ଯଶୋଧାରା ମିଶ୍ର ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ବିଶିଷ୍ଟ କଥାଶିଳ୍ପୀ ଯଶୋଧାରା ମିଶ୍ରଙ୍କୁ ୨୦୨୦ ମସିହା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି ଇ ତାଙ୍କର ଗଳ୍ପ ସଂକଳନ ‘ସମୁଦ୍ର କୁଳ ଘର’ ପାଇଁ ସେ ଏହି ପୁରସ୍କାର ପାଇଛନ୍ତି ଇ ୨୦୧୬ ରେ ପ୍ରକାଶିତ ଏହି ସଂକଳନ କୁ ଓଡିଶା ପ୍ରକାଶନ ସଂସ୍ଥା ପ୍ରକାଶ କରିଥିଲା ଇସାହିତ୍ୟ ଏକାଡେମୀ ପୁରସ୍କାର ଚୟନ କମିଟି ରେ କବି ରମାକାନ୍ତ ରଥ ,ବୀଣାପାଣି ମହାନ୍ତି ,ଓ ପ୍ରତିଭା ଶତପଥୀ ରହିଥିଲେ I ଇଂରାଜୀ ଅଧ୍ୟାପିକା ଭାବେ କାର୍ଯ୍ୟ କରିଥିବା ଶ୍ରୀମତୀ ମିଶ୍ର ପୂର୍ବରୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, କଥା ଆୱାର୍ଡ, ଓଡ଼ିଶା ବୁକ ଫେୟାର ଆୱାର୍ଡ, ଗଙ୍ଗାଧର ରଥ ଫାଉଣ୍ଡେସନ ପୁରସ୍କାର ଆଦି ପାଇଛନ୍ତି।ଯଶୋଧାରା ଙ୍କୁ ପୁରସ୍କାର ସ୍ୱରୂପ ତାମ୍ର ଫଳକ ସହ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ I

Comments (0)
Add Comment