କ୍ଷତିଗ୍ରସ୍ତ କ୍ଷୁଦ୍ର ଶିଳ୍ପ ପାଇଁ କଣ ରହିଛି ସ୍ୱତନ୍ତ୍ର କୋଭିଡ ପ୍ୟାକେଜ ବ୍ୟବସ୍ଥା :ତାରା

କରୋନା କାଳ ରେ ସମଗ୍ର ଦେଶ ସହିତ ରାଜ୍ୟ ରେ ମଧ୍ୟ ଆର୍ଥିକ ବିକାଶ ଭୟଙ୍କର ଭାବରେ କ୍ଷତିଗ୍ରସ୍ତ ହୋଇଛି I ବହୁତ ସ୍ଥାନ ରେ କ୍ଷୁଦ୍ର ଶିଳ୍ପ ସମ୍ପୂର୍ଣ୍ଣ ଭାବରେ ପ୍ରଭାବିତ ହୋଇଛି । କରୋନା ସ୍ଥିତି ପାଇଁ ରାଜ୍ୟରେ ବନ୍ଦ ହୋଇଯାଇଛି ୩ହଜାର ୨୦୭ ସୁକ୍ଷ୍ମ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ । ବିଧାନସଭାରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହୀନିପତି ପ୍ରଶ୍ନ କରିଛନ୍ତି ଯେ ,୨୦୨୧ ଏପ୍ରିଲ ୨୧ସୁଦ୍ଧା ୩ହଜାର ୨୦୭ଟି ଉଦ୍ୟୋଗ ବନ୍ଦ ହୋଇଛି ? ବାହୀନିପତିଙ୍କ ପ୍ରଶ୍ନରେ ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଉତର ରଖି ଏହି ସୂଚନ ଦେଇ କହିଛନ୍ତି କରୋନା ମହାମାରୀ ଯୋଗୁଁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଗୁଡିକର ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କର ସ୍ୱତନ୍ତ୍ର କୋଭିଡ ପ୍ୟାକେଜ ଅନୁଯାୟୀ ୨୦୨୦-୨୧ଆର୍ଥିକ ବର୍ଷରେ ଇସିଏଲଜିଏସରେ ବ୍ୟାଙ୍କ ମାନଙ୍କ ଦ୍ୱାରା ସହାୟତା ପାଇଥିବା ଉଦ୍ୟୋଗ ମାନଙ୍କୁ ପୁରୁଷଙ୍କ ପାଇଁ ୨ପ୍ରତିଶତ ଓ ମହିଳାଙ୍କ ପାଇଁ ୫ପ୍ରତିଶତ ହିସାବରେ ୧୦୮କୋଟି ୨୯ଲକ୍ଷ ଟଙ୍କାର ସୁଧରେ ଆର୍ଥିକ ସାହାଯ୍ୟ ଯୋଗାଇ ଦେବା ପାଇଁ ବ୍ୟୟ ଅଟକଳ କରାଯାଇଥିଲା ।ଏଥିପାଇଁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ୯୯କୋଟି ୮୭ଲକ୍ଷ ୨୦ହଜାର ଟଙ୍କା ମଂଜୁର କରିଛନ୍ତି ଓ ଅଗଷ୍ଟ ୨୩ତାରିଖ ସୁଦ୍ଧା ୪୭୩ଜଣ ଉଦ୍ୟୋଗୀଙ୍କୁ ଟଙ୍କା ଦିଆଯାଇଛି । ତେବେ ବନ୍ଦ ହୋଇଯାଇଥିବା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଗୁଡିକୁ ଚିହ୍ନଟ ପାଇଁ ରାଜ୍ୟ ସରକାର ଏମଏସଏମଇ ଗଣନା ୨୦୨୧ ପ୍ରକ୍ରିୟା ଆରମ୍ଭ ହୋଇଥିବା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ।

Comments (0)
Add Comment