କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଅସୁସ୍ଥ: ଘରୋଇ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର: ଓଡ଼ିଶାର ଘରେ ଘରେ ପରିଚିତ ତଥା ଲୋକପ୍ରିୟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଏବେ ଅସୁସ୍ଥ ହୋଇ ପଡ଼ିଛନ୍ତି । ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଠାରେ ତାଙ୍କୁ ଏକ ପ୍ରତିନିଧି ଦଳ ଭେଟିଛନ୍ତି । ବର୍ତ୍ତମାନ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ।

ତେବେ ମେଡିକାଲ ପକ୍ଷରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ କୌଣସି ସୂଚନା ଏପର୍ଯ୍ୟନ୍ତ ମିଳି ପାରିନାହିଁ । ସେପଟେ ପ୍ରଣବଙ୍କ ଆସୁ କାମନା କରିଛନ୍ତି ସାରା ଓଡ଼ିଶାବାସୀ ଏବଂ ତାଭ୍କୁ ଭଲ ପାଉଥିବା କୋଟି କୋଟି ସଙ୍ଗୀତପ୍ରେମୀ ।

NATIONAL