ଭୁବନେଶ୍ୱର: ଭାରତରେ ପ୍ରଥମ ଥର ପାଇଁ ୱାର୍ଲ୍ଡ ଆଥ୍ଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର୍ ବ୍ରୋଞ୍ଜ୍ ପ୍ରତିଯୋଗିତା ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍ରେ ରବିବାର ଅନୁଷ୍ଠିତ ହୋଇଯାଇଛି। ଆଥ୍ଲେଟିକ୍ସ ଫେଡେରେସନ୍ ଅଫ୍ ଇଣ୍ଡିଆ (ଏଏଫ୍ଆଇ) ଏବଂ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ୱାର୍ଲ୍ଡ ଆଥ୍ଲେଟିକ୍ସର ଏହି ଦିନିକିଆ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଭାରତର ୯୦ରୁ ଊର୍ଦ୍ଧ୍ୱ କ୍ରୀଡ଼ାବିତ୍ଙ୍କ ସମେତ ପ୍ରାୟ ୧୭ ଦେଶର ୧୬୦ କ୍ରୀଡ଼ାବିତ୍ ଅଂଶଗ୍ରହଣ କରିଥିଲେ। ଓଡ଼ିଶାରୁ ଅନିମେଶ କୁଜୁର, ଶ୍ରାବଣୀ ନନ୍ଦ, ଲାଲୁ ପ୍ରସାଦ ଭୋଇ ଓ ପ୍ରଜ୍ଞା ପ୍ରଶାନ୍ତି ସାହୁ ଅନ୍ୟତମ। ପ୍ରତିଯୋଗିତାରେ ୧୯ଟି ଇଭେଣ୍ଟ୍ ଆୟୋଜିତ ହୋଇଥିବା ବେଳେ ଭାରତୀୟ ଆଥ୍ଲେଟ୍ମାନେ ୧୪ଟି ଇଭେଣ୍ଟ୍ରେ ଶୀର୍ଷସ୍ଥାନ ହାସଲ କରିଛନ୍ତି। ଏହା ମଧ୍ୟରେ ଅନିମେଶ କୁଜୁର ୧୦୦ ମିଟର ଓ ପ୍ରଜ୍ଞା ପ୍ରଶାନ୍ତି ମହିଳା ହର୍ଡଲ୍ସରେ ସ୍ୱର୍ଣ୍ଣ ପଦକ ଜିତିିଛନ୍ତି। ଅନ୍ୟତମ ଓଡ଼ିଆ ଆଥ୍ଲେଟ୍ ଶ୍ରାବଣୀ ନନ୍ଦ (ମହିଳା ୨୦୦ ମିଟର) ଏବଂ ଲାଲୁ ପ୍ରସାଦ ଭୋଇ (ପୁରୁଷ ୧୦୦ ମିଟର) ଯଥାକ୍ରମେ ୫ମ ଓ ୪ର୍ଥ ସ୍ଥାନରେ ରେସ୍ ସମାପ୍ତ କରିଛନ୍ତି। ଉଦ୍ଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଆଥ୍ଲେଟିକ୍ସ ଫେଡେରେସନ୍ ଅଫ୍ ଇଣ୍ଡିଆ ସଭାପତି ବାହାଦୁର ସିଂହ ସାଗୁ, ୱାର୍ଲ୍ଡ ଆଥ୍ଲେଟିକ୍ସ ଉପସଭାପତି ସୁମରି ଆଦିଲ୍ୱାଲା ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଥମ ଥର ଓଡ଼ିଶା ମାଟିରେ ଆୟୋଜିତ ଭାରତର ଏହି ପ୍ରଥମ ବିଶ୍ୱସ୍ତରୀୟ ଟ୍ରାକ୍ ଆଣ୍ଡ୍ ଫିଲ୍ଡ ପ୍ରତିଯୋଗିତାରେ ଅନିମେଶ ୨୦୦ ମିଟର ଦୌଡ଼ରେ ୨୦.୭୭ ସେକେଣ୍ଡ୍ ସମୟ ସହ ପ୍ରଥମ ସ୍ଥାନରେ ରହି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। କେରିଆର କୋ ସେଉଙ୍ଗୱାନ୍ ୨୦.୯୫ ସେକେଣ୍ଡ୍ ସହ ଦ୍ୱିତୀୟ ଏବଂ ଭାରତର (ତାମିଲନାଡ଼ୁ) ରଗୁଲ୍ କୁମାର ୨୧.୧୭ ସେକେଣ୍ଡ୍ ସମୟ ସହ ତୃତୀୟ ସ୍ଥାନରେ ରହି ଯଥାକ୍ରମେ ଏହି ଇଭେଣ୍ଟ୍ର ରୌପ୍ୟ ଓ ବ୍ରୋଞ୍ଜ୍ ପଦକ ଜିତିଛନ୍ତି। ସେହିପରି ଓଡ଼ିଶାର ପ୍ରଜ୍ଞା ପ୍ରଶାନ୍ତି ସାହୁ ମହିଳା ୧୦୦ ମିଟର ହର୍ଡଲ୍ସରେ ୧୩.୭୪ ସେକେଣ୍ଡ୍ ସମୟ ସହ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହି ଇଭେଣ୍ଟ୍ର ରୌପ୍ୟ ଓ ବ୍ରୋଞ୍ଜ୍ ପଦକ ମଧ୍ୟ ଭାରତ ଖାତାକୁ ଆସିଛି। ତାମିଲନାଡ଼ୁର ନନ୍ଦିନୀ କୋଙ୍ଗାନ୍ (୧୩.୮୦ ସେ.) ଓ କେରଳର ଅଞ୍ଜଳି ସି (୧୪.୦୦ ସେ.) ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଛନ୍ତି। ତେବେ ମହିଳା ୧୦୦ ମିଟର ଇଭେଣ୍ଟ୍ରେ ଓଡ଼ିଶାର ଶ୍ରାବଣୀ ନନ୍ଦ (୧୧.୮୬ ସେ.) ପଞ୍ଚମ ସ୍ଥାନରେ ରହି ପଦକରୁ ବଞ୍ଚିତ ହୋଇଛନ୍ତି। ଏହି ଇଭେଣ୍ଟ୍ର ତିନିଟି ଯାକ ପଦକ ଭାରତ ଜିତିଛି। କେରଳର ଅବିନୟ ରାଜରାଜନ୍ (୧୧.୫୭ ସେ.), କର୍ଣ୍ଣାଟକର ସ୍ନେହା ଏସ୍ଏସ୍ (୧୧.୭୦ ସେ.) ଏବଂ ତେଲେଙ୍ଗାନାର ନିତ୍ୟା ଗାନ୍ଧେ (୧୧.୭୦ ସେ.) ଯଥାକ୍ରମେ ସ୍ୱର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ୍ ପଦକ ହାତେଇଛନ୍ତି। ପୁରୁଷ ୧୦୦ ମିଟର ଦୌଡ଼ରେ ଓଡ଼ିଶାର ଲାଲୁ ପ୍ରସାଦ ଭୋଇ ୧୦.୫୪ ସେକେଣ୍ଡ୍ ସମୟ ସହ ୪ର୍ଥ ସ୍ଥାନରେ ରହିଛନ୍ତି। ଏହି ଇଭେଣ୍ଟ୍ର ସ୍ୱର୍ଣ୍ଣ ପଦକ ମାଲେସିଆର ମହମ୍ମଦ ଅଜିମ୍ ବିନ୍ (୧୦.୩୫ ସେ.) ଜିତିଥିବା ବେଳେ ଶ୍ରୀଲଙ୍କାର ଜାମୋଦ ଏମ୍ ଯୁଦ୍ଧସିଂହ (୧୦.୪୩ ସେ.) ଏବଂ ମାଲେସିଆର ଦାନିଶ ଇଫ୍ତିଖାର ମୁହା (୧୦.୫୦ ସେ.) ଯଥାକ୍ରମେ ପ୍ରଥମରୁ ତୃତୀୟ ସ୍ଥାନରେ ରହିଥିଲେ। ମହିଳା ୨୦୦ ମିଟରରେ ଭାରତର ଆଞ୍ଜେଲ୍ ସିଲ୍ଭିଆ ଏମ୍ (୨୩.୯୫ ସେ.) ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ନିତ୍ୟା ଗାନ୍ଧେ (୨୪.୧୧ ସେ.), ଓ ଉନ୍ନତି ଆୟପ୍ପା (୨୪.୫୬ ସେ.) ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଛନ୍ତି। ମହିଳା ୧୫୦୦ ମିଟର ରେସ୍ରେ ହରିଆଣାର ପୂଜା (୪:୧୫.୧୩) ପ୍ରଥମ ହୋଇଥିବା ବେଳେ ଉତ୍ତରାଖଣ୍ଡର ଲିଲି ଦାସ (୪:୧୭.୬୬) ଓ ପଞ୍ଜାବର ଅମନଦୀପ୍ କୌର୍ (୪:୨୭.୧୪) ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ପୁରୁଷ ଟ୍ରିପଲ୍ ଜମ୍ପ୍ରେ ଭାରତୀୟ ବାୟୁସେନାର ଅବ୍ଦୁଲ୍ଲା ଅବୁବକର୍, କାର୍ତ୍ତିକ ଉନ୍ନିକ୍ରିଷ୍ଣନ୍ ଏବଂ ତାମିଲନାଡ଼ୁର ଗାଲେି ଭେନିଷ୍ଟର୍ ଡି ଭାରତ ପାଇଁ ଯଥାକ୍ରମେ ସ୍ୱର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ୍ ପଦକ ଜିତିଛନ୍ତି। ଏହା ବ୍ୟତୀତ ମହିଳା ଲଙ୍ଗ୍ ଲମ୍ପ୍ର ତିନିଟି ଯାକ ପଦକ ଭାରତକୁ ମିଳିଛି। ଉତ୍ତର ପ୍ରଦେଶର ସାଇଲି ସିଂ (୬.୨୮ ମିଟର), ରେଳବାଇର ଭବାନୀ ଯାଦବ ଭାଗଭ (୬.୧୩ ମି.) ଏବଂ ଜେଏସ୍ଡବ୍ଲ୍ୟୁର ସାଣ୍ଡା ବାବୁ (୬.୧୦ମି.) ଯଥାକ୍ରମେ ପ୍ରଥମରୁ ତୃତୀୟ ସ୍ଥାନରେ ରହିଛନ୍ତି। ମହିଳା ଜାଭେଲିନ୍ ଥ୍ରୋରେ ଉତ୍ତର ପ୍ରଦେଶର ଅନ୍ନୁ ରାଣୀ (୬୨.୦୧ମି.) ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଶ୍ରୀଲଙ୍କାର ଏନ୍ ଡିଏଲ୍ ହତରବାଗ୍ ଲେକା (୫୬.୨୭ମି.) ଦ୍ୱିତୀୟ ଏବଂ ହରିଆଣାର ତୀପିକା (୫୬.୨୭ମି.) ତୃତୀୟ ସ୍ଥାନ ହାସଲ କରିଛନ୍ତି। ମହିଳା ୪୦୦ ମିଟର ରେସ୍ରେ କର୍ଣ୍ଣାଟକର ଭିଜୟକୁମାରୀ ଜିକେ (୫୩.୪୦ ସେ.) ସ୍ୱର୍ଣ୍ଣ, ଗୁଜରାଟର ଦିବ୍ୟାନିବା ମହେନ୍ଦ୍ରାସ୍ (୫୩.୮୭ସେ.) ରୌପ୍ୟ ଏବଂ ଗ୍ରେଟ୍ ବ୍ରିଟେନ୍ର ଲୁଇସ୍ ଇଭାନ୍ସ (୫୪.୨୮ ସେ.) ବ୍ରୋଞ୍ଜ୍ ପଦକ ଜିତିଛନ୍ତି। ପୁରୁଷ ୪୦୦ ମିଟର ରେସ୍ରେ ଭାରତର ବିଶାଳ ଟିକେ, ଅମୋଜ ଜ୍ୟାକବ୍ ଏବଂ ସନ୍ତୋଷ କୁମାର ଟି. ଯଥାକ୍ରମେ ସ୍ୱର୍ଣ୍ଣ, ରୌପ୍ୟ ଏବଂ ବ୍ରୋଞ୍ଜ୍ ପଦକ ଜିତିଛନ୍ତି।
kamagra en ligne pas de script
prescription kamagra sans
online order enclomiphene buy for cheap
buy cheap enclomiphene generic online cheapest
order androxal generic ingredients
free shipping androxal
canadian pharmacy dutasteride generic
how to buy dutasteride uk cheapest
discount flexeril cyclobenzaprine retail price
buying flexeril cyclobenzaprine usa generic
purchase gabapentin cost new zealand
order gabapentin uk delivery
ordering itraconazole generic alternatives
is itraconazole a prescription drug
buying fildena without prescriptions uk
discount fildena australia discount
purchase staxyn cheap to buy online
order staxyn generic overnight shipping
cheap avodart cheap in uk
ordering avodart price by pharmacy
buying xifaxan generic pharmacy canada
buy cheap xifaxan uk meds
buy rifaximin generic online pharmacy
Buy rifaximin online no membership
kamagra žádné r x cizí
objednávka kamagra dodání dodání následující den