ଜିଲ୍ଲା ପରିଷଦ ପ୍ରାର୍ଥୀ ଙ୍କ ଅକାଳ ବିୟୋଗ

କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍‌ର ୮ ନମ୍ବର ଜୋନ୍‌ରୁ ବିଜେଡି ର ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇଥିବା ଅନାଦି ଚରଣ ସିଂଙ୍କର ଆଜି ଅକାଳ ବିୟୋଗ ଘଟିଛି I ତିନି ଦିନ ତଳେ ଅସୁସ୍ଥ ହୋଇପଡ଼ିଥିବା ଅନାଦିଙ୍କୁ ଆଜି ଘଟଗାଁ ଡାକ୍ତରଖାନାରୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ତେବେ ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଅନାଦିଙ୍କ ପୁଅ ସୁଧା ରଞ୍ଜନ ସିଂଙ୍କ ସୂଚନା ଅନୁଯାୟୀ କିଛିଦିନ ପୂର୍ବେ ଅନାଦି ଅସୁସ୍ଥ ଥାଇ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ I କିନ୍ତୁ ହଠାତ୍ ଆଜି ସକାଳ ପ୍ରାୟ ୧୦ଟା ବେଳେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବIରୁ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା I ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବାବେଳେ ପ୍ରାର୍ଥୀଙ୍କ ମୃତ୍ୟୁକୁ ନେଇ କେନ୍ଦୁଝର ବିଜେଡି ମହଲରେ ଶୋକର ଛାୟା ଖେଳି ଯାଇଛି I

Comments (0)
Add Comment