କାନ୍ଥରେ ସଜାନ୍ତୁ ସାମଗ୍ରୀ

ଘରେ ସ୍ଥାନର ଅଭାବ ଥିଲେ ଜିନିଷ ଏଣେତେଣେ ରଖିବା ନେଇ ଚିନ୍ତା ଘାରିଥାଏ । କେତେକ ଲୋକ ଘରେ ସ୍ଥାନର ଅଭାବ ଥିଲେ ଜିନିଷ ଓହଳାଇବା ଲାଗି କାନ୍ଥର ବ୍ୟବହାର କରନ୍ତି । ଏପରି ଅନେକ ଉପାୟ ରହିଛି ଯାହା ଦ୍ୱାରା ଜିନିଷ ସବୁ ଠିକ୍‌ ସ୍ଥାନରେ ରହିପାରିବ ଏବଂ ଘରର ସୌଦର୍ଯ୍ୟ ମଧ୍ୟ ବୃଦ୍ଧି ପାଇବ ।

  • ଘରେ ଡ୍ରେସ କିମ୍ବା ଅନ୍ୟାନ୍ୟ ସାମଗ୍ରୀ ଓହଳାଇବା ଲାଗି ଅଧିକାଂଶ ସମୟରେ ସମସ୍ୟା ଦେଖାଦେଇଥାଏ । ଏପରି ଜିନିଷ ରଖିବା ପାଇଁ କ୍ରିଏଟିଭ ଆଇଡିଆ ଆପଣାଇପାରନ୍ତି । ଘର ଭିତରେ ଏକ କୁତ୍ରିମ ଗଛ ତିଆରି କର;ୁ । ଏଥିରେ ଥିବା ବିଭିନ୍ନ ଡାଳରେ ବ୍ୟାଗ୍‌, ଡ୍ରେସ ସମେତ ଅନ୍ୟାନ୍ୟ ଛୋଟ ମୋଟ ଜିନିଷ ରଖିପାରିବେ ।
  • ଘରର ଅନେକ କାନ୍ଥ ଖାଲି ପଡିଥାଏ କି;ୁ ଏସବୁକୁ ଡିଜାଇନ ତଥା ସଜାଇବା ଲାଗି ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ଚାହୁଁନଥିଲେ ବଜାରରୁ ରଙ୍ଗ ବେରଙ୍ଗର କେତେକ ପ୍ଲାଷ୍ଟିକ ବକେଟ ତଥା ପ୍ଲେଟ ଆଣି କାନ୍ଥରେ ଓହଳା;ୁ । ବକେଟ ଓ ପ୍ଲେଟର ସାଇଜ ଭିନ୍ନ ଭିନ୍ନ ହୋଇଥିଲେ ଏହା ଅଧିକ ସୁନ୍ଦର ଲାଗିବ ।
  • ସକାଳୁ ତରବରରେ କର୍ମ କ୍ଷେତ୍ରକୁ ବାହାରିବା ବେଳେ ଯୁବତୀମାନେ ସେପଫିପିନ୍‌, ହେୟାରବ୍ୟାଣ୍ଡ, ହେୟାର କ୍ଲିପ ଆଦି ଖୋଜି ବ୍ୟସ୍ତ ହୋଇପଡନ୍ତି । ଏପରି ସମସ୍ୟାର ସମାଧାନ ପାଇଁ ଡ୍ରେସିଂ ଟେବୁଲ ନିକଟରେ ଥିବା କାନ୍ଥରେ କାଠ ଓ ଚୁମ୍ବକ ବ୍ୟବହାର କରିପାରନ୍ତି । ଏଥିରେ ଏହି ସମସ୍ତ ମେଟାଲିକ୍‌ ଜିନିଷକୁ ଲଗାଇ ରଖିପାରିବେ ଏବଂ ଦରକାର ବେଳେ ଖୋଜିବାକୁ ପଡିବ ନାହିଁ ।
  • ସାଧାରଣ ଲୁହା ରଡ୍‌ରେ ପ୍ଲାଷ୍ଟିକ ବାସ୍କେଟକୁ ଫିଟ୍‌ କର;ୁ । ଏସବୁକୁ ରଙ୍ଗ ଦେଇ ଭିନ୍ନ ରୂପ ମଧ୍ୟ ଦେଇପାରନ୍ତି । ଏଥିରେ ବାଥରୁମ୍‌ ସାମଗ୍ରୀ ଓ ରୋଷେଇ ସାମଗ୍ରୀ ମଧ୍ୟ ସହଜରେ ରଖିପାରିବେ ।
  • ଜୋତା ଷ୍ଟାଣ୍ଡ ପ୍ରାୟ ସମସ୍ତଙ୍କ ଘରେ ରହିଥାଏ । କି;ୁ ଏବେ ଡ୍ରେସ୍‌ ସହିତ ମ୍ୟାଚିଂ ଜୋତା ପିନ୍ଧିବାର ଟ୍ରେଣ୍ଡ୍‌ ଚାଲିଛି । ତେଣୁ ଘରେ ଏକାଧିକ ଜୋତ ଦେଖିବାକୁ ମିଳିଥାଏ । ତେଣୁ ଜୋତା, ସ୍ୟାଣ୍ଡେଲ ଓ ହାଇ ହିଲ୍‌ ରଖିବା ଲାଗି ମୋଟା କାର୍ଡବୋର୍ଡରକୁ ରାଉଣ୍ଡ ଷ୍ଟୋରେଜ ସେପ୍‌ ଦେଇ କାନ୍ଥରେ ଲଗା;ୁ । ଜୋତାର ସାଇଜ ଅନୁସାରେ ରାଉଣ୍ଡ ସେପ୍‌ ନିଜେ ପ୍ରସ୍ତୁତ କରିପାରିବେ ।
Home Decor IdeasLifestyle TipsTips For beautiful HomeWall decor items