ପଶ୍ଚିମବଙ୍ଗରେ ବିଜେପି ବିଶାଳ ବିଜୟ ହାସଲ କରିବ: ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗ ନିର୍ବାଚନକୁ ନେଇ ବଡ଼ ଦାବି କରିଛନ୍ତି । ମୋଦୀ କହିଛନ୍ତି, ଏଭଳି ଭୋଟିଂ ଦେଖିବା ପରେ ମୋତେ ଲାଗୁଛି ବିଜେପି ବିଶାଳ ବିଜୟ ହାସଲ କରିବ । କୃଷ୍ଣନଗର ଏବଂ ପରେ ରାଜ୍ୟର ନାଦିଆ ଜିଲ୍ଲାର ମଥୁରାପୁରରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି ପ୍ରଥମ ପର୍ଯ୍ୟାୟରେ ବିପୁଳ ଭୋଟଦାନ ପାଇଁ ପଶ୍ଚିମବଙ୍ଗର ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ କହିଛନ୍ତି ଯେ, ଏହି ମତଦାନ ‘ପରିବର୍ତ୍ତନ ପାଇଁ ଏକ ଜବରଦସ୍ତ ଜନାଦେଶ’ର ସଙ୍କେତ। ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୯୨ ପ୍ରତିଶତ ମତଦାନ ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି ଯେ, ଭୋଟ ଗଣତି ପରେ, ବିଜେପିର ପଶ୍ଚିମବଙ୍ଗ ୟୁନିଟ୍ ମେ’ ୪ରେ ବିଜୟ ଉତ୍ସବ ପାଳନ କରିବ । ଏହି ସମୟରେ ମିଠା ସହିତ ‘ଝାଲମୁଢ଼ି’ ମଧ୍ୟ ଲୋକଙ୍କୁ ବଣ୍ଟନ କରାଯିବ।ପଶ୍ଚିମବଙ୍ଗରେ ୧୫୨ ବିଧାନସଭା ଆସନରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମତଦାନ ହୋଇଛି । ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୯୨ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି।