ଓଡ଼ିଆ ଖାଦ୍ୟମହୋତ୍ସବ ରାଜ୍ୟରେ ପ୍ରଥମ ଓ ଏକ ସଫଳ ପ୍ରୟାସ
ଭୁବନେଶ୍ୱର, ୨୪.୧୨.୨୦୨୫, ଓଡ଼ିଆ ଖାଦ୍ୟ ଆମର ସଂସ୍କୃତିକୁ ରୁଦ୍ଧିମନ୍ତ କରିଥିଲା, ମାତ୍ର ବିଭିନ୍ନ ପରିସ୍ଥିତିରେ ଓଡ଼ିଆ ସଂସ୍କୃତିର ଅବକ୍ଷୟ ହେବା ସହିତ ଓଡ଼ିଆ ଖାଦ୍ୟର ମହତ୍ୱ କମିବାରେ ଲାଗିଛି । ବାସ୍ତବରେ ଓଡ଼ିଶାର ଖାଦ୍ୟ ଉଭୟ ଆର୍ଥିକ ଅଭିବୃଦ୍ଧି ସହିତ ସାମାଜିକ ସମରସତା ବୋଲି ବିଶ୍ୱ ଓଡ଼ିଆ ପରିବାର ପକ୍ଷରୁ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆଠାରେ ଆୟୋଜିତ ଉତ୍ସବରେ ସଭାରେ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି ଯେ, ଓଡ଼ିଆ ଖାଦ୍ୟମହୋତ୍ସବ ରାଜ୍ୟରେ ପ୍ରଥମ ଓ ଏକ ସଫଳ ପ୍ରୟାସ
ସମ୍ମାନନୀୟ ଅତିଥି ଗଣ କହିଛନ୍ତି ଯେ, ଓଡ଼ିଆ ଖାଦ୍ୟ ସଂସ୍କୃତିର ତୁଳନା କରାଯାଇପାରିବ ନାହିଁ ଜଗନ୍ନାଥ ସଂସ୍କୃତି ସହିତ ଓଡ଼ିଶାର ମହାନ ଖାଦ୍ୟ ପରମ୍ପରା ସହିତ ଜଡ଼ିତ । ମାତ୍ର ପାଶ୍ଚାତ୍ୟର ସଭ୍ୟତା ପ୍ରଭାବରେ ଆମେ ଆମର ଖାଦ୍ୟ ପରମ୍ପରା ପ୍ରତି ଆମର ବିଶ୍ୱାସ ରହୁନାହିଁ । ଅପରପକ୍ଷରେ ଓଡ଼ିଆ ଖାଦ୍ୟ ସ୍ୱାସ୍ଥ୍ୟ ସହିତ ସମ୍ପର୍କ ରହିଛି କିନ୍ତୁ ଆମେ ପାଶ୍ଚାତ୍ୟ ପ୍ୟାକେଟ୍ ଖାଦ୍ୟ କ୍ଷଣିକ ଆନନ୍ଦ ଅନୁଭବ କରୁଛି ସିନା ପ୍ରକାନ୍ତରେ ରୋଗକୁ ଆମନ୍ତ୍ରଣ କରୁଛି । ଏହାର ପରିବର୍ତନ ହେବା ଏକାନ୍ତ ପ୍ରୟୋଜନ ଅଟେ । ଆଦିବାସୀ ପରମ୍ପରାରେ ଖାଦ୍ୟ ସଂସ୍କୃତି ସମୃଦ୍ଧ ଅଟେ । ଅନ୍ୟତମ ସମ୍ମାନିତ ଅତିଥି ଭାବରେ ପିପିଲିର ବିଧାୟକ ଶ୍ରୀ ଆଶି୍ରତ ପଟ୍ଟନାୟକ କହିଥିଲେ ବାସ୍ତବରେ ଖାଦ୍ୟ ଉତ୍ସବ ପାଇଁ ଉଦ୍ଦିଷ୍ଟ ହେବା ଉଚିତ ନୁହେଁ ବିଶ୍ୱ ଓଡ଼ିଆ ପରିବାର ଯେଉଁ ମହାନ ପ୍ରୟାସ କରିଛି, ଅନୁମେୟ ହେଉଛି ଯେ, ଓଡ଼ିଆ ଖାଦ୍ୟର ପ୍ରଚାର ଓ ପ୍ରସାର ଦିଗରେ ଏହା ସହାୟକ ହେବ ।
ଉତ୍ସବରେ ଓଡ଼ିଶାର ଖାଦ୍ୟ ଯୋଗାଣ ବିଜ୍ଞାନ ଓ କାରିଗରୀମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଓଡ଼ିଶାର ଖାଦ୍ୟ ଯୋଗାଣ ବିଜ୍ଞାନ ଓ କାରିଗରୀମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର , ବିଦ୍ୟାଳୟ ଓ ଗଣଶିକ୍ଷା ଅନୁସୂଚୀତ ଜାତି ଜନଜାତି, ପଛୁୂଆବର୍ଗ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡସାଂସଦ ତଥା ଭାରତୀୟ ଜନତାପାର୍ଟିର ରାଷ୍ଟ୍ରୀୟ ଉପ-ସଭାପତି ଶ୍ରୀ ବୈଜୟନ୍ତ ପଣ୍ଡା, ପିପିଲି ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକ ଯୋଗ ଦେଇଥିଲେ ।
ପୂର୍ବାହ୍ଣରେ ‘ପିଠାମିଠା ଭାରି ସୁଆଦିଆ’ ନାମରେ ପ୍ରତିଯୋଗିତାକୁ ପୂର୍ବତନ ବିଧାୟିକା ଶ୍ରୀମତୀ କୁସୁମ ଟେଟେ ଉ୍୍ଦଘାଟନ କରିଥିଲେ । ଏଥିରେ ୫୦ରୁ ଅଧିକ ମହିଳା ପ୍ରତିଯୋଗି ଅଂଶଗ୍ରହଣ କରି ବିଭିନ୍ନ ପ୍ରକାର ଓଡ଼ିଆ ପିଠା ପ୍ରସ୍ତୁତ କରିଥିଲେ । ଏହାପରେ ‘ଭୋଗଥାଳି ସଜଡ଼ା’ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏହାକୁ ଓଡିÿଶା ଶିଶୁଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ଶ୍ରୀମତୀ ବବିତା ପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କହିଥିଲେ ଯେ, ଏହି ମେଳା ଏକ ନିଆରା କାର୍ଯ୍ୟକ୍ରମ ତଥା ଏହା ଓଡିÿଆ ଜନମାନସକୁ ନିଶ୍ଚିତ ଭାବେ ପ୍ରଭାବିତ କରିବ ।
ଓଡିÿଶା ଶିଶୁଅଧିକାର ସୁରକ୍ଷା ଆୟୋଗର ସଭ୍ୟା ଶ୍ରୀମତୀ କସ୍ତୁରୀ ମିଶ୍ର ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ ଯେ, ଭୋଗଥାଳି ପ୍ରତିଯୋଗିତା ମନ୍ଦିର ପରିସର ଭଳି ଅନୁଭବ ହେଉଛି । ବିଶିଷ୍ଠ ଖାଦ୍ୟ ବିଶେଷଜ୍ଞ, ଶ୍ରୀ ସତ୍ୟ ନାରାୟଣ ମହାପାତ୍ର, ଶ୍ରୀମତୀ ତାରା ଦାସ, ମମତା ପାଣି, ସ୍ୱପ୍ନପି୍ରୟା ପାତ୍ର, ସୁରଭି ସ୍ୱାଇଁ ବିଚାରକ ଭାବରେ ଯୋଗଦେଇଥିଲେ ଶ୍ରୀମତୀ ସଂଗୀତା ଦାସ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ଅନୁଷ୍ଠାନ ଶ୍ରୀ ସଜ୍ଜନ ଶର୍ମା ଉତ୍ସବର ମହତ୍ୱ ସମ୍ବନ୍ଧରେ ଅବଗତ କରାଇଥିଲେ । ଡ଼ଃ ପ୍ରୀତିପ୍ରତିଭା ଭୋଳ କାର୍ଯ୍ୟକ୍ରମରେ ପରିଚାଳନା କରିଥିଲେ ଏହି ପ୍ରଦର୍ଶନୀ ଦିବା ୧୦ ରାତି ୧୦ ପର୍ଯ୍ୟନ୍ତ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ ।
ସନ୍ଧ୍ୟାରେ ବିଶିଷ୍ଠ କଣ୍ଠଶିଳ୍ପୀ ମଂଟୁ ଛୁରିଆଙ୍କ ମନମୁଗ୍ଧକର ସଂଗୀତ ଓ ନୃତ୍ୟ କୁ ଦର୍ଶକମାନେ ବେଶ୍ ଉପଭୋଗ କରିଥିଲେ ବିଶେଷ କରି ଖାଦ୍ୟ ଷ୍ଟଲ ଗୁଡିÿକରେ ପ୍ରବଳ ଭିଡ଼ ଜମୁଥିଲା