ଆଜି ପଶ୍ଚିମବଙ୍ଗର ୧୫ ବୁଥ୍‌ରେ ହେବ ପୁନଃ ମତଦାନ

ପଶ୍ଚିମବଙ୍ଗ: ମେ ୪ ତାରିଖରେ ଭୋଟ ଗଣତି ହେବାକୁ ଥିବାବେଳେ, ତା’ ପୂର୍ବରୁ ଭାରତୀୟ ନିର୍ବାଚନ କମିଶନ (ECI)ପଶ୍ଚିମବଙ୍ଗ ର ୧୫ଟି ପୋଲିଂ ଷ୍ଟେଶନରେ ପୁନଃ ମତଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ,ଆଜି ବେଙ୍ଗଲର ୧୫ଟି ବୁଥରେ ରିପୋଲିଂ(ପୁନଃ ମତଦାନ) ଅନୁଷ୍ଠିତ ହେବ। ଏଥିମଧ୍ୟରେ ମଗରାହାଟ ପଶ୍ଚିମର ୧୧ଟି ବୁଥ ଏବଂ ଡାଇମଣ୍ଡ ହାର୍ବରର ୪ ବୁଥ ରହିଛି। ଏହି ସମସ୍ତ କେନ୍ଦ୍ରରେ ପୂର୍ବରୁ ହୋଇଥିବା ମତଦାନକୁ ରଦ୍ଦ କରାଯାଇଛି। ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ। ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଭୋଟ ଜାଲିଆତିର ଅନେକ ଅଭିଯୋଗ ପାଇବା ପରେ ଭାରତୀୟ ନିର୍ବାଚନ କମିଶନ ଶୁକ୍ରବାର ପଶ୍ଚିମବଙ୍ଗର ଦୁଇଟି ନିର୍ବାଚନମଣ୍ଡଳୀର ୧୫ଟି ମତଦାନ କେନ୍ଦ୍ରରେ ପୁନଃ ପାଇଁ ନିର୍ଦ୍ଦେଶ ଦେଇଥିଲେ l