ଭିଭୋ ଆଣିଛି ଏକ ଆକର୍ଷଣୀୟ ଲୁକ୍‌ ସହ ଜବରଦସ୍ତ ଫିଚର୍‌ର ଫୋନ୍‌

ନୂଆଦିଲ୍ଲୀ : ଭାରତରେ ଭିଭୋ ଏହାର ପ୍ରଥମ ଫୋଲ୍ଡେବଲ୍ ଫୋନ୍ ଫୋଲ୍ଡେ ୫ ଲଞ୍ଚ କରିଛି। ଏହା ସହିତ କମ୍ପାନୀ ଆଉ ଏକ ଫୋନ୍ ଏକ୍ସ୨୦୦ଏଫଇ ମଧ୍ୟ ଲଞ୍ଚ କରିଛି। ଏବେ କମ୍ପାନୀ ଆଉ ଏକ ଶସ୍ତା ସ୍ମାର୍ଟଫୋନ୍ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି। ଏହି ଫୋନ୍ ଭିଭୋ ଭି୬୦ ନାମରେ ଲଞ୍ଚ କରାଯାଇପାରିବ। ଏହି ଫୋନ୍ ରେ ୬,୫୦୦ଏମଏଏଚର ଏକ ଶକ୍ତିଶାଳୀ ବ୍ୟାଟେରୀ ମଧ୍ୟ ରହିବ। ଏହା ଭାରତରେ ଲଞ୍ଚ ହେବାକୁ ଥିବା କମ୍ପାନୀର ପ୍ରଥମ ଫୋନ୍ ହେବ, ଯେଉଁଥିରେ Funtouch ବଦଳରେ Origin OS ରହିବ। ଏହି ଫୋନ୍‌କୁ ଚୀନ ବଜାରରେ ଭିଭୋ ଏସ୩୦ ନାମରେ ପୂର୍ବରୁ ଲଞ୍ଚ କରାଯାଇଛି। ଭାରତରେ ଏହାକୁ ରିବ୍ରାଣ୍ଡ୍‌ କରାଯାଇ ଭିଭୋ ଭି୬୦ରେ ଲଞ୍ଚ କରାଯିବ । ଏହାର ପ୍ରୋ ମଡେଲ୍‌ ଯାହା ଭିଭୋ ଏସ୩୦ ପ୍ରୋ ମିନିର ଏକ ରିବ୍ରାଣ୍ଡ୍‌ ହେବ। ଭିଭୋ ଏସ୩୦ ଚୀନରେ ସିଏନୱାଇ ୨୬୯୯ ଆରମ୍ଭ ଦାମ୍‌ ଅର୍ଥାତ୍‌ ପ୍ରାୟ ୩୨,୦୦୦୦ ଟଙ୍କାରେ ଲଞ୍ଚ କରାଯାଇଛି। ଏହି ଫୋନ୍‌ଟି ୧୬ ଜିବି ର‌୍ୟାମ୍‌ ଏବଂ ୫୧୨ ଜିବି ପର୍ଯ୍ୟନ୍ତ ଷ୍ଟୋରୋଜ୍‌ ସହିତ ଆସିବ । ଏହାକୁ ଅଗଷ୍ଟ ୧୯ରେ ଭାରତରେ ଲଞ୍ଚ କରାଯିବାର ରହିଛି।