ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ରୋକଟ ଗ୍ରାମରେ ଷଣ୍ଢ ଆତଙ୍କ । ପାଗଳ ଷଣ୍ଢ ଆକ୍ରମଣରେ ଚାଲିଗଲା ମହିଳାଙ୍କ ଜୀବନ । ମହିଳାଙ୍କ ଶବ ରଖି ରାସ୍ତାରୋକ କଲେ ଗ୍ରାମବାସୀ । ପାଗଳ ଷଣ୍ଢ ଆୟତ୍ତ ନହେବା ଯାଏଁ ଜାରି ରହିବ ରାସ୍ତାରୋକ । ରାଜଧାନୀ ଭୁବନେଶ୍ୱରର ଉପକଣ୍ଠ ରୋକଟ ଗ୍ରାମରେ ଏଭଳି ଘଟଣା ଘଟିଥିବାର ଖବର ଆଶିଛି । ସୂଚନା ମୁତାବକ, ପାଗଳ ଷଣ୍ଢ ପାଇଁ ରୋକଟ ଗ୍ରାମବାସୀ ଆତଙ୍କିତ । ଷଣ୍ଢ ଆକ୍ରମଣରେ ଜଣେ ମହିଳାଙ୍କ ଜୀବନ ଚାଲିଯାଇଥିବା ବେଳେ ଏହି ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ । ଏକ ଘଣ୍ଟାରୁ ଅଧିକ ସମୟ ହେବ ଇଞ୍ଜିଣା ରୋକଟ ଏବଂ ମଞ୍ଚେଶ୍ୱରକୁ ସଂଯୋଗ କରୁଥିବା ରାସ୍ତାରେ ନିଆଁ ଲଗାଇବା ସହ ମହିଳାଙ୍କ ମୃତଦେହ ରଖି ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ । ଏନେଇ ଖବର ପଇବା ପରେ ଘଟଣା ସ୍ଥଳରେ ମଞ୍ଚେଶ୍ୱର ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଛି । ହେଲେ ପାଗଳ ଷଣ୍ଢଟି ଆୟତ୍ତ ନ ହେବା ଯାଏଁ ରାସ୍ତାରୋକ ଜାରି ରହିବ ବୋଲି ଗ୍ରାମବାସୀ କହିଛନ୍ତି । ଏହି ଘଟଣା ପରେ ବିଏମସି ଉକ୍ତ ପାଗଳ ଷଣ୍ଢକୁ ଟ୍ରାକୁଲାଇଜ୍ କରିବ ବୋଲି ସୂଚନା ମିଳିଛି ।