ରାମଦେବଙ୍କୁ ପ୍ରଶ୍ନ କଲେ ସୁପ୍ରିମକୋର୍ଟ କହିଲେ ..

ନୂଆଦିଲ୍ଲୀ: ଆୟୁର୍ବେଦିକ ଦ୍ରବ୍ୟର ବିଭ୍ରାନ୍ତିକର ବିଜ୍ଞାପନକୁ ପ୍ରୋତ୍ସାହିତ କରିଥିବାରୁ ବାବା ରାମଦେବ ଏବଂ ଆଚାର୍ଯ୍ୟ ବାଲକ୍ରିଷ୍ଣାଙ୍କୁ ସୁପ୍ରିମକୋର୍ଟଙ୍କ ପରାମର୍ଶ ପରେ ପତଞ୍ଜଳି ଆୟୁର୍ବେଦ ନିଜ ପକ୍ଷରୁ ସଫେଇ ଦେଇଛି। ପତଞ୍ଜଳି ଆୟୁର୍ବେଦ ମାନ୍ୟବର ସୁପ୍ରିମକୋର୍ଟର ସମ୍ପୂର୍ଣ୍ଣ ସମ୍ମାନ କରନ୍ତି। ଭବିଷ୍ୟତରେ ଏପରି ଭୁଲ ପୁନରାବୃତ୍ତି ନହେବା ପାଇଁ ଆମେ ପ୍ରତିବଦ୍ଧ। ଆମେ ଆପଣଙ୍କୁ ଆଶ୍ୱାସନା ଦେଉଛୁ ଯେ ସମ୍ବିଧାନ ତଥା ମାନ୍ୟବର ସୁପ୍ରିମକୋର୍ଟଙ୍କ ସମ୍ମାନ ରକ୍ଷା କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ ରହିବୁ। ଜଷ୍ଟିସ୍ ହିମା କୋହଲି ଏବଂ ଅହସାନୁଦ୍ଦିନ ଅମାନୁଲ୍ଲାଙ୍କ ଏକ ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି ଯେ ସୁପ୍ରିମକୋର୍ଟର ଶୁଣାଣି ପୂର୍ବରୁ ଏକ ସପ୍ତାହ ପରେ କାହିଁକି କ୍ଷମା ପ୍ରାର୍ଥନା କରାଯାଇଥିଲା? ତାହାଛଡ଼ା ବିଜ୍ଞାପନର ଆକାର ଯେତିକି ବଡ଼ ଥିଲା କ୍ଷମା ପ୍ରାର୍ଥନାର ଆକାର ବି ସେତିକି ବଡ଼ କି ବୋଲି ଖଣ୍ଡପୀଠ ପଚାରିଛନ୍ତି। ବର୍ତ୍ତମାନ ଏହି ଘଟଣାରେ ପୁନର୍ବାର ଶୁଣାଣି ଏପ୍ରିଲ ୩୦ କରାଯିବ ।

ସେପଟେ ପତଞ୍ଜଳି ଯୋଗ ଶିବିର ପାଇଁ ବର୍ତ୍ତମାନ ଟିକସ ଦେବେ ବାବା ରାମଦେବ । ଜଷ୍ଟିସ ଅଭୟ ଏମ ଓକ ଏବଂ ଜଷ୍ଟିସ ଉଜ୍ଜ୍ବଲ ଭୂୟାଁଙ୍କ ସୁପ୍ରିମକୋର୍ଟର ଏକ ବେଞ୍ଚ ଏହି ମାମଲାରେ ସେବା ଟିକସ ଅପିଲ ଟ୍ରିବ୍ୟୁନାଲର ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି । ଟ୍ରଷ୍ଟର ଆବେଦନକୁ ଖାରଜ କରି ବେଞ୍ଚ କହିଛନ୍ତି ଯେ, ରାମଦେବଙ୍କ ଯୋଗ ଶିବିର ଆୟୋଜନ କରୁଥିବା ସଂଗଠନ ‘ପତଞ୍ଜଳି ଯୋଗପୀଠ ଟ୍ରଷ୍ଟ’କୁ ବର୍ତ୍ତମାନ ଉଭୟ ଆବାସିକ ତଥା ଅଣ-ଆବାସିକ ଯୋଗ ଶିବିର ପାଇଁ ସେବା ଟିକସ ଦେବାକୁ ପଡିବ ।