କିଟରେ ପାଳିତ ହେଲା ଇଫ୍‍ତାର: ମୁଖ୍ୟ ଅତିଥି ଭାବେ ଯୋଗଦେଇ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ

ପ୍ରତିବର୍ଷ ଭଳି ଚଳିତବର୍ଷ କିଟ୍‍ ବିଶ୍ୱବିଦ୍ୟାଳୟରେ ଇଫ୍‍ତାର ପାଳିତ ହୋଇଯାଇଛି । କିଟରେ କାର୍ଯ୍ୟରତ ମୁସଲମାନ ସଂପ୍ରଦାୟର ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଓ ଭାରତ ସମେତ ବିଭିନ୍ନ ଦେଶର ଛାତ୍ରଛାତ୍ରୀଙ୍କୁ ନେଇ ଆଜି ଇଫ୍‍ତାର ପାର୍ଟି ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ କିଟ୍‍ ଓ କିସ୍‍ ସ୍ନେହ, ଭାଇଚାରା, ସଦ୍‍ଭାବନା, ଦୟା ଓ ପରୋପକାର ଉପରେ ଆଧାରିତ ଶିକ୍ଷାନୁଷ୍ଠାନ ।

କିଟ ରେ ଇଫତାର ପାର୍ଟି

ଛାତ୍ରଛାତୀଙ୍କୁ ଉପଦେଶ ଦେଇ ଶ୍ରୀ ସାମନ୍ତ କହିଲେ, ଅନ୍ୟକୁ ଭଲ ପାଇବା ମଣିଷର ସବୁଠାରୁ ଭଲ ଗୁଣ । ଏହା ଦ୍ୱାରା ମଣିଷ ଆତ୍ମସନ୍ତୋଷ ମିଳିବା ସହ ଅନ୍ୟମାନେ ମଧ୍ୟ ଏଥିରୁ ଆନନ୍ଦ ପାଇଥାନ୍ତି । ପରସ୍ପରକୁ ଭଲ ପାଇବା ଦ୍ୱାରା ଅନେକ ମାନସିକ ଓ ସାମାଜିକ ସମସ୍ୟା ଦୂର ହୋଇପାରିବ । ଏହାକୁ ସମସ୍ତେ ଆପଣାଇବା ସହ ଅଭ୍ୟାସ କରିବା ଉଚିତ ବୋଲି ସେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସସ୍ମିତା ସାମନ୍ତ, ଉପକୁଳପତି ପ୍ରଫେସର ଶରଣଜିତ୍‍ ସିଂହ, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତିଙ୍କ ସମେତ କିଟ୍‍ ଓ କିସ୍‍ର ବହୁ ପଦାଧିକାରୀ ଉପସ୍ଥିତ ଥିଲେ ।