ପଶ୍ଚିମବଙ୍ଗର ହୀନ କାମ: ଆଳୁ ଟ୍ରକ୍ ଜଗିବାକୁ ଲାଗିଲା ସିସି ଟିଭି

ଭୁବନେଶ୍ୱର: :ଆଳୁ ଟ୍ରକ ଜଗିବାକୁ ଲାଗିଲା ସିସି ଟିଭି। ପ୍ରଥମେ ଆଳୁ ଟ୍ରକ ଛାଡିଲେନି ଆଉ ଏବେ ଗଳା ବାଟରେ ଆଳୁ ଟ୍ରକ ଆସୁଥିବା ଖବର ପାଇ ସିସି ଟିଭି ଲଗାଇଲେ ପଶ୍ଚିମବଙ୍ଗ ସରକାର। ଓଡିଶା ପଶ୍ଚିମବଙ୍ଗ ସୀମା ନୀଳଦା ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ପଶ୍ଚିମବଙ୍ଗ ପୁଲିସ୍ ରାସ୍ତାକଡରେ ସିସି ଟିଭି ଲଗାଇ ଆଳୁ ଗାଡି ରୋକିବାକୁ ଯୋଜନା କରିଛନ୍ତି। ଲକ୍ଷ୍ଣଣନାଥ ଟୋଲଗେଟରେ ପଶ୍ଚିମବଙ୍ଗ ପୁଲିସ୍ ଆଳୁ ଗାଡି ଛାଡୁନି। ହେଲେ କିଛି ଛୋଟ ଛୋଟ ଗାଡିରେ ଆଳୁ ଓଡିଶାକୁ ବିଭିନ୍ନ ବାଟ ଦେଇ ପଶୁଛି। ତେଣୁ ଏହି ସବୁ ଗଳାବାଟରେ ସିସି ଟିଭି ଜରିଆରେ ନଜର ରଖିବାକୁ ଏମିତି ବ୍ୟବସ୍ଥା କରିଛି ପଶ୍ଚିମବଙ୍ଗ ପୁଲିସ୍। ସେପଟେ ରାଜ୍ୟରେ ଆଳୁ ଦର କିଛି ମାତ୍ରାରେ କମିଛି। ଆଜି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆଳୁ କିଲୋ ପିଛା ୩୬ ରୁ ୪୦ ଟଙ୍କା ମଧ୍ୟରେ ରହିଛି।