ବାତ୍ୟା ନେଇ ଏସଆରସିଙ୍କ ୭ ଜିଲ୍ଲାପାଳଙ୍କୁ ସତର୍କ ଚିଠି

ଭୁବନେଶ୍ବର :  ଦକ୍ଷିଣ ଆଣ୍ଡାମାନ ସାଗରରେ ଗତକାଲି ଏକ  ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି  । ଯାହାକି ଆଜି ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଆସନ୍ତାକାଲି ସୁଦ୍ଧା ଅବପାତର ରୂପ ନେବାର ସମ୍ଭାବନା ରହିଛି । ପରବର୍ତ୍ତୀ ୪୮ ଘଣ୍ଟାରେ ଏହା ଘନୀଭୂତ ହୋଇ ବାତ୍ୟା ରୂପ ନେବ । ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଏପର୍ଯ୍ୟନ୍ତ ବାତ୍ୟାର ଗତିପଥ ନେଇ କିଛି ସ୍ପଷ୍ଟ ହେଇନି  । କିନ୍ତୁ ତାପୂର୍ବରୁ ଉପକୂଳବର୍ତ୍ତୀ ୭ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କ କରାଇଛନ୍ତି  ଏସଆରସି । ଏସବୁ ଜିଲ୍ଲା ଗୁଡିକ ହେଉଛି ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଓ ଗଞ୍ଜାମ  । ଆସନ୍ତା ୩ ତାରିଖରେ ଓଡ଼ିଶାର ଉପକୂଳବର୍ତ୍ତୀ କିଛି ଜିଲ୍ଲାରେ ପ୍ରଭାବ ପଡିବାର ସମ୍ଭାବନା ରହିଛି।

କିଛି କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ତେଣୁ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ଚାଷୀଙ୍କୁ ସତର୍କ କରାଇବା ପାଇଁ ମଧ୍ୟ କୃଷି ବିଭାଗକୁ ନିର୍ଦ୍ଦେଶ ରହିଛି ।