Infosys ଛାଡ଼ି ଚାଷ କଲେ ଯୁବକ,

ବେସରକାରୀ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସମସ୍ତଙ୍କର ଇଚ୍ଛା ଥାଏ ଯେ ଦିନେ ସେମାନେ ମଧ୍ୟ ନାମିଦାମୀ ଆଇଟି କମ୍ପାନୀ ଇନଫୋସିସରେ କାମ କରିବାର ସୁଯୋଗ ପାଇବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଜଣେ ବ୍ୟକ୍ତିଙ୍କ ବିଷୟରେ କରିବାକୁ ଯାଉଛୁ, ଯିଏ ଇନଫୋସିସରୁ ଚାକିରି ଛାଡି ଚାଷ କାର୍ଯ୍ୟରେ ମନ ବଳାଇଛନ୍ତି ।ତେବେ ତାଙ୍କରଲଏପରି ପଦକ୍ଷେପକୁ ତାଙ୍କ ପରିବାର ସଦସ୍ୟ ଦୃଢ଼ତାର ସହ ବିରୋଧ କରିଥିଲେ। ଏହା ସତ୍ତ୍ୱେ ସେ ସମସ୍ତଙ୍କ ସହ ଲଢ଼ି ଜାପାନ ଯାଇ କଦଳୀ ଚାଷ କରିବା ଆରମ୍ଭ କରିଥିଲେ ।

ମନି କଣ୍ଟ୍ରୋଲ୍ ରିପୋର୍ଟ ଅନୁଯାୟୀ ଏହି ବ୍ୟକ୍ତିଙ୍କ ନାମ ଭେଙ୍କଟାସାମି ଭିଗ୍ନେଶ। ସେ ତାମିଲନାଡୁର ଥୋଥୁକୁଡି ଜିଲ୍ଲାର କୋଭିଲପାଟ୍ଟିର ନିବାସୀ । ସେ ଏକ କୃଷକ ପରିବାରରେ ଜନ୍ମ ଗ୍ରହଣ କରିଥିଲେ, ତେଣୁ ପିଲାଦିନରୁ ତାଙ୍କର ଚାଷ ପାଇଁ ଏକ ଦୁର୍ବଳତା ରହି ଆସିଥିଲା । କିନ୍ତୁ ତାଙ୍କର ଇଞ୍ଜିନିୟରିଂ ଅଧ୍ୟୟନ ସମାପ୍ତ କରିବା ପରେ ସେ ଇନଫୋସିସରେ କାମ କରିବା ଆରମ୍ଭ କରିଥିଲେ ।ଏଠାରେ ତାଙ୍କର ଦରମା ମଧ୍ୟ ବହୁତ ଭଲ ଥିଲା । ଏହି ସମୟରେ, ୨୦୨୦ ମସିହାରେ କୋରୋନା ଲକଡାଉନ ପରେ ସେ ନିଜ ଜନ୍ମମାଟିକୁ ଫେରି ଆସିଥିଲେ । ଘରକୁ ଆସିବା ପରେ ସେ ଇନଫୋସିସରେ ଚାକିରି ଛାଡ଼ି ଚାଷ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଥିଲେ।

କମ୍ ଜମିରେ ଅଧିକ ଅମଳ-

ବିଶେଷ କଥା ହେଉଛି ଭେଙ୍କଟାସାମି ଭିଗ୍ନେଶଙ୍କର ଚାଷ କରିବାର କୌଣସି ପୂର୍ବ ଅଭିଜ୍ଞତା ନଥିଲା ।ସେଥିପାଇଁ ପରିବାର ସଦସ୍ୟ ମଧ୍ୟ ଚାକିରି ଛାଡିବା ପାଇଁ ତାଙ୍କୁ ବିରୋଧ କରିଥିଲେ। କିନ୍ତୁ, ସେ ଏଥିରେ ରାଜି ହୋଇନଥିଲେ ଏବଂ ଚାକିରୀକୁ ବିଦାୟ ଦେଇ ଚାଷ କାର୍ଯ୍ୟ କରିବାକୁ ଜାପାନରେ ପହଞ୍ଚିଥିଲେ। ସେ ଜାପାନରେ ଆଧୁନିକ ପ୍ରଯୁକ୍ତିବିଦ୍ୟା ସହିତ ପ୍ରଥମେ କଦଳୀ ଚାଷ ଆରମ୍ଭ କରିଥିଲେ ।ଏହା ପରେ ପରେ ସେ କଦଳୀ ସହ ବାଇଗଣ ଚାଷ ମଧ୍ୟ କରିଥିଲେ । ପରେ ପରେ ଏହି ଚାଷରୁ ସେ ଆଶାନୁରୂପକ ରୋଜଗାର କରିବା ମଧ୍ୟ ଆରମ୍ଭ କରିଥିଲେ । ଏ ନେଇ ଦିନେ ତାଙ୍କୁ ବିରୋଧ କରୁଥିବା ତାଙ୍କ ପରିବାର ଏବେ ତାଙ୍କୁ ନେଇ ଗର୍ବିତ ଅନୁଭବ କରିବା ସହ ସହଯୋଗର ହାତ ମଧ୍ୟ ବଢ଼ାଇଥିବା ସେ କହିଛନ୍ତି ।ଭିଗ୍ନେଶ କହିଛନ୍ତି ଯେ ଜାପାନରେ ବହୁତ କମ୍ ଚାଷ ​​ଜମି ଅଛି । ସେଥିପାଇଁ ଏଠାରେ ଉନ୍ନତମାନର ପ୍ରଯୁକ୍ତିବିଦ୍ୟା ସାହାଯ୍ୟରେ ବୈଜ୍ଞାନିକ ପଦ୍ଧତି ଦ୍ୱାରା ଚାଷ କାର୍ଯ୍ୟ କରାଯାଇଥାଏ । ଏହି କାରଣରୁ, କମ୍ ଜମିରେ ଅଧିକ ଅମଳ କରିବା ଏଠାରେ ସହଜ ହୋଇଥାଏ ।

ଭାରତ ଅପେକ୍ଷା ଜାପାନରେ ଚାଷ କରିବା ସହଜ

ବିଶେଷ କଥା ହେଉଛି ଯେଉଁଠାରେ ଭେଙ୍କଟାସାମି ଭିଗ୍ନେଶ ଜାପାନରେ ଚାଷ କରୁଛନ୍ତି, ତାଙ୍କୁ ମାଗଣାରେ ଘର ମଧ୍ୟ ଦିଆଯାଇଛି। ସେ କହିଛନ୍ତି ଯେ ଚାକିରି କରି ସେ କେତେ ଟଙ୍କା ରୋଜଗାର କରୁଥିଲେ, ଏବେ ସେ ଚାଷରୁ ଦୁଇଗୁଣ ଆୟ କରୁଛନ୍ତି।ଏହା ସହିତ, ସେମାନେ ଅମଳ ପରେ ପ୍ରକ୍ରିୟାକରଣ ଏବଂ ପ୍ୟାକେଜିଂ କାର୍ଯ୍ୟର ମଧ୍ୟ ଯତ୍ନ ନିଅନ୍ତି । ଭିଗ୍ନେଶଙ୍କ ଅନୁଯାୟୀ ଜାପାନରେ ଚାଷ ଭାରତ ଅପେକ୍ଷା ବହୁତ ସହଜ ଅଟେ। ଯଦି ଭାରତର କୃଷକମାନେ ଜାପାନ ପରି ଟେକ୍ନୋଲୋଜି ବ୍ୟବହାର କରି ଚାଷ କରନ୍ତି, ତେବେ ସେମାନଙ୍କର ରୋଜଗାର ବୃଦ୍ଧି ପାଇବ । ଏଥିପାଇଁ ସରକାର ପଦକ୍ଷେପ ନେବା ଉଚିତ୍।