ବିନା ଇଣ୍ଟରନେଟରେ ଜାଣିପାରିବେ ଆପଣଂକ EPF ବାଲାନ୍ସ

ଆପଣ ନିଜର ଇପିଏଫ ବାଲାନ୍ସ ଜାଣିବାକୁ ଚାହୁଁଥିଲେ ୟୁଏନ୍ ଆଇଡି କିମ୍ବା ଉମଙ୍ଗ ଆପ୍ ଜରିଆରେ ମଧ୍ୟ ଆପଣ ଚେକ୍ କରି ପାରିବେ ମାତ୍ର ବିନା ଇଣ୍ଟରନେଟରେ ମଧ୍ୟ ଆପଣ ନିଜର ଇପିଏଫ୍ ବାଲାନ୍ସ ଚେକ୍ କରି ପାରିବେ । କେବଳ ଏକ ମିସ୍ଡ କଲ କିମ୍ବା ଏସଏମଏସ ଜରିଆରେ ଆପଣ ଏହା ଚେକ୍ କରି ପାରିବେ । ଇପିଏଫ୍ ସୁଧହାର ୮.୫ ପ୍ର୍ରତିଶତକୁ ବଢାଇ ଦିଆଯାଇଥିବା ବେଳେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ସୁଧ ଗ୍ରାହକଙ୍କ ଖାତାକୁ ପଠାଇ ଦିଆଯାଇଛି । ଏହାକୁ ଆପଣ ନିମ୍ନଲିଖିତ ଉପାୟରେ ଚେକ୍ କରି ପାରିବେ ।୧. ଏସଏମ୍ଏସ: ଇପିଏଫ୍ ଆକାଉଣ୍ଟ ସହିତ ରେଜିଷ୍ଟର ମୋବାଇଲରୁ ଏସଏମଏସ୍ ପଠାଇ ଆପଣ ନିଜର ଇପିଏଫ୍ ବାଲାନ୍ସ ଚେକ କରିପାରିବେ । ଲେଖି ୭୭୩୮୨୯୯୮୯୯ ନମ୍ବରରେ ମେସେଜ ପଠାଇଲେ ନିଜର ଇପିଏଫ୍ ଆକାଉଣ୍ଟ ସମ୍ପର୍କିତ ତଥ୍ୟ ହିନ୍ଦି ଏବଂ ଇଂରାଜୀରେ ହାସଲ କରିପାରିବେ ।ଲାନ ସ୍ଥାନରେ ଆପଣଙ୍କୁ ହିନ୍ଦି ଅଥବା ଇଂରାଜୀ ଲେଖିବାକୁ ପଡିବ ।
୨. ମିସ୍ଡ କଲ୍: ଆପଣ ମିସ୍ଡ କଲ ଜରିଆରେ ମଧ୍ୟ ନିଜର ଇପିଏଫ ଆକାଉଣ୍ଟ ବାଲାନ୍ସ ଚେକ୍ କରି ପାରିବେ । ନିଜର ପଞ୍ଜୀକୃତ ମୋବାଇଲରୁ ୦୧୧-୨୨୯୦୧୪୦୬ ନମ୍ବରରେ କଲ କରି ବାଲାନ୍ସ ଚେକ୍ କରିପାରିବେ ବୋଲି ଇପଏଫ୍ଓ ପକ୍ଷରୁ କୁହାଯାଇଛି ।

Comments (0)
Add Comment