ମହାପ୍ରଭୁଙ୍କ ବନାଲାଗିନୀତି କଣ, କିପରି କରାଯାଏ ପୂଜାର୍ଚ୍ଚନା

ଆଜି ଫାଲଗୁନ-ଶୁକ୍ଳ ତୃତୀୟା ତିଥି ହୋଇଥିବାରୁ ସନ୍ଧ୍ୟାରେ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ସନ୍ଧ୍ୟା ସମୟରେ ୪ ଘଣ୍ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଦିଅଁ ଦର୍ଶନ ବନ୍ଦ ରହିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ମିଳିଥିବା ସୂଚନା ଅନୁସାରେ ବୁଧବାର ଫାଲଗୁନ-ଶୁକ୍ଳ ତୃତୀୟା ତିଥି ହୋଇଥିବାରୁ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି କରାଯିବ। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭୁଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ। ତେଣୁ ଏହି ସମୟରେ ସନ୍ଧ୍ୟା ୬ ଘଟିକାରୁ ରାତ୍ର ୧୦.୦୦ ଘଟିକା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ବନକଲାଗି ନୀତି ଗୁପ୍ତ ନୀତି ହୋଇଥିବାରୁ ବିଧି ଅନୁସାରେ ହିଙ୍ଗୁଳ, ହରିତାଳ, କସ୍ତୁରୀ, ନାଲି, ଧଳା ଓ କଳା ଭଳି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ। ବନକଲାଗି ନୀତି ପରେ ମହାସ୍ନାନ କରିବେ ମହାପ୍ରଭୁ। ଏହାପରେ ସନ୍ଧ୍ୟା ଆଳତି, ସନ୍ଧ୍ୟା ଧୂପ, ବଡ଼ ସିଂହାର ବେଶ, ବଡ଼ ସିଂହାର ଭୋଗ ଏବଂ ରାତ୍ର ପହୁଡ଼ ଅନୁଷ୍ଠିତ ହେବ।

ପ୍ରଥା ଓ ପରମ୍ପରା ଅନୁଯାୟୀ, ଶ୍ରୀମନ୍ଦିରରେ ପ୍ରତି ବୁଧବାର କିମ୍ବା ଗୁରୁବାର ବନକ ଲାଗି ନୀତି ପାଳନ ହେବାର ବିଧି ରହିଛି। ଏଥିପାଇଁ ଶ୍ରୀମନ୍ଦୀର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ସ୍ଥିର କରାଯାଇଛି।