ଓୟୋ ହୋଟେଲରେ ଯୁବକଙ୍କ ଆତ୍ମହତ୍ୟା

ଭୁବନେଶ୍ୱର : ଜଗମରା ସ୍ଥିତ ଓୟୋ ହୋଟେଲରେ ଜଣେ ଯୁବକଙ୍କ ଆତ୍ମହତ୍ୟା I ନିଜ ବନ୍ଧୁଙ୍କ ଜନ୍ମଦିନ ପାର୍ଟିରେ ଯୋଗ ଦେବାକୁ ଯାଇ ଘରକୁ ଫେରି ନଥିଲେ ଯୁବକ I ପରଦିନ ସକାଳେ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ହୋଟେଲ ମଧ୍ୟରୁ ଉଦ୍ଧାର କରାଯାଇଥିଲା I ଯୁବକଙ୍କ ନାଁ ଦୁର୍ଗା ପ୍ରସାଦ ମିଶ୍ର ହୋଇଥିବାବେଳେ ତାଙ୍କ ଘର ନିଆଳି ଜଲରାପୁର ଗାଁରେ ବୋଲି ଜଣା ପଡିଛି I ଘଟଣା ସ୍ଥଳରେ ଖଣ୍ଡଗିରି ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି।

ଘଟନାନୁସାରେ,ଦୁର୍ଗା ପ୍ରସାଦ ଶନିବାର ରାତିରେ ନିଜ ବନ୍ଧୁ ମାନଙ୍କ ସହିତ ଜଣଙ୍କ ଜନ୍ମଦିନ ପାର୍ଟିରେ ଯୋଗ ଦେବାକୁ ଖଣ୍ଡଗିରି ଥାନା ଅନ୍ତର୍ଗତ ଜାଗମରା ଅଞ୍ଚଳରେ ଏକ ଓୟୋ ହୋଟେଲ କୁ ଆସିଥିଲେ I ଦୁର୍ଗା ପ୍ରସାଦ ଙ୍କ ପ୍ରେମିକା ଓ ଅନ୍ୟ ଦୁଇ ଜଣ ବନ୍ଧୁ ଯୋଗ ଦେଇଥିଲେ। ପାର୍ଟିରେ କ’ଣ ଘଟିଲା, ତାହା ସ୍ପଷ୍ଟ ହୋଇ ନଥିବା ବେଳେ,ପ୍ରେମିକା ବାର୍ଥରୁମ ଯାଇଥିବା ବେଳେ ତାଙ୍କ ଓଢ଼ଣୀକୁ ବେକରେ ଲଗାଇ ଫ୍ୟାନରେ ଝୁଲି ପଡ଼ିଥିଲେ I ରାତି ପ୍ରାୟ ୨ଟା ବେଳକୁ ଦୁର୍ଗାଙ୍କ ମା’ଙ୍କ ପାଖକୁ ଏକ କଲ୍ ଆସିଥିଲା। ଦୁର୍ଗାଙ୍କ ପ୍ରେମିକା ଏହି କଲ୍ କରିଥିଲେ। ସେ ଦୁର୍ଗାଙ୍କ ମୃତ୍ୟୁ ଖବର ତାଙ୍କ ମା’ଙ୍କୁ ଦେଇଥିଲେ I ଦୁର୍ଗାଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି ପରିବାର ଲୋକେ I ତେବେ ଆତ୍ମହତ୍ୟାର କାରଣ ଏଯାଏଁ ଜଣାପଡିନି। ଏ ନେଇ ସାଙ୍ଗମାନଙ୍କୁ ପଚରା ଉଚରା କରିବା ସହ ଘଟଣା ସ୍ଥଳରୁ ଦୁର୍ଗାଙ୍କ ମୋବାଇଲ ଜବତ କରି ଯାଞ୍ଚ କରୁଛି ଖଣ୍ଡ ଗିରି ପୋଲିସ।