ବରୀରେ କାହା ଉପରେ କିଏ ପଡିବ ଭାରି

ବରୀରେ କାହା ଉପରେ କିଏ ପଡିବ ଭାରି । ବର୍ତ୍ତମାନ ଏକଥା ଏଥିପାଇଁ କୁହାଯାଉଛି କାରଣ ବରୀ ରାଜନୀତିରେ ଏବେ ଘଡିକେ ଘୋଡା ଛୁଟଛି । ଭୋଟର ଏଥର କାହା ଉପରେ ଭରସା କରିବେ ତାହା କହିବା ମୁସ୍କିଲ । ରାଜ୍ୟରେ ବିଜେଡି ଗଠନ ହେବା ପରଠାରୁ ଏହି ଆସନକୁ ନିଜ କବ୍ଚାରେ ରଖିବାରେ ଦଳ ହୋଇଛି ସଫଳ । ଏଠାରେ ଗତ ଦୁଇ ଦଶନ୍ଧି ଧରି ବରୀ ନିର୍ବାଚନମଣ୍ଡଳୀରେ ବିଜୟ ସହ ଦେବାଶିଷ ନାୟକ ଏହାକୁ ବିଜେଡିର ଅଭେଦ୍ୟ ଦୁର୍ଗରେ ପରିଣତ କରିଥିଲେ । କିନ୍ତୁ ଗତ ନିର୍ବାଚନରେ ହଠାତ୍ ତାଙ୍କର ଟିକଟ କାଟିଥିଲା ବିଜେଡି ।

ଆଉ ୧୯ ନିର୍ବାଚନର ଠିକ୍ ପୂର୍ବରୁ ବିଜେପିର ମୁଖ୍ୟ ସଙ୍ଗଠକ ଦେବେନ୍ଦ୍ର ଦାସଙ୍କ ପତ୍ନୀ ତଥା ତତ୍କାଳୀନ ବରୀ ବ୍ଲକ୍ ଅଧ୍ୟକ୍ଷା ସୁନନ୍ଦା ଦାସଙ୍କୁ ବିଜେଡି ଦଳରେ କରିଥିଲା ସାମିଲା । କେବଳ ତାଙ୍କୁ ଦଳରେ ସାମିଏ କରିନଥିଲା ଏମିତିକି ଗତ ନିର୍ବାଚନରେ ତାଙ୍କୁ ପ୍ରର୍ଥୀ କରି ଏଠାରେ ମହିଳା କାର୍ଡ଼ ଖେଳିଥିଲା ଦଳ । ଆଉ ସେ ମଧ୍ୟ ଗଡ଼ ରକ୍ଷା କରିବାରେ ହୋଇଥିଲେ ସଫଳ । ୧୯ରେ ବିଜେଡିକୁ କଡ଼ା ଟକ୍କର ଦେଇଥିଲେ ବିଜେପି ପ୍ରାର୍ଥୀ ବିଶ୍ୱରଞ୍ଜନ ମଲ୍ଲିକ । ଆଉ ବିଜେଡ଼ି ଏହି ଗଡ଼ରେ ବିଜେପିକୁ ନେତୃତ୍ୱ ଶୂନ୍ୟ କରିବାକୁ ଯାଇ ବିଜେଡି ପଞ୍ଚାୟତ ନିର୍ବାଚନ ବେଳେ ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ଶଙ୍ଖ ଧରାଇଲା । ପରବର୍ତ୍ତୀ ସମୟରେ ଏହି ନେତାମାନେ ବିଜେଡି ବ୍ୟାନରରେ ସମାନ୍ତରାଳ ସଙ୍ଗଠନ କଲେ । ଯାହା ବତ୍ତମାନ ଆଗାମି ନିର୍ବାଚନ ଲାଗି ବିଜେଡିର ମୁଣ୍ଡ ବିନ୍ଧାର କାରଣ ପାଲଟିଥିବା କୁହାଯାଉଛି । ଏମିତି କୁହାଯିବାର କାରଣ ହେଉଛି ବରୀରେ ବିଧାୟିକା ସୁନନ୍ଦା ଦାସ, ବିଜେଡି ରାଜ୍ୟ ସମ୍ପାଦକ ବିଶ୍ୱରଞ୍ଜନ ମଲ୍ଲିକ, ନିଜ ନିଜର ସମର୍ଥକଙ୍କୁ ନେଇ ଦଳୀୟ କାର୍ଯ୍ୟକ୍ରମ କରିଚାଲିଛନ୍ତି । ଆଉ ଉଭୟ ରହିଛିନ୍ତି ଟିକେଟ ଆଶାୟୀ ।

ଏପଟେ ଏହି ନିର୍ବାଚନ ମଣ୍ଡଳୀରୁ ୪ଥରର ବିଧାୟକ ହୋଇଥିବା ଦେବାଶିଷ ନାୟକ ଅଞ୍ଚଳରେ ପୁଣି ହେଲେଣି ସକ୍ରିୟ । ଏହା ମଧ୍ୟ ଶୁଣାଯାଉଛି ଯେ, ସେ କୁଆଡ଼େ ନିଶ୍ଚିତ କରିଛନ୍ତି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ । ଏମିତିକି ସେ ବିଜେପିରେ ଖୁବ୍ ଶୀଘ୍ର ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ଯଦି ଦେବାଶିଷ ବିଜେପି ପ୍ରାର୍ଥୀ ହୁଅନ୍ତି, ତେବେ ବିଜେଡି ଉପରେ ଭାରି ପଡ଼ିବେ ବୋଲି ଏବେ କୁହାଯାଉଛି । ତେବେ ଦେଖିବାକୁ ବାକି ରହିଲା ଏହି ଗଡ଼କୁ କିଏ କବ୍ଚା କରିବାରେ ହେଉଛି ସଫଳ ।