ବିଆର୍‌ଏସ୍‌ରେ ସାମିଲ ହେବେ ବିଜୟ –ଦିଲ୍ଲୀପ – ତଥାଗତ !

ବିଆର୍‌ଏସ୍‌ରେ ସାମିଲ ହେବେ ବିଜୟ –ଦିଲ୍ଲୀପ – ତଥାଗତ ! ଓଡିଶାରେ କେସିଆର ଖେଳିବେ ତେଲେଙ୍ଗାନା ମଡେଲ! ୨୪ ପାଇଁ ଆରମ୍ଭ ହୋଇଛି ଦଳ ଡିଆଁ ରାଜନୀତି ! ବିଆର୍‌ଏସ୍‌ର ଏଣ୍ଟ୍ରିରେ ଦଳମାନେ ଚିନ୍ତାରେ । ୨୪ ପାଇଁ ନେତା ରଣକ୍ଷେତ୍ର ପ୍ରସ୍ତୁତି କରୁଥିବା ବେଳେ । ଓଡିସା ରଜନିତୀରେ ବିଆର୍‌ଏସ୍‌ର ଏଣ୍ଟ୍ରି ଦଳ ଗୁଡିକୁ ମହଙ୍ଗା ପଡି ବୋଲି ଚର୍ଚ୍ଚା ଜୋର ଧରିଛି । ନିର୍ବାଚନ ପୂର୍ବରୁ ନେତାଙ୍କ ଦଳ ଡିଆଁ ରାଜନିତୀ ଆରମ୍ଭ ହୋଇଛି । ଦଳ ଡିଆଁ ପର୍ବ ଆରମ୍ଭ ହୋଇଯାଇଥିବା ବେଳେ ଆଗାମୀ ଦିନରେ କାହାକୁ ଭାରି ପଡିବ ବିଆର୍‌ଏସ୍ ଏଣ୍ଟ୍ରି ତାହାକୁ ନେଇ ଆରମ୍ଭ ହୋଇଛି ଆଲୋଚନା । ଦଳରେ କଣଠେସା ନେତା , ଅଣଦେଖା ନେତା ବିଆର୍‌ଏସ୍ ସାମିଲ ହେବେ ବୋଲି ବିଆର୍‌ଏସ୍‌ରେ ସାମିଲ ହୋଇଥିବା ନେତା ଆଜି ସାମ୍ବାଦିକ ସମ୍ମୀଳନୀ ମାଧ୍ୟମରେ କହିଛନ୍ତି ।

୨୪ ପୂର୍ବରୁ ଅନେକ ହାଇପ୍ରୋଫାଇଲ ନେତା ଦଳ ସାମିଲ ହେବେ ବୋଲି ମଧ୍ୟ ସୂଚନା ଦେଇଛନ୍ତି । କେବଳ ସେତିକି ନୁହଁ କଂଗ୍ରେସର ସ୍ଥିତି ଓଡିଶାରେ ଦହନୀୟ ପରିସ୍ଥିତିରେ ଥିବାରୁ କଂଗ୍ରେସ ନେତା ବିଆର୍‌ଏସ୍ ସାମିଲ ହେବା ନେଇ ଚର୍ଚ୍ଚା ଜୋରଧରିଛି । କିନ୍ତୁ ଅନ୍ୟପଟରେ କେବଳ କଂଗ୍ରେସ ନୁହଁ , ବିଜେପିର ଅନେକ ନେତା ଦଳକୁ ଗୁଡି ବାଏ କହି ସାରିଥିବା ବେଳେ ବିଜେଡି ନେତା ମଧ୍ୟ ଦଳକୁ ଗୁଡ ବାଏ କହିବେ ନେଇ ଚର୍ଚ୍ଚା ଜୋର ଧରିଛି । ଓଡ଼ିଶାର ପ୍ରତ୍ୟେକ ଗାଁରେ ତେଲେଙ୍ଗାନା ମଡେଲର ବାର୍ତ୍ତା ପହଞ୍ଚିବ ବୋଲି ବିଆରଏସ ନେତା ଜୟରାମ ପାଙ୍ଗୀ କହିଛନ୍ତି । ସେପଟେ ବିଜୟ ମହାପାତ୍ର, ଦିଲ୍ଲୀପ ରାୟ, ଦେବାଶିଷ ନାୟକ, ପୂର୍ବତନ ସାଂସଦ ତଥାଗତ ଶତପଥୀ, ମହମ୍ମଦ ମୋକିମଙ୍କ ଭଳି ନେତା ବିଆରଏସରେ ଯୋଗଦେବା ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି । ସେପଟେ ବିଆରଏସ୍ ନେତାଙ୍କ ଦାବିକୁ ବିଜେଡି, ବିଜେପି ଓ କଂଗ୍ରେସ ଗୁରୁତ୍ୱ ଦେଉନାହାନ୍ତି ବୋଲି କହିଛନ୍ତି ।

ତେବେ ଆଗାମୀ ଦିନରେ ଦେଖିବାକୁ ବାକି ରହିଲା କେତେ କାମ ଦେଉଛି ତେଲେଙ୍ଗାନା ମଡେଲ ଓଡିଶାରେ ଏବଂ ୨୪ କିଏ କରୁଛି ବାଜିମାତ । କିଏ କେଉଁ ଦଳ ଡେଉଁଛି ତାହା ଉପରେ ଏବେ ସମସ୍ତଙ୍କ ନଜର ।