କେଉଁଠୁ ଲଢ଼ିବେ ନବୀନ ?

କେଉଁ ଆସନରୁ ପ୍ରତିନିଧିତ୍ୱ କରିବେ ନବୀନ ? ନବୀନ ଖୋଜୁଛନ୍ତି ସୁରକ୍ଷିତ ଆସନ ! ହିଞ୍ଜିଳିବାସୀଙ୍କ ଆସ୍ଥା ହରାଉଛନ୍ତି ନବୀନ ! କାହିଁକି ଛାଡ଼ିବେ ହିଞ୍ଜିଳି ଆସନ ! ୨୪ ନିର୍ବାଚନରେ ବିଜେଡିରେ ଅନେକ କିଛି ଅଦଳବଳଦ ହୋଇଯିବ। ଅନେକ ପୁରୁଖା କଟି, ନୂଆ ମୁହଁ ତ ଆସିବ । ନେତା ତ ବଦଳିବେ । ସେଟାଭିନ୍ନ କଥା । ଏବେ ପ୍ରଶ୍ନ ନବୀନ କେଉଁଠୁ ଲଢିବେ ନିର୍ବାଚନ? କେଉଁ ଆସନରୁ ପ୍ରତିନିଧିତ୍ୱ କରିବେ ? ଯାହା ଚର୍ଚ୍ଚା ହେଉଛି, ନବୀନ କାଳେ ତାଙ୍କ ଚିରାଚରିତ ଆସନ ହିଞ୍ଜିଳିରୁ ଆଉ ପ୍ରତିିନିଧିତ୍ୱ କରିବେ ନାହିଁ । କାରଣ ହିଞ୍ଜିଳିକୁ ଯାଇ ସେଠାରେ ସେ ଆଉ ଲୋକଙ୍କ କାମ କରିପାରୁନାହାନ୍ତି । ୨୦୦୦ ମସିହା ପର ଠାରୁ ନବୀନ ହିଞ୍ଜିଳିରୁ ନିର୍ବାଚନ ଲଢ଼ି ଆସୁଛନ୍ତି। କିନ୍ତୁ ବିଶେଷଜ୍ଞଙ୍କ ମତ ଅନୁସାରେ ନବୀନଙ୍କ ପାଇଁ ଆଉ ହିଞ୍ଜିଳି ଆସନ ସୁରକ୍ଷିତ ନୁହେଁ।

ଗତ ୧୯ ନିର୍ବାଚନରେ ନବୀନ ଦୁଇଟି ଆସନରୁ ଲଢ଼ିଥିଲେ ଆଉ ଦୁଇଟିରେ ବିଜୟୀ ହୋଇଥିଲେ। ହେଲେ ସେ ବିଜେପୁରକୁ ଛାଡି ନିଜର ଚିରାଚରିତ ଆସନ ହିଞ୍ଜିଳିକୁ ବାଛି ଥିଲେ। ତେବେ ଗତ ପୌର ନିର୍ବାଚନରେ ବିଜେଡି ବିଜେପି ମଧ୍ୟରେ କଡା ଟକ୍କର ହୋଇଥିଲା। ଯାହା ସେଠି ବିଜେଡିକୁ ପାଣି ପିଆଇଦେଇଥିଲା। ସାଧାରଣରେ ଚର୍ଚ୍ଚା ଅନୁସାରେ ନବୀନ ଆଉ ହିଞ୍ଜିଳି ଉପରେ ଫୋକସ ଦେଉନାହାନ୍ତି ଯାହା ହିଞ୍ଜିଳି ବାସୀଙ୍କ ଅସନ୍ତୋଷର କାରଣ। ଯଦି ନବିନୀ ହିଞ୍ଜିଳି ଛାଡ଼ନ୍ତି ତେବେ କେଉଁଠୁ ଲଢ଼ିବେ? ଚର୍ଚ୍ଚା ଅନୁସାରେ ସେ ଭୁବନେଶ୍ୱର ମଧ୍ୟ ଆସନରୁ ନିର୍ବାଚନ ଲଢ଼ିପାରନ୍ତି। କାହିଁକି ନା ଭୁବନେଶ୍ୱର ମଧ୍ୟରେ ବସ୍ତିବାସିନ୍ଦାଙ୍କ ଏକ ବଡ ଭୋଟ ବ୍ୟାଙ୍କ ଅଛି। ଗତ ନିର୍ବାଚନରେ ଏହି ଆସନରୁ ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା ଜିତିଥିଲେ।

ବର୍ତମାନ ବିଜେଡି ଅନନ୍ତଙ୍କୁ ଅନ୍ୟ କେଉଁଠି ଥଇଥାନ କରି ନବୀନ ଏହି ଆସନରୁ ନିର୍ବାଚନ ଲଢ଼ିବେ ଯାହା ପାୱାର କରିଡରରେ ଚର୍ଚ୍ଚା ହେଉଛି । ଅପର ପକ୍ଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ମଧ୍ୟ ଏଥର ନିର୍ବାଚନ ଲଢ଼ିବେ ବୋଲି ଇସାରା ଦେଇସାରିଛନ୍ତି। ରାଜ୍ୟ ରାଜନୀତିରେ ଘଡିକେ ଘୋଡା ଛୁଟୁଛି। ଦଳ ଡିଆ ପର୍ବ ମଧ୍ୟ ଆରମ୍ଭ ହୋଇଗଲାଣି । ତେବେ ଆଗକୁ ରାଜ୍ୟ ରାଜନୀତି କେଉଁ ମୋଡ ନେଉଛି ଦେଖିବାକୁ ବାକି ରହିଲା ।