ପରିବାର ଅଦାଲତରେ ହାଜର ହେଲେ ଅନୁଭବ-ବର୍ଷା

ଭୁବନେଶ୍ୱର: ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ କଟକ ପରିବାର ଅଦାଲତରେ ଆଜି ବ୍ୟକ୍ତିଗତ ଭାବେ ହାଜର ହୋଇଛନ୍ତି । ଆଜି ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ ହେବାକୁ ତାରିଖ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ବର୍ଷା ଅଦାଲତରେ ସାକ୍ଷ୍ୟ ସତ୍ୟପାଠ ସହିତ ଦାଖଲ କରିଥିବା ଦସ୍ତାବିଜର କପି ଅନୁଭବଙ୍କୁ ଏ ପର୍ଯ୍ୟନ୍ତ ପ୍ରଦାନ କରାଯାଇ ନଥିବାରୁ ସାକ୍ଷ୍ୟ ଗ୍ରହଣ ହୋଇ ପାରି ନଥିଲା । ଦସ୍ତାବିଜର ସାର୍ଟିଫାଏଡ୍ କପି ପାଇଁ ଅଦାଲତରେ ଦରଖାସ୍ତ ଦାଖଲ କରାଯାଇଛି । କିନ୍ତୁ ଏ ପର୍ଯ୍ୟନ୍ତ ମିଳି ପାରି ନାହିଁ ବୋଲି ବର୍ଷାଙ୍କ ତରଫରୁ ଦର୍ଶାଯାଇଥିଲା । ଅନ୍ୟପକ୍ଷରେ ମାମଲାର ତ୍ୱରିତ ଶୁଣାଣିରେ ବାଧା ସୃଷ୍ଟି କରାଯାଉଛି ଓ ଏଥିପାଇଁ ବର୍ଷା ଦାୟୀ ବୋଲି ଅନୁଭବଙ୍କ ତରଫରୁ ଦର୍ଶାଯାଇଥିଲା । ଏଥି ସହିତ ପୂର୍ବରୁ ପରିବାର ଅଦାଲତ ପ୍ରଦାନ କରିଥିବା ନିର୍ଦ୍ଦେଶର ପୁନର୍ବିଚାର ପାଇଁ ଅନୁଭବଙ୍କ ତରଫରୁ ଦାୟର ଆବେଦନର ଶୁଣାଣି ଶେଷକରି ଅଦାଲତ ରାୟ ସଂରକ୍ଷିତ ରଖିଛନ୍ତି । ଅନୁଭବଙ୍କ ତରଫରୁ ଆଇନଜୀବୀ ଲଳିତେନ୍ଦୁ ମିଶ୍ର, ଶାଶ୍ୱତ ଆଚାର୍ଯ୍ୟ ଏବଂ ବର୍ଷାଙ୍କ ପକ୍ଷରୁ ଆଇନଜୀବୀ ସିଦ୍ଧାର୍ଥ ଦାସ ଓ ରାମକୃଷ୍ଣ ରଥ ମାମଲା ପରିଚାଳନା କରୁଛନ୍ତି ।

When the family appeared in court