ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଳ୍ପ ଉପରେ ଶଶି ଥରୁରଙ୍କ ବୟାନ ଜଣାନ୍ତୁ କଣ କହିଲେ ?

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନକୁ ଅଳ୍ପ କିଛି ଦିନ ବାକି ଥିବା ବେଳେ ଏବେ ଜୋର ଧରିଛି ପ୍ରଧାନମନ୍ତ୍ରୀଙ୍କୁ ନେଇ ଚର୍ଚ୍ଚା। କେବଳ ଦେଶରେ ନୁହେଁ ବରଂ ସାରା ବିଶ୍ୱରେ ମୋଦୀଙ୍କୁ ଅନେକ ପ୍ରଶଂସା କରନ୍ତି। ମୋଦୀ ହେଉଛନ୍ତି ସମସ୍ତଙ୍କର ଲୋକପ୍ରିୟ। ବର୍ତ୍ତମାନ ଦେଶରେ ନରେନ୍ଦ୍ର ମୋଦୀଙ୍କ ବିକଳ୍ପ କିଏ ତାହାକୁ ନେଇ ବେଶ୍‌ ଆଲୋଚନା ହେଉଛି। ଏହାସହ ଜଡିତ ଏକ ପ୍ରଶ୍ନକୁ କଂଗ୍ରେସ ସାଂସଦ ଶଶି ଥରୁର ଚତୁରତାର ସହ ଉତ୍ତର ଦେଇଛନ୍ତି। ସେ କହିଛନ୍ତି, ଏହି ପ୍ରଶ୍ନ ଭୁଲ। କାରଣ ଆମେ କୌଣସି ବ୍ୟକ୍ତିଙ୍କୁ ନୁହେଁ ବରଂ ଏକ ଦଳ ବା ଦଳର ସଂଗଠନ ଚୟନ କରିଥାଉ।

ଥରୁର କହିଛନ୍ତି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଳ୍ପ ଯିଏ ବି ହେବ ସେ ଜଣେ ଅଭିଜ୍ଞ, ଦକ୍ଷ ତଥା ବିବିଧ ଭାରତୀୟ ନେତା ହେବେ। ଯିଏ ଲୋକଙ୍କ ସମସ୍ୟା ପ୍ରତି ପ୍ରତିକ୍ରିୟାଶୀଳ ହେବେ ଏବଂ ବ୍ୟକ୍ତିଗତ ଅଂହକାର ରହିବ ନାହିଁ। ଜଣେ ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ବାଛିବା ଏକ ଗୁରୁତର ବିଚାର।”

କେରଳର ଥିରୁଭାନନ୍ତପୁରମର ତିନିଥର ଏମ୍‌ପି ରହିଥିବା ଥରୁର ଚତୁର୍ଥ ଥର ପାଇଁ ଏଠାରୁ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି। ସେ ଏହି ଆସନରୁ ବିଜେପି ପ୍ରାର୍ଥୀ ରାଜୀବ ଚନ୍ଦ୍ରଶେଖର ଏବଂ ବାମପନ୍ଥୀ ପ୍ରାର୍ଥୀ ପ୍ୟାନନ ରାଭେନ୍ଦ୍ରନଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଆପଣଙ୍କୁ କହିରଖୁଛୁ ଯେ ଗତ କିଛି ସପ୍ତାହ ଧରି ଥରୁର ଲୋକସଭା ନିର୍ବାଚନ ପାଇଁ ପ୍ରଚାର କରୁଛନ୍ତି। ଏପ୍ରିଲ ୨୬ରେ ଥିରୁଭାନନ୍ତପୁରମରେ ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ। ସାରା ଦେଶରେ ସାତୋଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ହେବାକୁ ଯାଉଛି। ଏପ୍ରିଲ ୧୯ରୁ ମତଦାନ ଆରମ୍ଭ ହେବ।