5T ଅଧ୍ୟକ୍ଷଙ୍କୁ ଭେଟିଲେ ୨୭ ସଂଗଠନର କର୍ମକର୍ତ୍ତା

ଭୁବନେଶ୍ୱର: ‘୫-ଟି’ ଓ ‘ନବୀନ ଓଡ଼ିଶା’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍‌ଙ୍କୁ ୨୭ଟି ସଂଗଠନର କର୍ମକର୍ତ୍ତା ସାକ୍ଷାତ କରି ଶୁଭେଚ୍ଛା ଜ୍ଞାପନ କରିବା ସହ ନୂଆ ଓଡ଼ିଶା ଗଠନ ନିମନ୍ତେ ସେ ଆରମ୍ଭ କରିଥିବା ଅଭିଯାନରେ ସାମିଲ ହେବାକୁ ସଂକଳ୍ପ କରିଛନ୍ତି । ଏହି ଅବସରରେ ସଙ୍ଗଠନର କର୍ମକର୍ତ୍ତାମାନେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଶ୍ରୀ ପାଣ୍ଡିଆନ୍‌ଙ୍କ ନେତୃତ୍ୱରେ ଜାରିରହିଥିବା ରୂପାନ୍ତରଣ କାର୍ଯ୍ୟକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି। ରାଜ୍ୟର ଉନ୍ନତି ଓ ଏହାକୁ ସଫଳତା ଶୀର୍ଷରେ ପହଞ୍ଚିବା ପାଇଁ ଏପରି ନେତୃତ୍ୱର ଆବଶ୍ୟକତା ବୋଲି କହିଛନ୍ତି ଏବଂ ଜାରି ରହିଥିବା ରୂପାନ୍ତରଣ କାର୍ଯ୍ୟକୁ ଗଭୀର ସମର୍ଥନ ଜଣାଇଛନ୍ତି।

ଏହି ଅବସରରେ ‘୫-ଟି’ ଅଧ୍ୟକ୍ଷ କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଇବା ସହିତ ମୁଖ୍ୟମନ୍ତ୍ରୀଙ୍କ ନୂଆ ଓଡ଼ିଶା, ସଶକ୍ତ ଓଡ଼ିଶା ସ୍ୱପ୍ନ ପୂରଣ କରିବା ସମସ୍ତଙ୍କର ଏକମାତ୍ର ଲକ୍ଷ୍ୟ ହେବା ଆବଶ୍ୟକ ବୋଲି କହିଛନ୍ତି। ଏଥିପାଇଁ ସମସ୍ତେ ଏକ୍‌ ହୋଇ ମୁଖ୍ୟମନ୍ତ୍ରୀଙ୍କ ଭିଜନକୁ ପୂରଣ କରିବାକୁ ଚେଷ୍ଟା କରିବାକୁ ଆହ୍ୱାନ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିବା ସଂଗଠନଗୁଡ଼ିକ ମଧ୍ୟରେ ଦିବ୍ୟଜ୍ୟୋତି ଜାଗୃତି ସଂସ୍ଥାନ, କଟକ ଖ୍ରୀଷ୍ଟିଆନ୍‌ ଶିକ୍ଷା ବୋର୍ଡ, ଉକ୍ରଳ ସିନେ ଚ୍ୟାମ୍ବର ଅଫ୍‌ କମର୍ସ, ଓଡ଼ିଶା ସଚିବାଳୟ ଟାଇପିଷ୍ଟ ଆସୋସିଏସନ, ଅଲ୍‌ ଓଡ଼ିଶା କୋଭିଡ୍‌-୧୯ ପାରାମେଡିକାଲ୍‌ ଷ୍ଟାଫ୍‌ ଆସୋସିଏସନ୍‌, କନ୍ଧମାଳ ପିପୁଲ୍ସ ଫୋରମ୍‌, ୟଙ୍ଗ୍‌ମେନ୍‌ ଆସୋସିଏସ୍‌ନ, ଓଡ଼ିଶା ପୁଲିସ ହାବିଲଦାର, କନଷ୍ଟେବଲ୍‌ ସପ୍ତମ ସିପାହୀ ମହାସଂଘ, ରୁଷିକୂଲ୍ୟା ରୟତ ମହାସଭା, ଓଡ଼ିଶା ଷ୍ଟାମ୍ପଭେଣ୍ଡର୍‌ ମହାସଂଘ, ଓଡ଼ିଶା ସରକାରୀ ନର୍ସିଂ ଟିଚର ଆସୋସିଏସନ, ସଂସ୍କୃତି ଓ ସଂସ୍କୃତି, ବ୍ରଦରହୁଡ୍‌ ଗ୍ଲୋବାଲ୍‌ ଫାଉଣ୍ଡେସନ୍‌ ଟ୍ରଷ୍ଟ, କଳିଙ୍ଗ ଚ୍ୟାମ୍ବର ଅଫ୍‌ କମର୍ସ ଓ ଶିଳ୍ପ, ଅଲ୍‌ ଓଡ଼ିଶା ପ୍ୟାକ୍ସ ଓ ଲ୍ୟାମ୍ପ୍ସ କର୍ମଚାରୀ ମହାସଂଘ, ଖୋର୍ଦ୍ଧା କେନ୍ଦ୍ରୀୟ ସମବାୟ ସମିତି, ଓଡ଼ିଶା ଡିପ୍ଲୋମା ଇଞ୍ଜିନୟର ସେବା ସଂଗଠନ, ବାଙ୍କୀ କେନ୍ଦ୍ରୀୟ ସମବାୟ ସମିତି, ‘ନିସ୍‌’, ଟାଙ୍ଗୀ-ଚୌଦ୍ୱାର ବ୍ଲକ୍‌ କ୍ରୀଡ଼ା ଉନ୍ନୟନ ପରିଷଦ, ଓଡ଼ିଶା ଶିଳ୍ପୀ ମହାସଂଘ, ଆକବରନାମାର ମୁଖ୍ୟ ସମ୍ପାଦକ ଓ ଅନ୍ୟ ମୌଲବୀମାନେ, ପାହାଳ ମିଠା ବ୍ୟବସାୟୀ ସଂଘ, ଶିଖରଚଣ୍ଡୀ ଓ ଭରତପୁର ଗ୍ରାମ୍ୟ କମିଟି, ଏଜ୍‌ କେୟାର ଆସୋସିଏସନ୍‌, ଉତ୍ତର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀର ସମସ୍ତ କର୍ପୋରେଟର, ସରପଞ୍ଚ, ସମିତିସଭ୍ୟ ଓ ୩୦ ନମ୍ବର ଜୋନ୍‌ର ଜିଲ୍ଲାପରିଷଦ ସଦସ୍ୟ, ଉତ୍ତର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀର ବସ୍ତି ସଭାପତି ଓ ସମ୍ପାଦକ, ଉତ୍ତର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀର ମହିଳାନେତ୍ରୀମାନେ ଏଥିରେ ସାମିଲ୍‌ ଥିଲେ।