Zika Virus: କାନପୁର ପରେ ଏବେ ଲଖନଉରେ ୩ ସଂକ୍ରମିତ ଚିହ୍ନଟ ଆଇସୋଲେସନରେ ରହିବା ସହ କଣ୍ଟେନମେଣ୍ଟ ଜୋନ୍ ହେବ

ଉତ୍ତର ପ୍ରଦେଶ ର କାନପୁର ପରେ ଏବେ ରାଜଧାନୀ ଲଖନଉରେ ଜିକା ଭାଇରସ୍ ର ତିନିଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଶନିବାର ଲଖନଉ ରେ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସହ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଜିକା ସଂକ୍ରମଣକୁ ରୋକିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ କରୋନା ପରି ଜିକା ଭୁତାଣୁ ସଂକ୍ରମିତ ରୋଗୀଙ୍କୁ ଆଇସୋଲେଟ୍ କରିବା ଏବଂ ରୋଗୀ ଚିହ୍ନଟ ହୋଇଥିବା ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କଣ୍ଟେନମେଣ୍ଟ ଜୋନ୍ ରେ ଗର୍ଭବତୀ ମହିଳାଙ୍କ ପରୀକ୍ଷା ପାଇଁ ଜିଲ୍ଲା ମାଜିଷ୍ଟ୍ରେଟ୍ ନିର୍ଦ୍ଦେଶ ଦେଇଛନ୍ତି। ସ୍ୱାସ୍ଥ୍ୟ ବିଭାଗର ୧୦୦ ଟି ଟିମ୍ କଣ୍ଟେନମେଣ୍ଟ ଜୋନ୍ ରେ ଅବସ୍ଥାପିତ ହେବେ । ଏହି ଟିମ୍ ଯାହା ସକାଳ ୮ ଟାରୁ ସନ୍ଧ୍ୟା ୪.୩୦ ପର୍ୟ୍ୟନ୍ତ ରହିବେ । ଅପରାହ୍ନ ୫ ଟାରେ ସିଏଚସିରେ ପହଞ୍ଚିବେ । ଜିଲ୍ଲା ମାଜିଷ୍ଟ୍ରେଟ୍ ଦିନିକିଆ ରିପୋର୍ଟକୁ କ୍ୟାମ୍ପ ଅଫିସରେ ପ୍ରଦାନ କରିବେ। ରାଜଧାନୀର ଆଠଟି ଡାକ୍ତରଖାନାରେ ଜିକା ୱାର୍ଡ ପ୍ରସ୍ତୁତ କରାଯାଇଛି।
କରୋନା ଭାଇରସ ର ଭୟାବହତା ନ କମୁଣୁ ଗୋଟିଏ ପରେ ଗୋଟିଏ ଭାଇରସ ର ସଂକ୍ରମଣ ବଢି ଚାଲିଛି I ସେହିପରି କେରଳରେ ‘ନୋରୋ ଭାଇରସ’ ର ଆବିଷ୍କାର ହୋଇଛି ଏହା ପଶୁଙ୍କ ଠାରୁ ବ୍ୟାପୁଥିବା ର ଜଣା ପଡିଛି ଏବଂ ଏହାର ଲକ୍ଷଣ ହେଊଛି ପେଟ ଜନିତ ସମସ୍ୟା I ଅନ୍ୟପଟେ କରୋନା ର ସମ୍ଭାବ୍ୟ ତୃତୀୟ ଲହର ଆଶଙ୍କା କୁ ଏଡାଇ ଦିଆଯାଇ ନପାରେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ବାରମ୍ବାର ସତର୍କ କରାଉଛନ୍ତି I ଏହି ପରିପ୍ରେକ୍ଷୀରେ ସମସ୍ତ ପ୍ରକାର ଭାଇରସ ପାଇଁ ସ୍ୱାସ୍ଥ୍ୟ ବିଭାଗ ର ଗାଇଡ଼ ଲାଇନ କୁ ମାନି ଚଳିବା ନିହାତି ଆବଶ୍ୟକ I

Comments (0)
Add Comment