WOMENS HOCKY TEAM REACHED SEMI FINAL AT TOKYO OLYMPIC

WOMENS HOCKY TEAM REACHED SEMI FINAL AT TOKYO OLYMPIC

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ହକି ଟିମ୍‌ ସେମି ଫାଇନାଲରେ ପ୍ରବେଶ କରିଛି । ତିନି ଥର ଚାମ୍ପିଅନ୍ ହୋଇଥିବା ଅଷ୍ଟ୍ରେଲିଆ ଦଳ କୁ ପରାସ୍ତ କରି ସେମିରେ ପହଞ୍ଚିଛି । ଆଉ ଏହା ସହିତ ଇତିହାସ ରଚି ଅଲିମ୍ପିକ୍ସରେ ପ୍ରଥମ ଥର ପାଇଁ ସେମି ଫାଇନାଲ୍‌ ରାଉଣ୍ଡରେ ପ୍ରବେଶ କରିଛି ଭାରତୀୟ ମହିଳା ହକି ଦଳ ।

ଆଜି ଖେଳା ଯାଇଥିବା କ୍ୱାର୍ଟର ଫାଇନାଲ୍‌ ମ୍ୟାଚ୍‌ରେ ଭାରତୀୟ ଟିମ୍ ଅଷ୍ଟ୍ରେଲିଆକୁ ୧-୦ ଗୋଲ୍‌ରେ ହରାଇଛି। ଦଳ ତରଫରୁ ଏହି ଏକମାତ୍ର ଗୋଲ୍ ଦେଇଥିଲେ ଗୁରଜୀତ କୌର। ଅଲିମ୍ପିକ୍ସରେ ଏହା ହେଉଛି ତାଙ୍କର ପ୍ରଥମ ଗୋଲ୍‌।
ମ୍ୟାଚ୍‌ର ୨୨ତମ ମିନିଟ୍‌ରେ ଗୁରଜୀତ ଏହି ଏକମାତ୍ର ଗୋଲ୍‌ କରିଥିଲେ। ଏକ ପେନାଲ୍‌ଟି କର୍ଣ୍ଣର ଦ୍ୱାରା ସେ ଏହି ଗୋଲ୍ କରିଥିଲେ। ଆଉ ଶେଷ ପର୍ଯ୍ୟନ୍ତ ଭାରତୀୟ ଦଳ ଏହି ଲିଡ୍‌କୁ ବଜାୟ ରଖିବାରେ ସମର୍ଥ ହୋଇଥିଲା।

Comments (0)
Add Comment