କେନ୍ଦୁଝରରେ ରାଜନୈତିକ ହିଂସା ର ଉଗ୍ରରୂପ : ଦୁଇ ଗୋଷ୍ଠୀ ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ଚରମ ସୀମାରେ

କେନ୍ଦୁଝରରେ ରାଜନୈତିକ ହିଂସା ଉଗ୍ର ରୂପ ନେଇଛି I ସ୍ଥାନୀୟ ଦୁଇ ଆଗଧାଡ଼ି ର ନେତା ଙ୍କ ର ସମର୍ଥକ ମାନେ ଗାଁ ରେ ପଶି ନିଜ ନିଜ ଭିତରେ ହାତାହାତି ହୋଇଥିଲେ I ସୂଚନାନୁସାରେ ପୂର୍ବତନ ବିଧାୟକ ସନା ମହାକୁଡ଼ ଓ ବର୍ତ୍ତମାନର ବିଧାୟିକା ମିନାକ୍ଷୀ ମହନ୍ତଙ୍କ ସମର୍ଥକଙ୍କ ମଧ୍ୟରେ ହୋଇଥିଲା ବାକ ବିତଣ୍ଡା । ଗତ ୧୪ ତାରିଖରେ ମିନାକ୍ଷୀଙ୍କ ସମର୍ଥକଙ୍କ ଉପରେ ସନାଙ୍କ ସମର୍ଥକ ଆକ୍ରମଣ କରିବା ପରେ ଅଭିଯୋଗ ଅନୁସାରେ ଏବେ ପାଲଟା ପ୍ରତିଶୋଧ ନେଇଛନ୍ତି ମିନାକ୍ଷୀଙ୍କ ସମର୍ଥକ ।
ଯୋଡାର ବଳଦା ପଂଚାୟତର ଗୁରୁଡ଼ା ନାମକ ଗାଁରେ ଗତକାଲି ମଧ୍ୟ ରାତ୍ରିରେ ଏହି ଘଟଣା ଘଟିଛି । ଅଭିଯୋଗ ଅନୁସାରେ ୭୦ରୁ ୮୦ ଜଣ ମିନାକ୍ଷୀଙ୍କ ସମର୍ଥକ ଏହି ଗାଁରେ ପଶି ସନାଙ୍କ ସମର୍ଥକଙ୍କ ଉପରେ ଆକ୍ରମଣ କରିଛନ୍ତି । ପ୍ରାୟ ୧୦ରୁ ଅଧିକ ଗାଡ଼ି ଭାଙ୍ଗି ଦେଇଛନ୍ତି । ଏବଂ ଆକ୍ରମଣ କରି ୪ଜଣଙ୍କୁ ଆହତ କରିଛନ୍ତି । ସେମାନଙ୍କ ମଧ୍ୟରୁ ୨ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଗତ ୧୪ ତାରିଖରେ ହୋଇଥିବା ଅଭିଯୋଗ ଅନୁସାରେ ମିନାକ୍ଷୀଙ୍କ ସମର୍ଥକଙ୍କ ଉପରେ ଆକ୍ରମଣ ହୋଇଥିଲା । ଏବଂ ଏଥିରେ ସନାଙ୍କ ସମର୍ଥକଙ୍କ ମୁଖ୍ୟ ଭୂମିକା ଥିଲା ।
ଏକ ସପ୍ତାହ ପରେ ସେମାନେ ପ୍ରତିଶୋଧ ନେଇଥିବା କୁହାଯାଉଛି । ଉଦବେଗର କଥା ହେଉଛି ଆସନ୍ତାକାଲି ଏଠାରେ ପଂଚାୟତ ନିର୍ବାଚନ ଅଛି । ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କିଛି ଲୋକଙ୍କ କହିବା ଅନୁସାରେ ଗତକାଲି ରାତିରେ ଏହି ଆକ୍ରମଣ ସମୟରେ ପୋଲିସ ମଧ୍ୟ ଉପସ୍ଥିତ ଥିଲେ କିନ୍ତୁ ସେମାନେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ।