ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ପୌର ନିର୍ବାଚନ ପାଇଁ ୱାର୍ଡ ସଂରକ୍ଷଣ ତାଲିକା ପ୍ରକାଶ

ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ପୌର ନିର୍ବାଚନ ପାଇଁ ୱାର୍ଡ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ତେବେ ଏହା ଉପରେ ଜନସାଧାରଣଙ୍କ ଠାରୁ ପ୍ରସ୍ତାବ ଅଭିଯୋଗ ପାଇଁ ବିଭାଗ ପକ୍ଷରୁ ୧୦ ଦିନ ସମୟ ଧାର୍ଯ୍ୟ କରାଯାଇଛି । ଏହାପର ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବା ନେଇ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ କୁହାଯାଇଛି । ଏହି ନିର୍ଦ୍ଧାରିତ ସମୟ ପରେ କୌଣସି ପ୍ରସ୍ତାବ କି ଅଭିଯୋଗ ଗ୍ରହଣୀୟ ହେବ ନାହିଁ ବୋଲି ବିଭାଗୀୟ ବିଜ୍ଞପ୍ତିରେ କୁହାଯାଇଛି । ପୂର୍ବରୁ ପୌରପାଳିକା ଓ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ପାଇଁ ୱାର୍ଡ ଚିଠା ସଂରକ୍ଷଣ ତାଲିକା ପ୍ରକାଶ ପାଇଥିଲା । କେବଳ ୫ଟି ମହାନଗର ନିଗମ ଅଞ୍ଚଳର ତାଲିକା ପ୍ରକାଶ ପାଇବାର ଥିଲା । ତେବେ ବର୍ତ୍ତମାନ ୩ଟି ମହାନଗର ନିଗମ ପାଇଁ ଚିଠା ତାଲିକା ପ୍ରକାଶ ପାଇଛି ।

Comments (0)
Add Comment