ଭଗବାନ ବିଷ୍ଣୁ ବ୍ୟକ୍ତି ର ସମସ୍ତ ଦୁଃଖ ,ଦୁର୍ଦଶା କୁ ଦୂର କରିଥାନ୍ତି I ବେଳେ ବେଳେ ଦେଖା ଯାଇଥାଏ ଆମେ ଯେତେ ଅର୍ଜ୍ଜନ କଲେ ମଧ୍ୟ ଘରେ ସର୍ବଦା ଅଭାବ ଅନଟନ ଦେଖାଯାଏ I ଏହା ସହିତ ପରିବାର ଭିତରେ ଅଶାନ୍ତି ର ଝଡ଼ ବୋହିଥାଏ I ଏହି ସମୟରେ ବ୍ୟକ୍ତି ପରିବାରରେ ସୁଖ ଶାନ୍ତି ସହି ଭଗବାନ ଙ୍କ କୃପା ପ୍ରାପ୍ତି ପାଇଁ ଅନେକ ଚେଷ୍ଟା କରିଥାଏ I ଜ୍ୟୋତିଷ ଶାସ୍ତ୍ରରେ ଭବାନ ବିଷ୍ଣୁ ଙ୍କ କୃପା ପ୍ରାପ୍ତ କରିବା ସହିତ ତାଙ୍କ ଚଳନ୍ତି ସ୍ୱରୂପ ‘ଶାଳଗ୍ରାମ’ ପୂଜା ପାଇଁ କୁହI ଯାଇଥାଏ I ଅବଶ୍ୟ ଘରେ ଶାଳଗ୍ରାମ ପୂଜନ ଅତ୍ୟନ୍ତ ନିଷ୍ଠା ଓ ନୀତି ନିୟମ ସହିତ କରିବା ଦରକାର I ଭଗବାନଙ୍କ ରୂପକୁ ପୂଜା କରି ଜଣଙ୍କର ଭାଗ୍ୟ ଖୋଲିଯାଏ ବୋଲି ବିଶ୍ୱାସ କରାଯାଏ। ସେହିଭଳି ପ୍ରଭୁ ବିଷ୍ଣୁଙ୍କର ଏକ ସ୍ଵରୂପ ‘ଶାଳଗ୍ରାମ’ ଙ୍କର ଦୈନିକ ପୂଜା ବିଷୟରେ କିଛି ନିର୍ଦ୍ଦିଷ୍ଟ ନିୟମ ରହିଛି ଆସନ୍ତୁ ଜାଣିବା I
‘ଶାଳଗ୍ରାମ’ ହେଉଛନ୍ତି ଏକ କଳା ରଙ୍ଗର ପବିତ୍ର ପଥର I ଯାହା କି ଗଂଡୁକି ବା ଗୋମତୀ ନଦୀ ରୁ ମିଳିଥାଏ I ଏହା ନାରାୟଣ ଅର୍ଥାତ୍ ଭଗବାନ ବିଷ୍ଣୁଙ୍କର ଦେବତା ରୂପ ଭାବରେ ପୂଜା କରାଯାଇଥାଏ I ‘ଶାଳଗ୍ରାମ’ ଙ୍କୁ ପୂଜା କଲେ ଭଗବାନ ବିଷ୍ଣୁ ଙ୍କ ସହିତ ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୋଇ କୃପା କରିଥାନ୍ତି I ‘ଶାଳଗ୍ରାମ’ ପଥର କୁ ଅନେକ ସ୍ଥାନ ରେ ତୁଳସୀ ଗଛ ମୂଳରେ ରଖି ପୂଜା କରାଯାଇଥାଏ I
ନିୟମିତ ପୂଜା ଉପାସନା ଦ୍ୱାରା ଏହି ଫଳ ମିଳିଥାଏ
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ତୁଳସୀ ଗଛ ମୂଳରେ ଶାଳଗ୍ରାମ ଙ୍କୁ ରଖି ବିଧିବିଧାନ ଅନୁସାରେ ନିୟମିତ ପୂଜା କଲେ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ I ଯେଉଁଠାରେ ତୁଳସୀ ଙ୍କ ସହିତ ଶାଳଗ୍ରାମ ପୂଜା କରାଯାଏ ସେହି ଘରେ ଦାରିଦ୍ର୍ୟତା ଦୂର ହୋଇ ମାତା ଲକ୍ଷ୍ମୀ ଙ୍କ ନିବାସ ହୋଇଥାଏ I
ଶାଳଗ୍ରାମ ଙ୍କୁ ସାକ୍ଷାତ ନାରାୟଣ ଙ୍କ ସ୍ୱରୂପ ବୋଲି ଧରାଯାଇଥାଏ I ଏହା ସହିତ ଶାଳଗ୍ରାମ ଙ୍କୁ ତୁଳସୀ ଙ୍କ ସହିତ ବିବାହ କଲେ ଭକ୍ତଂକ ସମସ୍ତ ପ୍ରକାର ଅର୍ଥର ଅଭାବ, ଅସୁବିଧା, ଅସୁବିଧା ଏବଂ ରୋଗ ,ଶୋକ ଦୂର ହୋଇଯାଏ I ଏହା ସହିତ ଘରେ ସୁଖ , ଶାନ୍ତି ବିରାଜ ମାନ କରି ଦେବୀ ଲକ୍ଷ୍ମୀଙ୍କ କୃପା ସର୍ବଦା ରହିଥାଏ I
ଯଦି ଆପଣ ଶାଳଗ୍ରାମ ଙ୍କୁ ଠାକୁର ଘରେ ରଖନ୍ତି ,ତେବେ ତାଙ୍କ ପାଇଁ ସ୍ୱତନ୍ତ୍ର ଆସ୍ଥାନ ଟିଏ ରଖନ୍ତୁ I ନିୟମିତ ଭାବରେ ତୁଳସୀ ଚଢାଇ ପୂଜା କରନ୍ତୁ I ଯଦି ସମ୍ଭବ ହୁଏ ବ୍ରହ୍ମଣ ଙ୍କ ଦ୍ୱାରା ବା ଘରର ପୁରୁଷ ଲୋକଙ୍କ ଦ୍ୱବାର ପୂଜା କରାନ୍ତୁ I ଏହାବାଦ ଘରକୁ ନିୟମିତ ଝାଡୁ ପୋଛା କରି ଶୁଦ୍ଧ ରଖିବା ସହିତ ସାତ୍ଵିକ ଭୋଜନ କଲେ ଅତି ଉତ୍ତମ I
ଯଦି ଆପଣ ଶାଳଗ୍ରାମ ଙ୍କୁ ଠାକୁର ଘରେ ପ୍ରତିଷ୍ଠା କରିବାକୁ ଚିନ୍ତା କରୁଛନ୍ତି, ତେବେ ଦିୱାଲୀ ଦିନରେ ଏହାକୁ ପ୍ରତିଷ୍ଠା କରିବା ଅତ୍ୟନ୍ତ ଶୁଭ ହୋଇଥାଏ I ଏହା ସହିତ ବିଷ୍ଣୁ ସହସ୍ରନାମ ପାଠ କରି ପଞ୍ଚାମୃତ ରେ ଶାଳଗ୍ରାମ ଙ୍କୁ ସ୍ନାନ କରାଇ ବ୍ରାହ୍ମଣ ଙ୍କ ଦ୍ୱାରା ପଞ୍ଚଉପଚାର ରେ ପୂଜା କରାଇ ପ୍ରତିଷ୍ଠା କରାନ୍ତୁ I
ମନେରଖନ୍ତୁ ଯେ ଘରେ କେବଳ ଗୋଟିଏ ଶାଳଗ୍ରାମ ପ୍ରତିଷ୍ଠା କରାଯିବା ଉଚିତ୍
ତୁଳସୀ ବିନା ଶାଳଗ୍ରାମ ଙ୍କୁ ପୂଜା କରିବାକୁ ଭୁଲନ୍ତୁ ନାହିଁ I
ନିୟମିତ ଭାବରେ ପଞ୍ଚାମୃତ ରେ ଶାଳଗ୍ରାମ ଙ୍କୁ ସ୍ନାନ କରାନ୍ତୁ I
ଘରେ ଯେଉଁମାନେ ଶାଳଗ୍ରାମ କୁ ପୂଜା କରିବେ ସେମାନେ ଭୁଲ ରେ ମଧ୍ୟ ଆମିଷ ଭକ୍ଷଣ ମଦ ଠାରୁ ଦୁରେଇ ରହିବା ଉଚିତ I ସମ୍ଭବ ହେଲେ ଘରେ ମଝିରେ ମଝିରେ ଭାଗବତ ପାରାୟଣ ଏବଂ ବିଷ୍ଣୁ ସହସ୍ର ନାମ ପାଠ କରାଇ ନେବା ଦରକାର I