ଆସାମ, କେରଳମ୍ ଓ ପୁଡୁଚେରୀରେ ଭୋଟିଂ ଜାରି: ମୈଦାନରେ ୧୮୯୯ ପ୍ରାର୍ଥୀ

ନୂଆଦିଲ୍ଲୀ: ଦେଶର ଦୁଇଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ଆଜି ସକାଳୁ ଭୋଟ୍ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସାମ, କେରଳ ଓ ପୁଡୁଚେରୀର ଭୋଟରମାନେ ଆଜି ୧୮୯୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି। ସାମ୍ପ୍ରତିକ ରାଜନୈତିକ ସ୍ଥିତିରେ ଏହି ନିର୍ବାଚନର ଫଳାଫଳ ଜାତୀୟ ରାଜନୀତିକୁ ଏକ ନୂଆ ଦିଶା ଦେବ ବୋଲି ଆଶା କରାଯାଉଛି। ଆସାମରେ ମୁଖ୍ୟତଃ ଏଠାରେ ମୁଖ୍ୟତଃ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ନେତୃତ୍ୱରେ ବିଜେପି ଗାଦି ବଞ୍ଚାଇବାକୁ ଚେଷ୍ଟା କରୁଥିବା ବେଳେ, ସାଂସଦ ଗୌରବ ଗୋଗୋଇଙ୍କ ନେତୃତ୍ୱରେ କଂଗ୍ରେସ ପୁଣି ଶାସନ କ୍ଷମତାକୁ ଫେରିବାକୁ ରଣନୀତି ପ୍ରସ୍ତୁତ କରିଛି। କେରଳରେ ପିନରାୟ ବିଜୟନଙ୍କ ନେତୃତ୍ୱାଧୀନ ଏଲ.ଡି.ଏଫ୍ (LDF) ସରକାର ଏବଂ କଂଗ୍ରେସ ନେତୃତ୍ୱାଧୀନ ୟୁ.ଡି.ଏଫ୍ (UDF) ମଧ୍ୟରେ ସିଧାସଳଖ ଲଢ଼େଇ ହେଉଛି। ପୁଡୁଚେରୀରେ ଏନ.ଆର କଂଗ୍ରେସ ଏବଂ ବିଜେପି ମେଣ୍ଟ ସରକାର ନିଜର ଦବଦବା ବଜାୟ ରଖିବାକୁ ଗୋଟି ଚଳାଇଛନ୍ତି।

Voting underway in Assam