ନିର୍ବାଚନ ସମୟରେ ହିଂସାକାଣ୍ଡ କୁ ବରଦାସ୍ତ କରାଯିବ ନାହିଁ: ପୋଲିସ ମହାନିର୍ଦେଶକ

ପ୍ରଥମ ପ୍ରର୍ଯ୍ୟାୟ ନିର୍ବାଚନରେ ହୋଇଥିବା ହିଂସାକୁ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ଜରୁରୀ ବୈଠକ ଶେଷ ହୋଇଛି ।
ରାଜ୍ୟରେ ଗତକାଲି ପ୍ରଥମ ପର୍ଯ୍ୟାୟ ପଂଚାୟତ ନିର୍ବାଚନ ମତ ଦାନ ଶେଷ ହୋଇଛି ଇ ଭୋଟ ଗ୍ରହଣ ସମୟରେ ଯେଉଁ ରାଜନୈତିକ ହିଂସାକାଣ୍ଡ ଦେଖା ଦେଇଥିଲା ତାହାକୁ ନେଇ କମିଶନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ୍‌ ମହାନିର୍ଦ୍ଦେଶକ ସୁନୀଲ୍‌ ବଂଶଲ୍‌ । ନିର୍ବାଚନ ସମୟରେ କୌଣସି ଗଣ୍ଡଗୋଳ ଓ ହିଂସାକୁ ପ୍ରଶ୍ରୟ ଦିଆଯିବ ନାହିଁ । ସେ କହିଛନ୍ତି ପ୍ରଥମ ପର୍ଯ୍ୟାୟ ମତଦାନ ବେଳେ କିଛି ସ୍ଥାନରେ ହିଂସା ନଜରକୁ ଆସିଥିଲା I ଏହି କାଣ୍ଡରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଉଛି । ସେମାନଙ୍କ ବିରୋଧରେ ଆଇନ୍‌ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ସହିତ ଭୋଟ କେନ୍ଦ୍ର ଥିବା ସ୍ଥାନରେ ପାଟ୍ରୋଲିଂ କଡ଼ାକଡ଼ି କରାଯିବ ବୋଲି ଡିଜିପ କହିଛନ୍ତି ।

ସେହିପରି ରାଜ୍ୟରେ ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି ।ମୋଟ ୩୦ଟି ଜିଲ୍ଲାର ୬୮ଟି ବ୍ଲକରେ ୧୮୬ଟି ଜିଲ୍ଲା ପରିଷଦ ଜୋନ୍‌ ଲାଗି ଭୋଟ ନିଆଯିବ । ୧୫ ଶହ ୧୪ ଗ୍ରାମ ପଞ୍ଚାୟତ, ୨୦ ହଜାର ୪୩୬ ଓ୍ଵାର୍ଡ ମେମ୍ବର ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ । ଦ୍ୱିତୀୟ ପର୍ଯ୍ୟାୟରେ ୬୨ଲକ୍ଷ ୧୦ ହଜାର ଭୋଟର ନିଜ ମତ ସାବ୍ୟସ୍ତ କରିବେ ତେବେ ମତଦାନ ହେବାକୁ ଥିବା ବୁଥ ମାନଙ୍କରୁ ୩ହଜାର ୬୫ଟି ଉତ୍ତେଜନା ପ୍ରବଣ ବୁଥ୍‌ ଚିହ୍ନଟ ହୋଇଛି ।
ସେହିଭଳି ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଛି ଓଡିଶା ପୋଲିସ । ଆସନ୍ତାକାଲିର ମତଦାନ ପାଇଁ ରାଜ୍ୟରେ ମୁତୟନ ହୋଇଛନ୍ତି ମୋଟ ୨୪୦ ପ୍ଲାଟୁନ ପୋଲିସ ଫୋର୍ସ । ଶାନ୍ତି ଶୃଙ୍ଖଳାରେ ମତଦାନ ଶେଷ କରିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କରାଯାଉଛି କଡାକଡି ।