ଭାରତୀୟ ନୌ ସେନା ହେଲା ଅଧିକ ଶକ୍ତିଶାଳୀ : ଚାନ୍ଦିପୁର DRDOରେ VL-SRSAM କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ସୀମାରେ ଚୀନ୍ ଏବଂ ପାକିସ୍ତାନ ପକ୍ଷରୁ ବଢ଼ୁଥିବା ବିପଦକୁ ଦୃଷ୍ଟିରେ ରଖି ଭାରତର ପ୍ରତିରକ୍ଷା ପ୍ରସ୍ତୁତି ଜାରି ରହିଛି। ମଙ୍ଗଳବାର ଦିନ ଭାରତ ଏକ ସ୍ୱଳ୍ପ ଦୂରଗାମୀ ଭୂପୃଷ୍ଠରୁ ବାୟୁ କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି। ବାଲେଶ୍ଵର ସ୍ଥିତ ଚାନ୍ଦିପୁରର ୩ ନମ୍ବର ଲଞ୍ଚ ପ୍ୟାଡରୁ ଭର୍ଟିକାଲି ଲଞ୍ଚ ସର୍ଟ ରେଞ୍ଜ ସରଫେସ ଟୁ ଏୟାର ମିସାଇଲ(VL-SRSAM)ର ସଫଳତାପୂର୍ବକ ପରୀକ୍ଷଣ କରିଛି। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ(ଡିଆରଡିଓ)ର ଅଧିକାରୀଙ୍କ ଅନୁଯାୟୀ, ଏହି କ୍ଷେପଣାସ୍ତ୍ର ପ୍ରାୟ ୧୫ କିମି ଦୂରରେ ସ୍ଥିତ ଶତ୍ରୁର ଟାର୍ଗେଟ୍‌କୁ ଲକ୍ଷ୍ୟଭେଦ କରିବାକୁ ସକ୍ଷମ।

ଡିଆରଡିଓ ଅନୁଯାୟୀ, VL-SRSAM ଭାରତୀୟ ନୌସେନା ପାଇଁ ସ୍ଵଦେଶୀ ଜ୍ଞାନ କୌଶଳରେ ଡିଜାଇନ ଓ ବିକଶିତ କରାଯାଇଛି। ଏହାର ଉଦ୍ଦେଶ୍ୟ, ସମୁଦ୍ରୀ ସ୍କିମିଂ ଲକ୍ଷ୍ୟଭେଦ ସହିତ ସୀମାରେ ଆକାଶ ମାର୍ଗରେ ଶତ୍ରୁର ଆକ୍ରମଣକୁ ପ୍ରଭାବହୀନ କରିବା। ମିସାଇଲକୁ ବହୁତ କମ ଉଚ୍ଚତାରେ ଥିବା ଇଲେକ୍ଟ୍ରୋନିକ ଲକ୍ଷ୍ୟକୁ ଧ୍ଵସ୍ତ କରିବା ପାଇଁ ଭର୍ଟିକଲ ଲଞ୍ଚରରୁ ନିକ୍ଷେପ କରାଯାଇଥିଲା।

ଆଇଟିଆର, ଚାନ୍ଦିପୁର ପକ୍ଷରୁ ମୁତୟନ ଟ୍ରାକିଂ ଉପକରଣର ଉପଯୋଗ କରାଯାଇ ସ୍ଵାସ୍ଥ୍ୟ ମାନଦଣ୍ଡ ସହ ହ୍ଵିକିଲର ଫ୍ଲାଇଟ୍‌ ପାଥକୁ ନିରୀକ୍ଷଣ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଭର୍ଟିକଲ ଅଳ୍ପଦୂରଗାମୀ ମିସାଇଲର ସଫଳ ପରୀକ୍ଷଣ ନେଇ ଡିଆରଡିଓ ଓ ନୌସେନାକୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଏହି ମିସାଇଲ ପରୀକ୍ଷଣରେ ଆକାଶରେ ଶତ୍ରୁର ମୁକାବିଲା ପାଇଁ ନୌସେନାର କ୍ଷମତା ବଢିବ।

Comments (0)
Add Comment