କିଟ୍‌ରେ ଅନୁଷ୍ଠିତ ହେଲା ୟୁଥ୍‌ ଫେଷ୍ଟିଭାଲ ‘ବାତେ ଅନଲକ୍‌’, ବାଲ୍ୟ ବିବାହଠୁ ନେଇ ଯୌନ ଶିକ୍ଷା ଓ ମାନସିକ ସ୍ୱାସ୍ଥ୍ୟ ବିଷୟରେ କରାଗଲା ସଚେତନତା

କୈଶୋର ଅବସ୍ଥାରେ ଯାହା ସମସ୍ୟା ରହିଛି, ଯେପରିକି ବାଲ୍ୟ ବିବାହଠୁ ନେଇ ଯୌନ ଶିକ୍ଷା ଏବଂ ମାନସିକ ସ୍ୱାସ୍ଥ୍ୟ ବିଷୟରେ ସଚେତନତା କରାଇବା ପାଇଁ କିଟ୍‌ରେ ଅନୁଷ୍ଠିତ ହୋଇଛି ୟୁଥ୍‌ ଫେଷ୍ଟିଭାଲ ବାତେ ଅନଲକ୍‌। Usaid ଏବଂ ମୋମେଣ୍ଟମ ମିଳିତ ସହଯୋଗରେ ଏହା ଅନୁଷ୍ଠିତ ହୋଇଛି। ଯୁବକଯୁବତୀମାନଙ୍କ ଶାରୀରିକ ସହ ମାନସିକ ସ୍ୱାସ୍ଥ୍ୟ ଭଲ ରହିବାର ଆବଶ୍ୟକତା ରହିଛି। ସେମାନେ ସୁସ୍ଥ ରହିବା ଦ୍ୱାରା ସମାଜରେ ପରିବର୍ତ୍ତନ ଆଣିପାରିବେ ବୋଲି usaidର ନିର୍ଦେଶିକା ସଂଗୀତା ପଟେଲ କହିଥିଲେ।

କିସ୍‌ କିପରି ଛାତ୍ରଛାତ୍ରୀମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରୁଛି ଏବଂ ଶିକ୍ଷା ସହ ସେମାନଙ୍କର ଶାରୀରିକ ସୁସ୍ଥତା ଉପରେ ମୁଖ୍ୟତଃ ଗୁରୁତ୍ୱ ଦିଆଯାଉଛି ବୋଲି କିସ୍‌ର କୁଳପତି ଦୀପକ ବେହେରା କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ମନ୍ଦାକିନୀ କର, ନୟନ ଚକ୍ରବର୍ତ୍ତୀ, ଜୋୟା ଅଲି ରିଜିଭି, ଅଲମ୍ପିଆନ ଦୂତି ଚାନ୍ଦ ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ କିସ୍‌ ସହ ରାଜ୍ୟର ପାଞ୍ଚଟି ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଏହି ଅବସରରେ କିସ୍‌ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।.