ରାଜଧାନୀ ରେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରି ଗହଣା ଲୁଟ

ଦିନକୁ ଦିନ ରାଜଧାନୀରେ ବଢିଚାଲିଛି ଦୁର୍ବୃତ୍ତଙ୍କ ଆତଙ୍କରାଜ । କମିଶନରେଟ ପୋଲିସ ର ନାକ ନିଶ ତଳେ ଦିନ ଦ୍ବିପହରେ ହେଉଛି ଲୁଟ I ଘଟଣା ଘଟିଛି ଭୁବନେଶ୍ବର ଜଗନ୍ନାଥ ନଗର ଲେନ୍-୪ ଅଂଚଳରେ ଇ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରି ସୁନା ଗହଣା ସହିତ ମୋବାଇଲ ଲୁଟିନେଇଛନ୍ତି ଦୁର୍ବୃତ୍ତ ।
ସୂଚନାନୁସାରେ ସହିଦନଗର ଥାନା ଜଗନ୍ନାଥ ନଗର ଲେନ୍‌-୪ରେ ସପରିବାରେ ରହୁଛନ୍ତି ଗୀତାଞ୍ଜଳି ପାଲଟା ସିଂହ ଇ ଆଜି ସକାଳ ୧୦ ଟାରେ ସ୍ୱାମୀ ଙ୍କ ଅନୁପସ୍ଥିଟି ର ସୁଯୋଗ ନେଇ ଦୁଇ ଜଣ ଦୁର୍ବୃତ୍ତ ଘରେ ପଶିଥିଲେ I ଏହାପରେ ଗୀତାଞ୍ଜଳି ଙ୍କୁ ମରଣାନ୍ତକ ଆକ୍ରମଣ କରି ଏକ ଚୈତ୍ର ରେ ହାତ ଗୋଡୋ ବାନ୍ଧି ଦେଇଥିଲେ I ଏହାପରେ ସେ ପିନ୍ଧିଥିବା ସୁନାଲଙ୍କର ସହିତ ତାଙ୍କ ମୋବାଇଲ ଫୋନ ଲୁଟି ନେଇ ଫେରାର ହୋଇଯାଇ ଥିଲେ I ତେବେ ଆକ୍ରମଣ ର କାରଣ ଅସ୍ପଷ୍ଟ ରହିଥିଲେ ମଧ୍ୟ ଘଟଣାସ୍ଥଳରେ ପୋଲିସ ପହଂଚି ଆହତ ମହିଳାଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲ ରେ ଭର୍ତି କରିଛନ୍ତି I
ତେବେ ଗତ କିଛି ଦିନ ହେଲାଣି ଅପରାଧୀମାନଙ୍କ ଅପରାଧରେ ଲଗାମ ଲାଗୁନଥିବା ବେଳେ ଅପରାଧ ବି ବଢୁଛି । ଏଭଳି ଘଟଣା ବାରମ୍ବାର ଘଟୁଥିବା ବେଳେ ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Comments (0)
Add Comment