ରାଜ୍ୟର ଭିକାରୀ ମାନଙ୍କ ସଂଖ୍ୟା କେତେ ? ତାଲିକା ଦେଲେ ସରକାର

ରାଜ୍ୟରେ କେତେ ଜଣ ଭିକ୍ଷୁକ ରହିଛନ୍ତି ଏହାର ଏକ ତାଲିକା ପ୍ରକାଶ କରିଛନ୍ତି ସରକାର ଭିକ୍ଷୁକଙ୍କ ମାନଙ୍କ ସାମାଜିକ ସୁରକ୍ଷା ପାଇଁ ସରକାର ଙ୍କ ତରଫରୁ କଣ ବ୍ୟବସ୍ଥା କରାଯାଇଛି ? ଏମାନଙ୍କ ମଧ୍ୟରେ ପୁରୁଷ, ମହିଳା ଓ ଶିଶୁ ଭିକ୍ଷୁକଙ୍କ ସଂଖ୍ୟା କେତେ ରହିଛି ? ଆଜି ବିଧାନସଭାରେ ବିଧାୟକ ନାଉରୀ ନାଏକ ଏଭଳି ପ୍ରଶ୍ନ ପଚାରିଥିବା ବେଳେ ବିଭାଗୀୟ ମନ୍ତ୍ରୀ ଅଶୋକ ପଣ୍ଡା ଏହାର ଉତ୍ତର ରଖିଥିଲେ ।ଲିଖିତ ଉତ୍ତରରେ ମନ୍ତ୍ରୀ ଅଶୋକ ପଣ୍ଡା ସ୍ପଷ୍ଟ କରିଥିଲେ ଯେ, ରାଜ୍ୟରେ ଏବେସୁଦ୍ଧା ୬୯୭୦ ଜଣ ଭିକାରୀଙ୍କୁ ଚିହ୍ନଟ କରାଯାଇଛି । ଯେଉଁମଧ୍ୟରେ ୪୧୨୮ଟି ଜଣ ପୁରୁଷ ଓ ୨୮୪୨ ଜଣ ମହିଳା ଭିକାରୀ ରହିଛନ୍ତି । କଟକରେ ସର୍ବାଧିକ ୧୦୬୦ ଜଣ ଭିକାରୀ ରହିଥିବା ବେଳେ ବରଗଡରେ ଦ୍ୱିତୀୟ ସର୍ବାଧିକ ୫୯୫ ଜଣ ଭିକାରୀଙ୍କୁ ଚିହ୍ନଟ କରାଯାଇଛି । ସେହିଭଳି ବୌଦ୍ଧରେ ସର୍ବନିମ୍ନ ୫ ଜଣ ଭିକାରୀ ଚିହ୍ନଟ ହୋଇଥିବା କହିଛନ୍ତି ମନ୍ତ୍ରୀ ।
ତେବେ ଚିହ୍ନଟ ହେଉଥିବା ଭିକାରୀଙ୍କ ପାଇଁ ସହାୟ ନାମକ ଏକ କାର୍ଯ୍ୟକ୍ରମ ହାତକୁ ନିଆଯିବାର ବ୍ୟବସ୍ଥା କରାଯାଉଥିବା କହିଛନ୍ତି ମନ୍ତ୍ରୀ । ଏହାସହ ପ୍ରଥମ ପର୍ଯ୍ୟାୟରେ ପୁରୀାର ନିଳାଦ୍ରୀ ନିଳୟ ଓ ଭୁବନେଶ୍ୱର ଠାରେ ଏକାମ୍ର ନିଳୟ ନାଁରେ ସ୍ୱତନ୍ତ୍ର ଅଭିଯାନ କରାଯାଇ ସହରରୁ ଭିକ୍ଷୁକମୁକ୍ତ କରିବାକୁ କାର୍ଯ୍ୟକ୍ରମ କରାଯାଉଛି । ଏହାସହ ଖୋର୍ଦ୍ଧା, ସମ୍ବଲପୁରରେ ଭିକ୍ଷୁକ ପୁନର୍ବାସ କେନ୍ଦ୍ର ଖୋଲାଯିବ ସହ ରାଉରକେଲା ମୁନିସିପାଲଟି, ଗଞ୍ଜାମ, ଢେଙ୍କାନାଳ ଜିଲ୍ଲାରେ ଭିକ୍ଷୁକ ପୁନର୍ବାସ କେନ୍ଦ୍ର ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି କଟକରେ ମଧ୍ୟ ଭିକ୍ଷୁକ ପୁନର୍ବାସ କେନ୍ଦ୍ର ଖୋଲିବାକୁ ପ୍ରସ୍ତାବ ବିଚାରଧୀନ ଥିବା କହିଛନ୍ତି ମନ୍ତ୍ରୀ ।

Comments (0)
Add Comment