ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ମିଳିଲା ପ୍ରମୋସନ

ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ମିଳିଲା ପ୍ରମୋଶନ I ୱିଙ୍ଗ କମାଣ୍ଡର ବଦଳରେ ଗ୍ରୁପ୍‌ କ୍ୟାପ୍ଟେନ ପାହ୍ୟାର ଅଫିସର ଭାବେ କାମ କରିବେ ଅଭିନନ୍ଦନ I ବାଲାକୋଟ ଏୟାର ଷ୍ଟ୍ରାଇକ୍‌ ପରେ ପାକିସ୍ତାନର ପାଲଟା ଆକ୍ରମଣର ଦୃଢ଼ ଜବାବ ଦେଇଥିବା ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ I ଅଭିନନ୍ଦନ ଏକମାତ୍ର ପାଇଲଟ ଯିଏ ଭାରତର ମିଗ-୨୬ ଯୁଦ୍ଧ ବିମାନ ଦ୍ୱାରା ପାକିସ୍ତାନର ଏଫ-୧୬କୁ ଖସାଇ ଦେବାକୁ ସକ୍ଷମ ହୋଇଥିଲେ।୨୦୧୯ ସୀମାରେ ପରାକ୍ରମ ଦେଖାଇଥିବାରୁ ଅଭିନନ୍ଦନଙ୍କୁ ଏହି ପ୍ରମୋସନ ମିଳିଛି। ଏହାପୂର୍ବରୁ ତାଙ୍କ ସୂର୍ଯ୍ୟ ଚକ୍ରରେ ମଧ୍ୟ ସମ୍ମାନୀତ କରାଯାଇଥିଲା। ପୁଲୱାମାରେ ଆତଙ୍କୀ ହମଲାର ଜବାବ ଦେବାକୁ ଭାରତୀୟ ବାୟୁସେନା ପାକିସ୍ତାନର ବାଲକୋଟରେ ଥିବା ଆତଙ୍କୀ କ୍ୟାମ୍ପଗୁଡ଼ିକ ଉପରେ ଏୟାର ଷ୍ଟ୍ରାଇକ କରିଥିଲା।ଏହାର ଦିନକ ପରେ ଅର୍ଥାତ ୨୦୧୯ ମସିହା ଫେବୃଆରୀ ୨୭ରେ ପାକିସ୍ତାନ ଏଫ-୧୬ ଯୁଦ୍ଧ ବିମାନ ଦ୍ୱାରା ଭାରତ ଉପରେ ହମଲା କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ଭାରତ ପକ୍ଷରୁ ଆକାଶ ପଥରେ ହିଁ ପାକିସ୍ତାନକୁ ଦୃଢ଼ ଜବାବ ଦିଆଯାଇଥିଲା। ଏହି ଲଢ଼େଇ ସମୟରେ ଅଭିନନ୍ଦନ ମିଗ୍‌-୨୧ ବିମାନ ଦ୍ୱାରା ପିଓକେରେ ପ୍ରବେଶ କରି ପାକ୍‌ର ଏଫ-୧୬ ଯୁଦ୍ଧ ବିମାନକୁ ଖସାଇ ଦେଇଥିଲେ।
ତେବେ ପାକିସ୍ତାନର ପାଲଟା ଆକ୍ରମଣରେ ସେ ମଧ୍ୟ ପିଓକରେ ଖସି ପଡ଼ିଥିଲେ। ପାକିସ୍ତାନ ସେନା ତାଙ୍କୁ ଗିରଫ କରିଥିଲା। କିନ୍ତୁ ଭାରତ ଚାପ ଆଗରେ ପାକିସ୍ତାନ ମୁଣ୍ଡ ନୁଆଁବା ସହ ଅଭିନନ୍ଦନଙ୍କୁ ଛାଡ଼ିଥିଲା। ଅଭିନନ୍ଦନ ୱାଘା-ଅଟ୍ଟାରୀ ସୀମା ଦେଇ ବେଶ ବୀର ଠାଣିରେ ଭାରତରେ ପ୍ରବେଶ କରିଥିଲେ ଅଭିନନ୍ଦନ ।

Comments (0)
Add Comment