‘ୱିକିପିଡିଆ’ ର ଅକ୍ଷମଣୀୟ ଅପରାଧ, ଜୀବିତାବସ୍ଥାରେ ମାରିଦେଲା ମିହିର ଦାସ ଙ୍କୁ

ଓଡିଶାର ଘରେ ଘରେ ପରିଚିତ ସମସ୍ତଙ୍କର ଅତି ଲୋକପ୍ରିୟ ଅଭିନେତା ମିହିର ଦାସ ବର୍ତ୍ତମାନ କିଡ଼ନୀ ଜନିତ ଅସୁସ୍ଥତାରେ ହସ୍ପିଟାଲ ରେ ଅଛନ୍ତି ଇକିନ୍ତୁ ତାଙ୍କୁ ବଂଚି ଥାଉ ଥାଉ ମାରି ଦେଲା ୱିକିପିଡିଆ । ଗତ ବୁଧୁବାର ଅର୍ଥାତ ୧୪-୧୨ ରେ ଓଡ଼ିଶାର ବର୍ଷୀଆନ ଅଭିନେତାଙ୍କର ଦେହାନ୍ତ ହୋଇଯାଇଥିବା ଖବର ୱିକିପିଡିଆ ନିଜ ସାଇଟ ରେ ଅପଲୋଡ଼ କରିଥିଲା I ୱିକିପିଡିଆ ର ଏହି ଅକ୍ଷମଣୀୟ ଅପରାଧ ପରେ ଓଡ଼ିଶାବାସୀ ଙ୍କର ତୀବ୍ର ପ୍ରତିକ୍ରିୟା ପାଇଥିଲା I ଏହାପରେ ,ଗୁରୁବାର ପୁଣି ମିହିର ଦାସ ଜୀବିତ ଥିବା ଦର୍ଶାଇ ୱିକିପେଡିଆରେ ଡାଟା ଅପଡେଟ୍ କରିଛି । ତେବେ ଏହାକୁ ଘୋର ନିନ୍ଦା କରିଛନ୍ତି ଓଡ଼ିଶାବାସୀ । ଏକ ଘରୋଇ ଚାନେଲ ରେ ଏହି ବାବଦରେ ପ୍ରକାଶ ପାଇବା ପରେ ଘଟଣା ପଦାକୁ ଆସିଥିଲା I
ଆପଣଙ୍କ ଟିଭି ସ୍କ୍ରିନରେ ରହିଛି ଓଡିଶାର ଲୋକ ପ୍ରିୟ ଅଭିନେତା ମିହିର ଦାସଙ୍କ ବାବଦରେ ୱିକିପେଡିଆର ଦୁଇ ଦିନର ସ୍କ୍ରିନ ସଟ୍ । ପ୍ରଥମଟି ବୁଧବାର ରାତିର ହୋଇଥିବାବେଳେ ଅନ୍ୟଟି ଗୁରୁବାରର । ବୁଧବାର ରାତିରେ ଥିବା ୱିକିପେଡିଆର ତଥ୍ୟ କହୁଛି ମିହିର ଦାସଙ୍କର ୧୪ ତାରିଖରେ ଦେହାନ୍ତ ହୋଇଯାଇଛି । କିନ୍ତୁ ଗୁରୁବାର ଦିନର ସେହି ତଥ୍ୟକୁ ହଟାଇବା ସହ ମିହିର ଦାସ ଜୀବିତ ଥିବା ଦର୍ଶା ଯାଇଛି । ୱିକିପେଡିଆର ତଥ୍ୟ ଉପରେ କୋଟି କୋଟି ଲୋକ ବିଶ୍ୱାସ କରୁଥିବାବେଳେ ଏଭଳି ଏକ ମିଛ ସୂଚନା ପ୍ରକାଶ ପାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହାକୁ ନିନ୍ଦା କରିଛନ୍ତି ଓଡିଶା ସିନେ ଆସୋସିଏସନର ସମ୍ପାଦକ ଶ୍ରୀତମ ଦାସ ।

Comments (0)
Add Comment