ଓଡ଼ିଶାରେ ପଂଚାୟତ ନିର୍ବାଚନ ପ୍ରଚାର କରୁଛନ୍ତି ପଶ୍ଚିମବଙ୍ଗ ବିଧାୟକ

ପଶ୍ଚିମ ବଙ୍ଗର ପ୍ରସିଦ୍ଧ ଲୋକଗୀତ ତଥା ପାଲା ଗାୟକ ଅସୀମ ସରକାର ଓଡ଼ିଶାରେ ନିର୍ବାଚନ ପ୍ରଚାର କରୁଛନ୍ତି I ଓଡିଶା ର ମାଲକାନଗିରି ଜିଲ୍ଲା ପ୍ରଚାର ମୈଦାନରେ ପଶ୍ଚିମବଙ୍ଗ ମେଦିଆ ଜିଲ୍ଲା ହରିନଘାଟା ବିଧାୟକ ତଥା ପ୍ରସିଦ୍ଧ ବାଙ୍ଗଲା ଲୋକ କବି ଅଶିମ ସରକାର ଢୋଲ ବଜାଇବା ସହ ଲୋକ ଗୀତ ଓ ପାଲା ମାଧ୍ୟମରେ ମାଲକାନଗିରି ଜିଲ୍ଲାର ବଙ୍ଗୀୟ ଗାଁ ମାନଙ୍କରେ ପ୍ରଚାର କରିଛନ୍ତି । ତେବେ ପ୍ରଚାର ସମୟରେ ପ୍ରତି ସଭାରେ ଉତ୍ତେଜନା ମୂଳକ ଭାଷଣ ତଥା ସାମ୍ପ୍ରଦାୟିକ ମନ୍ତବ୍ୟକୁ ନେଇ ବିଭିନ୍ନ ସ୍ଥାନରେ ବିରୋଧର ଶିକାର ହୋଇଥିବା ଦେଖିବାକୁ ମିଳିଛି । ଖୋଲାଖୋଲି ଭାବେ ବିଭିନ୍ନ ସାମ୍ପ୍ରଦାୟିକ ମନ୍ତବ୍ୟ ଦେଇ ପାକିସ୍ତାନ ଓ ନିର୍ଦିଷ୍ଟ ସମ୍ପ୍ରଦାୟକୁ ବିଧାୟକ ଟାର୍ଗେଟ୍ କରିଛନ୍ତି । ଭାରତ ତଥା ହିନ୍ଦୁ ଧର୍ମର ରକ୍ଷା ଲାଗି ବିଜେପି ତଥା ନରେନ୍ଦ୍ର ମୋଦୀ ହିଁ ଏକ ମାତ୍ର ବିକଳ୍ପ ବୋଲି ଅଶିମ ସରକାର ଗାଁ ଗାଁରେ ପ୍ରଚାର କରୁଛନ୍ତି । ତାରଲାକୋଟା ଓ ଏମଭି ୨୫ ପରି ବିଭିନ୍ନ ସ୍ଥାନରେ ବିରୋଧର ଶିକାର ହେବା ସହ ଅନେକ ସ୍ଥାନରେ ହଟହଟା ହେଉଛନ୍ତି ଅଶିମ ସରକାର । ଅନ୍ୟପଟେ ତାଙ୍କର ଏପରି ଆପତ୍ତିଜନକ ପ୍ରଚାର ପାଇଁ ସ୍ଥାନୀୟ ପ୍ରାର୍ଥୀମାନେ ନିଜର ଅସନ୍ତୋଷ ପ୍ରକାଶ କରୁଥିବାର ଦେଖା ଯାଇଛି I