ଭୁବନେଶ୍ୱର: କିଟ୍ ଇଂଟରନ୍ୟାସ୍ନାଲ୍ ସ୍କୁଲ୍ରେ ରବିବାର ବିଶ୍ୱ ଅଟିଜିମ୍ ସଚେତନତା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ, ଅଟିଜିମ୍କୁ କେବଳ ପାଳନ କରିଦେଲେ ହେବନାହିଁ; ମାନସିକ ଅନଗ୍ରସର ଥିବା ଶିଶୁମାନଙ୍କ ଅଧିକାର ଉପରେ ବିଶେଷ ଗୁରୁତ୍ୱ ଦେବାକୁ ପଡ଼ିବ । ଚିଲ୍ଡ୍ରେନ୍ ଉଇଥ ସ୍ପେସିଆଲ୍ ନିଡ୍ସ ଉପରେ କାମ କରୁଥିବା ସେନ୍ ଗ୍ଲୋବ୍ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କିଟ୍ ଓ କିସ୍ ସଭାପତି ଶାଶ୍ୱତୀ ବଳ, କିଟ୍ ଇଂଟରନ୍ୟାସ୍ନାଲ୍ ସ୍କୁଲ୍ର ଚେୟାରପର୍ସନ ଡ. ମୋନା ଲିସା ବଳ, ଅଧ୍ୟକ୍ଷ ଡ. ସଞ୍ଜୟ ସୁଆର ଓ ସେନ୍ ଗ୍ଲୋବ୍ର ଉପଦେଷ୍ଟା ସ୍ୱାଗତିକା ସାମନ୍ତରାୟ ପ୍ରମୁଖ ଯୋଗଦେଇ ଅଟିଜିମ୍ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ଭୁବନେଶ୍ୱରର ବିଭିନ୍ନ ହୋଟେଲ୍, ରେଷ୍ଟୁରାଂଟ, ସପିଂ ମଲ ଓ ଥାନାରେ ଅଟିଜିମ୍ ପିଲାଙ୍କୁ ଆପଣାଇନେବା ପାଇଁ ନୀଳ ରିବନ୍ ଓ ବୁ୍କ୍ମାର୍କ ସହ ‘ଜୀପାଥନ’ ଆୟୋଜନ କରାଯାଇଥିଲା।