ସୂର୍ଯ୍ୟଦେବ ୭ଟି ଘୋଡା କାହିଁକି ବସିଥାନ୍ତି ? ଆସନ୍ତୁ ଜାଣିବା

ଶାସ୍ତ୍ରାନୁସାରେ ପଞ୍ଚଦେବତାଙ୍କୁ ପୂଜା କରିବାର ବିଧି ରହିଛି । କୌଣସି ଶୁଭ କାର୍ଯ୍ୟର ଆରମ୍ଭ କରିବା ସମୟରେ ଏହି ପଞ୍ଚ ଦେବତାଙ୍କୁ ପୂଜା କରାଯାଇଥାଏ । ସେମାନେ ହେଲେ ଗଣେଶ, ବିଷ୍ଣୁ, ଶିବ, ଦୁର୍ଗା ଏବଂ ସୂର୍ଯ୍ୟଦେବ । କୁହାଯାଏ ଯେ ଆମ ଶରୀର ପଞ୍ଚ ତତ୍ତ୍ୱରେ ନିର୍ମିତ ଏବଂ ଏହି ପଞ୍ଚଦେବତା ଆମ ଶରୀରରେ ବିଦ୍ୟମାନ । ଗଣେଶଙ୍କୁ ଜଳ ତତ୍ତ୍ୱ କୁହାଯାଏ । କାରଣ ଏହାଙ୍କ ବାସସ୍ଥାନ ଜଳ ବୋଲି ଧରାଯାଏ । ଶ୍ରୀ ବିଷ୍ଣୁ ବାୟୁତତ୍ତ୍ୱ,ଶିବ ପୃଥିବୀ ତତ୍ତ୍ୱ, ଶ୍ରୀଦେବୀ ମା’ ଅଗ୍ନୀ ତତ୍ତ୍ୱ ଏବଂ ସୂର୍ଯ୍ୟଦେବ ଆକାଶ ତତ୍ତ୍ୱ । ଆମ ଜୀବନ ଧାରଣ ପାଇଁ ସର୍ବପ୍ରଥମେ ଜଳର ଆବଶ୍ୟକତା ରହିଛି । ସେଥିପାଇଁ ଗଣେଶଙ୍କୁ ପ୍ରଥମେ ପୂଜା କରାଯାଏ । ବାୟୁ ସାକ୍ଷାତ ବିଷ୍ଣୁ ଦେବତା । ଏହିସବୁ ତତ୍ତ୍ୱଗୁଡିକ ଆମଶରୀରରେ ବିଦ୍ୟମାନ କାରଣ ଏହି ପଞ୍ଚ ଦେବତାଙ୍କୁ ପୂଜାକରିବାର ଅର୍ଥ ଆମେ ନିଜକୁ ହିଁ ପୂଜା କରୁ ବୋଲି ପୁରାଣ ବର୍ଣ୍ଣିତ । ପୁରାଣ ର ବର୍ଣ୍ଣନା ଅନୁସାରେ ସୂର୍ଯ୍ୟ ଦେବ ଙ୍କ ରଥ ର ସାରଥୀ ଅରୁଣ ଦେବ ଅଟନ୍ତି । ଅରୁଣ ଦେବ ଭଗବାନ୍ ବିଷ୍ଣୁ ଙ୍କ ବାହନ ଗରୁଡ ଙ୍କ ଭାଇ ଅଟନ୍ତି । ବ୍ରହ୍ମାଣ୍ଡର ଚିର ସତ୍ୟ ଓ ଚିର ଶକ୍ତିର ପ୍ରତୀକ ହେଉଛନ୍ତି ସୂର୍ଯ୍ୟଦେବ । ଯିଏ କି ମଣିଷ କୁ ଜୀବନ ର ସତ୍ୟତା ସୂଚେଇ ଦେଇ ଥାଆନ୍ତି ।

ସୂର୍ଯ୍ୟ ଦେବ ଙ୍କ ର ୧୧ଟି ଭାଇ ଅଛନ୍ତି । ଯାହାଙ୍କୁ ଏକତ୍ରିତ ଭାବରେ ଆଦିତ୍ୟ କୁହାଯାଇ ଥାଏ । ଏହି କାରଣରୁ ସୂର୍ଯ୍ୟ ଦେବ ଙ୍କ ଅନ୍ୟନାମ ଆଦିତ୍ୟ ଅଟେ । ସୂର୍ଯ୍ୟ ଦେବ ଙ୍କ ଅନ୍ୟ ୧୧ଟି ଭାଇ ହେଲେ ( ଅଂଶ, ଅର୍ଯ୍ୟମନ୍ , ଭାଗ , ଦକ୍ଷ , ଧାତ୍ରୀ, ମିତ୍ର, ପୁଷଣ, ସବିତ୍ର, ସୂର୍ଯ୍ୟ , ବରୁଣ , ବମନ ) । ସମସ୍ତେ କଶ୍ୟପ ତଥା ଅଦିତି ଙ୍କ ସନ୍ତାନ ଅଟନ୍ତି । ସୂର୍ଯ୍ୟ ଙ୍କୁ ମିଶାଇଲେ ୧୨ ଟି ଭାଇ ଯାହା ୧୨ ମାସ କୁ ଦର୍ଶାଇ ଥାଆନ୍ତି ।

ସୂର୍ଯ୍ୟ ଦେବ ଙ୍କ ପରିବାର : ସୂର୍ଯ୍ୟ ଦେବ ଙ୍କ ର ୨ଟି ପତ୍ନୀ , ସଜ୍ଞା ଓ ଛାୟା । ଶନି ଦେବ ଓ ଯମ ରାଜା ସୂର୍ଯ୍ୟ ଦେବ ଙ୍କ ସନ୍ତାନ ଅଟନ୍ତି , ଯାହାଙ୍କୁ ମନୁଷ୍ୟ ଜାତିର ନ୍ୟାୟାଧିସ ବୋଲି କୁହାଯାଏ । ଏହାଛଡା ଯମୁନା , ତାପ୍ତି, ମନୁ ଓ ଅଶ୍ଵିନୀ ମଧ୍ୟ ସୁର୍ଯ୍ୟ ଦେବ ଙ୍କ ସନ୍ତାନ ଅଟନ୍ତି । ଏହି ସଭିଙ୍କ ମଧ୍ୟରୁ ମନୁ ମାନବ ଜାତିର ପ୍ରଥମ ପୁର୍ବଜ ଅଟନ୍ତି ।

କାହିଁକି ସୂର୍ଯ୍ୟଙ୍କ ରଥରେ ୭ଟି ଘୋଡ଼ା ରହିଥାଏ : ସୂର୍ଯ୍ୟ ଦେବ ଙ୍କ ରଥ କୁ ୭ଟି ଘୋଡ଼ା ଟାଣି ଥାଆନ୍ତି । ଯାହାଙ୍କ ଲଗାମ୍ ବା ଦଉଡ଼ି ରହିଥାଏ ଅରୁଣ ଦେବଙ୍କ ହାତରେ । ଏହି ଘୋଡ଼ା ଙ୍କ ନାମ ହେଉଛି ଗାୟତ୍ରୀ , ଭ୍ରାତି, ଉଷ୍ଣିକ୍, ଜଗତି , ଟ୍ରିସ୍ତପ , ଅନୁସ୍ତପ ଓ ପଂକ୍ତି ଅଟେ । କୁହାଯାଏ ଯେ ଏହି ୭ଟି ଘୋଡ଼ା ସପ୍ତାହ ର ୭ଟି ଦିନକୁ ଦର୍ଶାଇ ଥାଏ ।କାହିଁକି ରହିଥାଏ ସୂର୍ଯ୍ୟଙ୍କ ରଥ ରେ ୭ଟି ଘୋଡ଼ା ? ପୌରାଣିକ ମାନ୍ୟତା ଅନୁସାରେ ମଧ୍ୟ ଏହି ୭ଟି ଘୋଡ଼ା ୭ଟି କିରଣ କୁ ଦର୍ଶାଇ ଥାଏ । ଏହା ଛଡ଼ା ଏହି କିରଣ ସୂର୍ଯ୍ୟଙ୍କ ର ଗୋଟିଏ ସ୍ଵତନ୍ତ୍ର କିରଣ ମଧ୍ୟ ରହିଛି। ଯାହା ମାନବ ସମାଜ କୁ ଶକ୍ତି ଯୋଗାଇ ଥାଏ । ଆହୁରି ମଧ୍ୟ ଏହି ୭ଟି ଘୋଡ଼ା ସପ୍ତାହ ର ସାତଟି ଦିନକୁ ଦର୍ଶାଇ ଥାଏ ।

ମାନବ ଜାତିକୁ କ’ଣ ସୂଚାଇ ଥାଏ : ମାନବ ଜାତି ପାଇଁ ସୂର୍ଯ୍ୟ ଦେବ ଗୋଟିଏ ଭଲ ସନ୍ଦେଶ ଦେଇ ଥାଆନ୍ତି । ଏହା ହେଉଛିଉର୍ଜା , ସମୃଦ୍ଧି , କର୍ତ୍ତବ୍ୟ ରେ ନିଷ୍ଠା , ଜାଗ୍ରତ , ସତ୍ ଚିନ୍ତା , ସତ୍ କର୍ମ , ସତ୍ ବିଚାର । ଯାହା ଆମକୁ ଜୀବନ ରେ ଆଗକୁ ବଢିବା ପାଇଁ ଚେତନା ଯୋଗାଇ ଥାଏ ।