ଯେବେ ବାଡ଼ ଖାଏ କ୍ଷେତ : ଛେଳି ଚୋରୀ ସମ୍ପୃକ୍ତି ଅଭିଯୋଗ ପରେ ଏ.ଏସ.ଆଇ ଙ୍କୁ ନିଲମ୍ବନ କଲେ ଏସପି

ବାଡ଼ ବାହାର ଶତ୍ରୁ ଙ୍କ ଠାରୁ କ୍ଷେତ କୁ ରକ୍ଷା କରିବା ପରିବର୍ତ୍ତେ ଯେତେବେଳେ ନିଜେ ଖାଇଯାଇଥାଏ ….I ଏ ଭଳି ଏକ ନିନ୍ଦନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅଂଚଳରେ I ଛେଳି ଚୋରି ଘଟଣାରେ ସମ୍ପୃକ୍ତି ଥିବାର ଜଣା ପଡିବାପରେ ସମ୍ପୃକ୍ତ ପୋଲିସ ଏଏସଆଇ ଙ୍କୁ ନିଲମ୍ବିତ କରିଛନ୍ତି ଖୋଦ ବଲାଙ୍ଗୀର ଜିଲ୍ଲା ଏସ୍‌ପି ।

ଖବର ଅନୁଯାୟୀ, ସିନ୍ଧେକେଲା ପୋଲିସ ଏଏସଆଇ ସୁମନ ମଲ୍ଲିକଙ୍କ ନିର୍ଦ୍ଦେଶରେ ପୋଲିସ କର୍ମଚାରି ମାନେ ମାଲିକ କୁ ନ ଜଣାଇ ଏକ ଛେଳି ଚୋରି କରି ଭୋଜି କରି ଖାଇ ଦେଇଥିବା ଅଭିଯୋଗ ହୋଇଥିଲା I ସଂକୀର୍ତ୍ତିନ ଗୁରୁ ନାମକ ଜନୈକ ଭୁକ୍ତି ଙ୍କ ଘରୁ ୨ ଟି ଛେଳିକୁ ପୋଲିସର କିଛି କର୍ମଚାରୀ ମାରି ଦେଇଥିବା ନେଇ ଥାନାକୁ ଆସି ଅଭିଯୋଗ କରିଥିଲେ ଏବଂ ଏହାର କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରିଥିଲେ । କିନ୍ତୁ ପୋଲିସ ନାଲି ଆଖି ଦେଖାଇ ଘଉଡ଼ାଇ ଦେବା ସହ ଛେଳି ଖାଇ ନ ଥିଲେ ବୋଲି କହିଥିଲେ I

ଏହାପରେ ପରିବାର ଲୋକେ କ୍ଷତିପୂରଣ ଦାବିରେ ଥାନା ଘେରାଉ କରିଥିଲେ । ଏହି ଘଟଣା ରେ ଏସପି ଙ୍କ ହସ୍ତକ୍ଷେପ ପରେ ସତ୍ୟ ପଦାକୁ ଆସିଥିଲା I ଅନୁସନ୍ଧାନ ପରେ ପୋଲିସ ଏଏସଆଇ ସୁମନ ମଲ୍ଲିକଙ୍କ ସମ୍ପୃକ୍ତି ଜଣା ପଡିବ ପରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି I

Comments (0)
Add Comment