ମୃତ୍ୟୁ ପରେ ରାଜନୀତି କିଏ କହୁଛି ସତ

ଗତ କାଲି ବିଧାନ ସଭା ସମୂଖ ରେ କୁଜଙ୍ଗ ର ଦୁଷ୍ମନ୍ତ ଦାସ ଆତ୍ମହତ୍ୟା ମାମଲାରେ ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଯୁକ୍ତିକରି କହିଛନ୍ତି ଯେ ତାଙ୍କୁ ବିରୋଧୀ ଉସକାଇବାରୁ ସେ ଆତ୍ମହତ୍ୟା କରିଛନ୍ତି । ତାଙ୍କୁ ସବୁ ପ୍ରକାର ସରକାରୀ ସୁବିଧା ମିଳିଛି ।
ସୂଚନା ଥାଉ କି କଟକ ବଡ଼ ମେଡିକାଲ ରୁ ଉପଯୁକ୍ତ ଚିକିତ୍ସା ସେବା ପାଇ ପାରି ନଥିବା ରୁ ଦୁଷ୍ମନ୍ତ କହିଥିଲେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ଥାଇ ମଧ୍ୟ ତାଙ୍କୁ କୌଣସି ସହାୟତା ମିଳିନାହିଁ ସେ ଏ ହସ୍ପିଟାଲ ରୁ ସେ ହସ୍ପିଟାଲ ଓ ବିଭାଗୀୟ ପ୍ରଶାସନ କୁ ବି ଚିକିତ୍ସା ସେବା ପାଇବା ପାଇଁ ଅନୁରୋଧ କରିଥିଲେ ,ହେଲେ ସେ ବିଫଳ ହୋଇ ଗତ କାଲି ପ୍ରଥମେ ହାତ କାଟି ଓ ପରେ ବିଷ ପିଇ ଆତ୍ମହତ୍ୟା ପରି ଚରମ ପଦକ୍ଷେପ ନେଇଥିଲେ I
ସେ ଗତକାଲି ଆତ୍ମହତ୍ୟା କରିବା ସମୟରେ କହିଥିଲେ କି ଏସସିବିରେ ତ୍ରୁଟିପୂର୍ଣ୍ଣ ଅପରେସନ୍ ପାଇଁ ଜୀବନ ଯାଇଛି । ଚିକିତ୍ସା ନପାଇବାରୁ ଆତ୍ମହତ୍ୟା କରିଥିବା ଦୁଷ୍ମନ୍ତ ସତ କହୁଛନ୍ତି ନା ପ୍ରମିଳା ମଲ୍ଲିକ ସତ, ଯଦି ସବୁ ସରକାରୀ ସହାୟତା ମିଳିଥିଲା ତାହା ହେଲେ ଦୁଷ୍ମନ୍ତ ଆତ୍ମହତ୍ୟା କଲେ କାହିଁକି, କାହିଁକି ତାଙ୍କର ଚିକିତ୍ସା ହୋଇପାରିଲାନାହିଁ, ବୋଲି ବିରୋଧୀ ଦଳ ପ୍ରମିଳା ମଲ୍ଲିକ ଙ୍କୁ ଉତ୍ତର ରଖିବାକୁ କହିଛନ୍ତି I

ଅନ୍ୟପଟେ ଏହି ଘଟଣାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କାହିଁକି ଚୁପ୍ ବସିଛନ୍ତି ଏନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ ।

Comments (0)
Add Comment