କୃଷି ଆଇନ ପ୍ରତ୍ୟାହାର :ବିରୋଧୀ ଙ୍କ ସରକାରଙ୍କୁ ଟାର୍ଗେଟ

କେନ୍ଦ୍ର ସରକାରଙ୍କ କୃଷି ଆଇନ ପ୍ରତ୍ୟାହାର ନିଷ୍ପତ୍ତି ପରେ ଦେଶର ବିଭିନ୍ନ ସ୍ଥାନରୁ ନେତାମାନେ ଏହାର ପ୍ରତିକ୍ରିୟା ଦେଇଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟ୍ୱିଟ କରି କହିଛନ୍ତି ଯେ ଦେଶର ‘ଅନ୍ନାଦାତା ଙ୍କ ସତ୍ୟାଗ୍ରହ କରି ଅହଂକାରର ମୁଣ୍ଡ ନୁଆଁଇଛନ୍ତି। ଅନ୍ୟାୟ ବିରୁଦ୍ଧରେ ଏହି ବିଜୟ ପାଇଁ ଅଭିନନ୍ଦନ! ଜୟ ହିନ୍ଦ, ଜୟ ହିନ୍ଦଙ୍କର କୃଷକ! ‘ ଏଥି ସହିତ କଂଗ୍ରେସ ଟ୍ୱିଟ୍ କରି କହିଛି ଯେ ‘ଭାଙ୍ଗିଗଲା ଅଭିମାନ ,ଜିତିଗଲେ ମୋ ଦେଶର କୃଷକ ‘। ସେହିପରି ଏସପି ମୁଖପାତ୍ର ଅନୁରାଗ ଭାଦୌରିଆ ସରକାରଙ୍କୁ ଘେରି କହିଥିଲେ ଯେ, ଯେତେବେଳେ ଏହି କୃଷି ଆଇନ ବିରୋଧରେ ପ୍ରଦର୍ଶନ କରି ୬୦୦ ଚାଷୀଙ୍କ ମୃତ୍ୟୁ ଘଟିଥିଲା। ପ୍ରଧାନମନ୍ତ୍ରୀ କେବେବି ଏଥିପ୍ରତି ଦୃଷ୍ଟି ଦେଇନଥିଲେକି ସେହି କୃଷକ ମାନଙ୍କ ବିଷୟରେ ଚିନ୍ତା ବି କରି ନ ଥିଲେ I

Comments (0)
Add Comment