ମୁହଁରେ ପିଗମେଣ୍ଟେସନ ପାଇଁ ଆପଣାନ୍ତୁ ଘରୋଇ ଉପାୟ

ନିଜ ଚେହେରାକୁ ସୁନ୍ଦର ରଖିବା ପାଇଁ ଆମେ ସମସ୍ତେ ପ୍ରୟାସ କରିଥାଉ ଇ କିନ୍ତୁ ବେଳେ ବେଳେ ମୁହଁ ରେ ବିଭିନ୍ନ ପ୍ରକାର ଦାଗ ରହି ମୁହଁକୁ ଖରାପ କରି ଦେଇଥାଏ I ବେଳେ ବେଳେ ଚେହେରା ଅପେକ୍ଷା ଓଠର ଆଖପାଖ ଅଂଚଳର ତ୍ୱଚା କଳା ପଡ଼ିଯାଏ । ଆଉ ଏମିତି ଲାଗେ ଯେମିତି ଓଠର ଚାରିପଟରେ ଗୁଡ଼ାଏ ମଳି ଜମିଛି । ଏହା ପଛରେ ବି ଅନେକ କାରଣ ରହିଛି । ଯେମିତିକି ଖରାରେ ଅଧିକ ସମୟ ରହିବା, ଅଧିକ ଥଣ୍ଡା ଅଂଚଳରେ ରହିବା, କେମିକାଲ ଯୁକ୍ତ ପ୍ରଡକ୍ଟ କିମ୍ବା ଲିପବାମ କିମ୍ବା ଲିପିସ୍ଟିକ ବ୍ୟବହାର କରିବା । କିମ୍ବା ଅଧିକ ଦିନ ଧରି କୌଣସି ମେଡ଼ିସିନ ଖାଇଲେ ମଧ୍ୟ ଓଠ କଳା ପଡିବା ଭଳି ସମସ୍ୟା ଉପୁଜିଥାଏ । ଏହି କାରଣରୁ ଅନେକ ଲୋକ ଚିନ୍ତାରେ ପଡିଯାନ୍ତି । କିନ୍ତୁ ଆପଣ ହୁଏତ ଜାଣିନଥିବେ ବିଭିନ୍ନ ଘରୋଇ ଉପାୟରେ ଏଥିରୁ ମୁକ୍ତି ପାଇପାରିବେ । ତେବେ ଆସନ୍ତୁ ସେ ଉପରେ ଏକ ନଜର ପକାଇବା:

ଘି କୁଂଆରୀ:ଏଥିରେ ଥିବା ବିଭିନ୍ନ ତତ୍ତ୍ୱ ଚେହେରାରୁ ଦାଗ ବ୍ରଣ ଆଦି ହଟାଉଥିବା କ୍ରିମରେ କରାଯାଇଥାଏ । ଯଦି ଆପଣଙ୍କର ହାଇପିଗମେଣ୍ଟେସନ ସମସ୍ୟା ଥାଏ ତେବେ ଲାଲ ରଙ୍ଗର ପିଆଜକୁ ଶୁଖାଇ ତାହାର ପାଉଡରକୁ ମୁହଁର ଆଖପାଖ ଅଂଚଳରେ ଲଗାଇ ପାରିବେ । ୫ ମିନିଟ ପରେ ଧୋଇଦେବେ ।

ବେସନ:ସ୍କିଂନ ପିଗମେଣ୍ଟେସନକୁ ହଟାଇବାରେ ବେସନ ବି ଖୁବ ଲାଭଦାୟୀ । ଅଧା ଚାମଚ ବେସନରେ ଗୋଟେ ଚୁଟକୀ ହଳଦୀ ଓ କିଛି ବୁନ୍ଦା କ୍ଷୀର ଦେଇ ଭଲ ଭାବରେ ମିଶାଇ ଦିଅନ୍ତୁ । ମୁହଁର ଆଖପାଖ ଅଂଚଳରେ ଲଗାଇ ଦିଅନ୍ତୁ ।

ଅମୃତ ଭଣ୍ଡା:ଏହା କେବଳ ପିଗମେଣ୍ଟେସନ ନୁହେଁ ବ୍ଲେମିସେସକୁ ଦୂର କରିଥାଏ । କିଛି ଖଣ୍ଡ ଅମୃତଭଣ୍ଡା ନେଇ ସେଥିରେ କିଛି ବୁନ୍ଦା ଗୋଲାପଜଳ ଦେଇ ଦିଅନ୍ତୁ । ଏହାକୁ ପେଷ୍ଟ କରି ମୁହଁର ଆଖପାଖ ଅଂଚଳରେ ଲଗାଇ ଦିଅନ୍ତୁ । ୧୦ ମିନିଟ ରଖି ଧୋଇ ଦିଅନ୍ତୁ ।

କ୍ଷୀର:ତୁଳାକୁ କ୍ଷୀରରେ ବୁଡାଇ ମୁହଁର ଚାରି ପାଖରେ ଲଗାଇ ନିଅନ୍ତୁ । ଦିନକୁ ଦୁଇ ଥର ୫ ମିନିଟ ପାଇଁ ଲଗାନ୍ତୁ । ଯାହାକି ଦାଗ ବ୍ରଣ ଆଦିକୁ ଦୂର କରିଥାଏ ।କଞ୍ଚା କ୍ଷୀରରେ ଲେମ୍ବୁ ଚୋପା ମିଶାଇ ମୁହଁରେ ଘସିଲେ ମଧ୍ୟ ସମସ୍ତ ଦାଗ ଦୂର ହୋଇ ତ୍ୱଚା କୁ ଉଜ୍ଜ୍ୱଳ କରିଥାଏ I

ମସୁର ଡାଲି : ଏକ ଚାମଚ ମସୁର ଡାଲିକୁ ଅଳ୍ପ କଞ୍ଚା କ୍ଷୀରରେ ରାତିସାରା ଭିଜାଇ ରଖନ୍ତୁ I ସକାଳେ ତାକୁ ଭଲ ଭାବରେ ବାଟି ଅଳ୍ପ ଗୋଲାପ ଜଳ ମିଶାଇ ମୁହଁ ଆରେ ଲଗାନ୍ତୁ,ଶୁଖିଗଲେ ଥଣ୍ଡା ପାଣିରେ ମୁହଁ ଧୋଇ ନିଅନ୍ତୁ ପ୍ରାୟ ଏକ ରୁ ଦୁଇ ସପ୍ତାହ ଏହି ପରି ନିୟମିତ କରନ୍ତୁ ,ଆପଣଙ୍କ ତ୍ୱଚା ଉଜ୍ଜ୍ୱଳ ହେବ ସହିତ ମୁହଁରୁ ସମସ୍ତ ଦାଗ ଅଳ୍ପ ଦିନରେ ଦୂର ହୋଇଯିବ I