ଚନ୍ଦ୍ରଜାନ-୨ ପରେ ଏବେ ଯିବ ମଙ୍ଗଳଯାନ-୨ କେବେ ଜଣାନ୍ତୁ ?

ଇସ୍ରୋ:ଚନ୍ଦ୍ରଯାନ-୩ ସଫଳତା ପରେ ଭାରତୀୟ ଅନ୍ତରୀକ୍ଷ  ଅନୁସନ୍ଧାନ ସଂଗଠନ (ଇସ୍ରୋ) ମଙ୍ଗଳ ଗ୍ରହକୁ ପୁଣି ଏକ ଅନ୍ତରୀକ୍ଷ ଯାନ ପ୍ରେରଣ କରିବାକୁ ଯୋଜନା କରୁଛି । ଇସ୍ରୋ ଖୁବ ଶିଘ୍ର ମଙ୍ଗଳକୁ ଦ୍ୱିତୀୟ ମଙ୍ଗଳଯାନ -୨ ପଠାଇବ । ୯ ବର୍ଷ ତଳେ ଅର୍ଥାତ ୨୦୧୪ରେ ଭାରତ ଇତିହାସ ସୃଷ୍ଟି କରିଥିଲା । ୨୦୧୪ରେ ପ୍ରଥମ କରି ମଙ୍ଗଳକୁ  ଅନ୍ତରୀକ୍ଷ ଯାନ ପ୍ରେରଣ କରିଥିଲା ଇସ୍ରୋ । ପ୍ରଥମ ପ୍ରୟାସରେ ଇସ୍ରୋ ମଙ୍ଗଳରେ ପହଞ୍ଚି ପାରିଥିଲା । ଇସ୍ରୋର ମଙ୍ଗଳଯାନ ପ୍ରଥମ କରି ଏହି ଗ୍ରହରେ ପହଞ୍ଚିଥିଲା ।

ହିନ୍ଦୁସ୍ଥାନ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, ମାର୍ସ ଅର୍ବିଟର ମିଶନ-୨ ବା ମଙ୍ଗଳଯାନ-୨ ଲଲ ଗ୍ରହକୁ ୪ଟି ପେଲୋଡ ନେଇ ଯିବ । ମଙ୍ଗଳଯାନ-୨ ମଙ୍ଗଳ ଗ୍ରହର ବିଭିନ୍ନ ରହସ୍ୟ ଉପରେ ଅଧ୍ୟୟନ କରିବ ।ମିଳିଥିବା ଖବର ଅନୁସାରେ, ମଙ୍ଗଳଯାନ-୨ ଏକ ମାର୍ସ ଅରବିଟ ଡଷ୍ଟ ଏକ୍ସପେରିମେଣ୍ଟ ବା ମୋଡେକ୍ସ, ରେଡିଓ ଆକଟେଶନ ପ୍ରୟୋଗ, ଏକ ଶକ୍ତିଶାଳୀ ଆୟନ ସ୍ପେକ୍ଟୋମିଟର, ଏକ ଇଲେକ୍ଟ୍ରିକ ଫିଲ୍ଡ ଏକ୍ସପେରିମେଣ୍ଟ ନେଇ ଯିବ ।

ମୋଡେକ୍ସ ମଙ୍ଗଳ ଗ୍ରହରେ ସବୁଠାରୁ ଉଚ୍ଚରେ ଧୂଳିର ଉତ୍ପତି କେମିତି ହେଉଛି ତା ବିଷୟରେ ଜାଣିବା ପାଇଁ ସାହାଯ୍ୟ କରିବ । ସେହିପରି ଲାଲ ଗ୍ରହର ବାୟୁମଣ୍ଡଳର ସ୍ଥିତି ଏବଂ କ୍ଷୟକ୍ଷତିକୁ ବୁଝିବା ପାଇଁ ଚେଷ୍ଟା କରିବ  । ମଙ୍ଗଳଯାନରେ ଥିବା ରୋବରକୁ ବିକସିତ କରାଯାଉଛି ଯାହା ତାପମାତ୍ରା ଏବଂ ବିଦ୍ୟୁତ କ୍ଷେତ୍ର ତରଙ୍ଗକୁ ମାପିବାରେ ସକ୍ଷମ ହେବ ।ଏଥିରେ ଏକ ଲ୍ୟାଙ୍ଗ ମୁଇର ଯାଞ୍ଚ ବା ଏଲପି ଏବ୮ ୨ଟି ଇଲେକଟ୍ରନିକ ସେନ୍ସର ଲାଗିଛି ଯାହା ମଙ୍ଗଳ ଗ୍ରହର ବାତାବରଣ ସୁନ୍ଦର ସୁନ୍ଦର ଚିତ୍ର ପଠାଇବ ।