଲ କରି ରେକର୍ଡ କରିଛି ବିଜେଡି । ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ କିଏ ହେଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷ :
ଅନୁଗୁଳ- ବବିତା ପ୍ରଧାନ
ବାଲେଶ୍ଵର- ନାରାୟଣ ପ୍ରଧାନ
ବଲାଙ୍ଗିର- ଦେବକୀ ସାହୁ
ବରଗଡ- ମାନିନୀ ଭୋଇ
ଭଦ୍ରକ- ପ୍ରଫୁଲ୍ଲ ଜେନା
ବୌଦ୍ଧ- ପ୍ରଭାସିନୀ ଦାସ
କଟକ- କିଶୋର ଚନ୍ଦ୍ର ମିଶ୍ର
ଦେବଗଡ- କୌଶିକ କୁମାର ପ୍ରଧାନ
ଢେଙ୍କାନାଳ- ଅର୍ଚ୍ଚନା ପୁହାଣ
ଗଜପତି- ଜି.ତିରୁପତି ରାଓ
ଗଞ୍ଜାମ- ଅଞ୍ଜଳି ସ୍ଵାଇଁ
ଯାଜପୁର- ନଳିନୀପ୍ରଭା ଜେନା
ଜତସିଂହପୁର- ମନୋଜ କୁମାର ଭୋଇ
ଝାରସୁଗୁଡା- ତୁଳାବତୀ ମିଞ୍ଜ
କନ୍ଧମାଳ- ନନ୍ଦିନୀ ମଲ୍ଲିକ
କଳାହାଣ୍ଡି- ପୁଷ୍ପେନ୍ଦ୍ର କୁମାର ସିଂହଦେଓ
କେନ୍ଦୁଝର- ସାଗରୀକା ସାହୁ
କେନ୍ଦ୍ରାପଡା- ଗୀତାଞ୍ଜଳି ସେଠୀ
କୋରାପୁଟ- ସସ୍ମିତା ମେଲେକା
ଖୋର୍ଦ୍ଧା- ରୂପଶ୍ରୀରାଣୀ ଗୁମାନସିଂ
ମାଲକାନଗିରି- ସମାରୀ ରାଙ୍ଗୁଲୁ
ମୟୂରଭଞ୍ଜ- ଭାରତୀ ହାଂସଦା
ନବରଙ୍ଗପୁର- ମୋତିରାମ ନାୟକ
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଏଥର ସ୍ୱାଭିମାନ ଅଂଚଳର ବିଜେଡି ପ୍ରାର୍ଥୀ ସମାରି ତାଙ୍ଗୁଲୁ ଅକ୍ତିଆର କରିଛନ୍ତି । ଦୀର୍ଘ ବର୍ଷ ପରେ ମାଓ ଅଧ୍ୟୁଷିତ ସ୍ୱାଭିମାନ ଅଂଚଳରେ ପଂଚାୟତ ନିର୍ବାଚନ ହୋଇଥିଲା । ସେହିପରି ସୁନ୍ଦରଗଡ଼ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ହୋଇଛନ୍ତି କୁନ୍ତୀ ପ୍ରଧାନ ସେ ପେସାରେ ଜଣେ ମହିଳା ଟେଲର I