ବିନା ଏଟିଏମ୍ କାର୍ଡରେ ବି ଆପଣ ଟଙ୍କା ଉଠାଇ ପାରିବେ : ଜାଣନ୍ତୁ ନିୟମ

ଯଦି ଆପଣ ସାଙ୍ଗରେ ଏଟିଏମ୍ କାର୍ଡ ନେବାକୁ ଭୁଲି ଯାଉଛନ୍ତି ତେବେ ଏହି ସମସ୍ୟାର ସମାଧାନ କରିବାକୁ SBI ଗ୍ରାହକଙ୍କ ପାଇଁ ଆଣିଛି ନୂଆ ଖବର । ଯଦି ଆପଣ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(ଏସବିଆଇ)ର ଗ୍ରାହକ ହୋଇଥାନ୍ତି ତେବେ ବିନା ଏଟିଏମ୍ କାର୍ଡରେ ଆପଣ କ୍ୟାସ୍ ଡ୍ର କରିପାରିବେ ।ଏସବିଆଇ ଗ୍ରାହକଙ୍କ ପାଇଁ ଆଣିଛି YONO Cash ବ୍ୟବସ୍ଥା । ଏହା ସାହଯ୍ୟରେ ଆପଣ ଯେକୌଣସି ସ୍ଥାନରେ ଏଟିଏମ ବ୍ୟତୀତ ପିଓଏସ ଟର୍ମିନାଲ ଏବଂ ଗ୍ରାହକ ସେବା ପଏଣ୍ଟ (ସିଏସପି)ରୁ ନଗଦ ଟଙ୍କା ଉଠାଇବାକୁ ସକ୍ଷମ ହେବେ ।
ଟଙ୍କା ଉଠାଇବାର ପ୍ରକ୍ରିୟା:
ବିନା ଏଟଏମ କାର୍ଡରେ ଟଙ୍କା ଉଠାଇବାକୁ ହେଲେ ଆପଣଙ୍କ ଫୋନରେ SBIର ୟୋନୋ ଆପ୍(Yono App) ଡାଉନଲୋଡ କରି ଲଗ୍ ଇନ୍ କରନ୍ତୁ ।ଏହାପରେ
ହୋମ ପେଜରେ YONO Cash ଉପରେ କ୍ଲିକ୍ କରନ୍ତୁ ।
ଏହାପରେYONO Cashର ଏଟିଏମ୍ ସେକ୍ସନ ଉପରେ କ୍ଲିକ କରନ୍ତୁ ।
ଆସୁଥିବା ବକ୍ସରେ ଆବଶ୍ୟକ ଟଙ୍କାର ପରିମାଣ ଲେଖନ୍ତୁ ।
ଏହାପରେ ୬ ଅଙ୍କ ବିଶିଷ୍ଟ ଏକ ପିନ୍ କୋଡ୍ ବନାନ୍ତୁ ।
ଏହାପରେ ଏକ YONO Cash ଟ୍ରାନଜାକ୍ସନ୍ ନମ୍ବର ଆପଣଙ୍କ ରେଜିଷ୍ଟର୍ଡ ମୋବାଇଲକୁ ଆସିବ । ଏହା କେବଳ ୬ ଘଣ୍ଟା ପାଇଁ ସକ୍ରିୟ ରହିବ ।
ଏବେ ଆପଣ ATMରେ YONO Cash Option ଉପରେ ଟ୍ୟାପ୍ କରନ୍ତୁ ।
ଏହାପରେ ରେଜିଷ୍ଟରଡ୍ ମୋବାଇଲ ନମ୍ବରକୁ ଆସିଥିବା YONO Cash transaction ନମ୍ବର ଓ ଆପଣଙ୍କ ଦ୍ୱାରା ବନା ଯାଇଥିବା ୬ ଅଙ୍କ ବିଶିଷ୍ଟ ପିନ୍ କୋଡ୍ ନମ୍ବର ଲେଖନ୍ତୁ ।
ଏହି ପ୍ରୋସେସ୍ ପୁରା ହେବା ପରେ ଏଟିଏମ୍ ମେସିନରୁ , ପିଓଏସ ଟର୍ମିନାଲ ଏବଂ ଗ୍ରାହକ ସେବା ପଏଣ୍ଟରୁ ଟଙ୍କା ନିଅନ୍ତୁ ।
ଏପରି ନୂଆ ଯୋଜନାରେ ଗ୍ରାହକ ଯେକୌଣସି ସ୍ଥାନରେ ୫୦୦ଟଙ୍କାରୁ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଉଠାଇ ପାରିବେ । ବେଶ ଉପକୃତ ହୋଇପାରିବେ ବୋଲି ଏସବିଆଇ ପକ୍ଷରୁ କୁହାଯାଇଛି ।

Comments (0)
Add Comment