ପଶ୍ଚିମବଙ୍ଗରେ ମେଡିକାଲ ପଢ଼ୁଥିବା ଓଡ଼ିଆ ଛାତ୍ରୀଙ୍କୁ ଦୁଷ୍କର୍ମ

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଛାତ୍ରୀଙ୍କ ଘର ବାଲେଶ୍ବର ଜିଲ୍ଲା ଥାନା ଅଞ୍ଚଳରେ ହୋଇଥିବା ସୂଚନା ମିଳିଛି । ପଶ୍ଚିମବଙ୍ଗ ଦୁର୍ଗାପୁର ଘରୋଇ ମେଡିକାଲ କଲେଜରେ ଦ୍ବିତୀୟ ବର୍ଷର ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ତାଙ୍କ ଅବସ୍ଥା ଗୁରୁତର ହେବାରୁ ଛାତ୍ରୀଙ୍କୁ ହସପିଟାଲ ICUରେ ଭର୍ତ୍ତି କରାଯାଇଛି । ଶୁକ୍ରବାର ରାତିରେ ଛାତ୍ରୀ ଜଣକ ବାହାରକୁ ଯାଇଥିବା ସମୟରେ ତାଙ୍କୁ ଦୁଷ୍କର୍ମ ହୋଇଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ, ଡାକ୍ତରୀ ଛାତ୍ରୀ ଜଣଙ୍କ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଶୁକ୍ରବାର ରାତି ପ୍ରାୟ ସାଢେ ୮ଟା ବେଳେ କ୍ୟାମ୍ପସ୍ ବାହାରେ ଥିବା ଏକ କ୍ୟାଣ୍ଟିନକୁ ଖାଇବାକୁ ଯାଇଥିଲେ। ଖାଇସାରି ଫେରିବା ରାସ୍ତାରେ ୪ ରୁ ୫ ଜଣ ଅଜ୍ଞାତ ଯୁବକ ତାଙ୍କୁ ଟାଣିନେଇ କଲେଜ ଓ ହସ୍ପିଟାଲ ପଛପଟେ ଥିବା ଏକ ଶୂନଶାନ୍ ସ୍ଥାନରେ ଗଣଦୁଷ୍କର୍ମ କରିଥିଲେ। ପୀଡ଼ିତା ଛାତ୍ରୀଙ୍କୁ ଏବେ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ତାଙ୍କର ଚିକିତ୍ସା ଚାଲିଛି। ଏହି ଘଟଣାରେ ଏବେ ଦୁର୍ଗାପୁର ପୁଲିସ ତଦନ୍ତ ଆରମ୍ଭ କରିଛି। ପୁରୁଷ ବନ୍ଧୁଙ୍କୁ ମଧ୍ୟ ଦୁର୍ଗାପୁର ପୁଲିସ ଅଟକ ରଖିଛି। ଛାତ୍ରୀଙ୍କ ପୁରୁଷବନ୍ଧୁଙ୍କୁ ପଚରାଉଚରା କରାଯାଉଛି। ଖୁବଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ସୂଚନା ମିଳିଛି। ଅପର ପକ୍ଷରେ ମେଡିକାଲ କଲେଜର ସୁରକ୍ଷା ବ୍ୟବସ୍ଥା ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

gangrape