ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ବଲାଙ୍ଗିର ଗସ୍ତ

ପ୍ରଶାସନ ଦ୍ୱାରା ଆୟୋଜିତ ସର୍ବଭାରତୀୟ ଗୋ ପାଳନ ସମ୍ମିଳନୀ ଉଦ୍‌ଘାଟିତ

ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଶ୍ରୀ ଅସିତ କୁମାର ତ୍ରିପାଠୀ ବଲାଙ୍ଗିର ଗସ୍ତରେ ଯାଇ ଆଜି ସେଠାରେ ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ ସର୍ବଭାରତୀୟ ଗୋ ପାଳନ ସମ୍ମିଳନୀ ର ଶୁଭଉଦ୍‌ଘାଟନ କରିଛନ୍ତି । ବଲାଙ୍ଗିର ଏବେ ଗୋ ପାଳନ ଏବଂ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଅଗ୍ରଣୀ ଜିଲ୍ଲା ଭାବେ ନିଜକୁ ପ୍ରତି ପାଦିତ କରି ପାରିଛି । ଗତ ଅକେଫାବର ମାସରେ ସଇଁତଳାଠାରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ କରାଯାଇ ଥିବା ବୃହତ୍‌ ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ସ୍ଥା ପନ ତା’ର ଏକ ଉଦାହରଣ । ଏହି ଅବସରରେ ଉ ପସ୍ଥିତ ଦୁଗ୍ଧ ଚାଷୀମାନଙ୍କୁ ଉଦ୍ବୋଧନ ଦେଇ ଦୁଗ୍ଧ ଚାଷୀ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଏବଂ ନିର୍ବାଚିତ ଜନ ପ୍ରତିନିଧି ଗଣ ମିଳିତ ଭାବରେ ଦଳଗତ ମନୋଭାବ ନେଇ ଏ ଦିଗରେ କାର୍ଯ୍ୟ କଲେ ସଫଳତା ନିଶ୍ଚୟ ମିଳିପାରିବ ବୋଲି କହିଥିଲେ । ବିଜୁ ଏକ୍ସପ୍ରେସ କରିଡୋରର ଲାଭ ଉଠାଇବା ସହ କୃଷି ଉଦ୍ୟୋଗ, ଗୋ-ପାଳନ, ଉଦ୍ୟାନ କୃଷି, ପିସିକଲଚର ଭଳି ଉଦ୍ୟୋଗରେ ବିକାଶ କରାଯାଇ ପାରିବ ବୋଲି ସେ ଆଶା ପୋଷଣ କରିଥିଲେ ।
ସଂପ୍ରତି ବଲାଙ୍ଗିର ଜିଲ୍ଲାରେ ଉତ୍ପାଦିତ ଦୁଗ୍ଧ ଓ ଦୁଗ୍ଧ ଜାତ ଉତ୍ପାଦର ପଡ଼ୋଶୀ ଜିଲ୍ଲାଗୁଡ଼ିକରେ ବିଶେଷ ଚାହିଦା ରହିଛି । ଦୁଗ୍ଧ ଉତ୍ପାଦନ ସଂସ୍ଥାଗୁଡ଼ିକର କ୍ଷମତାକୁ ଉଚିତ ମାର୍ଗରେ ପରିଚାଳିତ କରି ପାରିଲେ ତାହା ପଶ୍ଚିମ ଓଡ଼ିଶାର ଲୋକଙ୍କୁ ପ୍ରକୃତରେ ସାମାଜିକ ଓ ଅର୍ଥନୈତିକ ଭାବେ ସଶକ୍ତ କରି ପାରିବ ବୋଲି କହିଥିଲେ । ସେ ଯୁବ ବର୍ଗଙ୍କୁ ଆହ୍ୱାନ ଜଣାଇ ସରକାରଙ୍କ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମର , ବିଶେଷ କରି, ସୂକ୍ଷ୍ମ , କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପ୍ରତି ଆକର୍ଷିତ ହେବା ଏବଂ ବାହାରୁ ଆସୁଥିବା କମ୍ପାନୀ ଗୁଡ଼ିକ ସହ ସହବନ୍ଧିତ ହୋଇ ଲାଭାନ୍ୱିତ ହେବାକୁ ସେ ପରାମର୍ଶ ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଶ୍ରୀ ସୁରେଶ ଚନ୍ଦ୍ର ଦଳେଇ, ବଲାଙ୍ଗିର ଜିଲ୍ଲା ପାଳ ଶ୍ରୀ ଚଞ୍ଚଲ ରାଣା, ବିକେଏମ୍‌ ଦୁଗ୍ଧ ସଂଘର ଅଧ୍ୟକ୍ଷା ଶ୍ରୀମତୀ ସୀମା ପଟେଲ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ, ଓମ୍‌ଫେଡ୍‌ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଆଶିଷ ଚନ୍ଦ୍ର ସିହ୍ନା, ଡବ୍ଲୁ୍ୟଓଡିସିର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଡ. ଅଜିତ କ ମୁ ।ର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।